Advertisment

ମହାଦେବ ଆପ୍‌: ନିର୍ବାଚନ ପୂର୍ବରୁ ଭୂପେଶ ବାଘେଲଙ୍କ ନାଁ ନେଇଥିଲେ, ଏବେ ସ୍ୱର ବଦଳାଇଲେ

ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମହାଦେବ ବେଟିଂ ଆପ୍‌ରୁ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା।

Congress

Congress

Advertisment

ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମହାଦେବ ବେଟିଂ ଆପ୍‌ରୁ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଥିବା ଜଣେ କୋରିୟର ଏପରି ଦାବି କରିଥିଲେ। ଏହାକୁ ନେଇ ରାଜନୀତିକ ହଟଚମଟ ମଧ୍ୟ ଦେଖିବାକୁ ମିଳିଥିଲା। 

Advertisment

କିନ୍ତୁ ଏବେ ଗିରଫ କୋରିୟର ଅସୀମ ଦାସ ନିଜର ସ୍ୱର ବଦଳାଇଛନ୍ତି। ସେ କେବେ ହେଲେ କୌଣସି ରାଜନେତାଙ୍କୁ ଟଙ୍କା ଦେଇ ନାହାନ୍ତି। ତାଙ୍କୁ ଫସାଇ ଦିଆଯାଇଥିବା ସେ ଦାବି କରିଛନ୍ତି।

ନଭେମ୍ବର ୩ରେ ଅସୀମ ଦାସଙ୍କୁ ନଗଦ ୫ କୋଟି ଟଙ୍କା ସହ ଇଡି ଗିରଫ କରିଥିଲା। ୭ ତାରିଖରେ ଛତିଶଗଡ଼ ନିର୍ବାଚନ ଥିବା ବେଳେ ଏହାର ୪ ଦିନ ପୂର୍ବରୁ ଅସୀମ ଗିରଫ ହୋଇଥିଲେ। ଇଡି ଏହାପରେ କହିଥିଲେ ଯେ ଅସୀମ ହେଉଛନ୍ତି ଜଣେ କୋରିୟର। ସେ ଜେରା ବେଳେ କହିଛନ୍ତି, ମହାଦେବ ବେଟିଂ ଆପ୍‌ ୫୦୮ କୋଟି ଟଙ୍କା ବାଘେଲଙ୍କୁ ଦେଇଛି। ଅସୀମଙ୍କ ଏପରି ଦାବିକୁ ଏବେ ତଦନ୍ତ କରାଯାଉଥିବା ଇଡି କହିଥିଲା। ଏହାକୁ ନେଇ ନିର୍ବାଚନ ପୂର୍ବରୁ ରାଜନୀତିକ ହଟଚମଟ ଦେଖିବାକୁ ମିଳିଥିଲା।

Advertisment

କିନ୍ତୁ ଏବେ ଅସୀମ ଚିଠି ଲେଖି ସେପରି କୌଣସି ଅଭିଯୋଗ କରି ନଥିବା କହିଛନ୍ତି। ସେ ଜେଲରୁ ଇଡିର ନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ତାଙ୍କୁ ଫସାଇ ଦିଆଯାଇଛି। କିଛି ଅଧିକାରୀ ଇଂରାଜୀରେ କିଛି ଲେଖି ତାଙ୍କ ପାଖକୁ ଆଣିଥିଲେ। ସେ କିଛି ବୁଝିବା ଆଗରୁ ତାଙ୍କୁ ଏଥିରେ ଦସ୍ତଖତ କରିବାକୁ କହିଥିଲେ।

ଅସୀମ ଚିଠିରେ ଆହୁରି କହିଛନ୍ତି, ଶୁବମନ ସୋନି ବେଆଇନ ଆପର ମାଷ୍ଟରମାଇଣ୍ଡ। ସେ ତାଙ୍କ ପିଲା ଦିନର ବନ୍ଧୁ। ସୋନି ଦୁବାଇରେ ରହୁଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ମାସରେ ଅସୀମ ସେଠାକୁ ଦୁଇ ଥର ଯାଇଥିଲେ।

ଶୁବମନ ସୋନି ଛତିଶଗଡ଼ରେ ନିର୍ମାଣ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଅସୀମଙ୍କୁ ତାଙ୍କ ପାଇଁ କାମ କରିବାକୁ କହିଥିଲେ। ମହାଦେବ ଆପ୍‌ ପ୍ରମୋଟର ବ୍ୟବସାୟ ପାଇଁ ଟଙ୍କା ଯୋଗାଡ଼ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ବୋଲି ଅସୀମ ଚିଠିରେ କହିଛନ୍ତି।

ସେ କହିଛନ୍ତି, “ମୁଁ ଯେଉଁ ଦିନ ରାୟପୁର ଏୟାରପୋର୍ଟରେ ଓହ୍ଲାଇଥିଲି ସେଦିନ ମୋତେ ଗୋଟିଏ କାର ଧରିବାକୁ କୁହାଯାଇଥିଲା ଓ ଭିଆଇପି ରୋଡରେ ଥିବା ଗୋଟିଏ ହୋଟେଲକୁ ମୁଁ ଯାଇଥିଲି। ମୋତେ ନିର୍ଦ୍ଦିଷ୍ଟ ସ୍ଥାନରେ କାର ପାର୍କ କରିବାକୁ କୁହାଯାଇଥିଲା। କାର ଛିଡ଼ା ହୋଇଥିବା ବେଳେ ଜଣେ ବ୍ୟକ୍ତି ବ୍ୟାଗରେ ଟଙ୍କା ଆଣିଥିଲେ ଓ ଗାଡ଼ିରେ ରଖି ଚାଲି ଯାଇଥିଲେ।

ମୋତେ ବ୍ୟାଗ ସହ ହୋଟେଲ ରୁମକୁ ଯିବାକୁ କୁହାଯାଇଥିଲା। ମୁଁ ମଧ୍ୟ ରୁମକୁ ଯାଇଥିଲି। ଏହାର କିଛି ସମୟ ପରେ ଇଡି ଅଧିକାରୀମାନେ ମୋ ରୁମରେ ପହଞ୍ଚିଥିଲେ ଓ ମୋତେ ସେମାନଙ୍କ ସହ ନେଇଯାଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ମୁଁ ଜାଣିବାକୁ ପାଇଥିଲି ଯେ ମୋତେ ଫସାଇ ଦିଆଯାଇଛି। ମୁଁ କେବେ ହେଲେ କାହାକୁ ଟଙ୍କା ଦେଇନାହିଁ। କୌଣସି ରାଜନେତା କିମ୍ବା କର୍ମକର୍ତ୍ତା ମୋ ଠାରୁ ଟଙ୍କା ଗ୍ରହଣ କରି ନାହାନ୍ତି।”

ମହାଦେବ ପ୍ରୋମଟରଙ୍କ ୟୁଏଇ ବାହାଘରରେ ୨୦୦ କୋଟି ଟଙ୍କାର ନଗଦ କାରବାର ହୋଇଥିବା ଜଣାପଡ଼ିବା ପରେ ଇଡି ଯାଞ୍ଚ ଆରମ୍ଭ କରିଛି। ଇଡି ଏହି ଘଟଣାରେ ପ୍ରଥମେ ଗିରଫ କରିଥିବା ବ୍ୟକ୍ତି ଜଣଙ୍କ ଦାବି କରିଥିଲେ ଯେ ଆପ୍‌ର କଳା କାରନାମା ପଛରେ ରାଜନେତା, ବ୍ୟୁରୋକ୍ରାଟ୍ସମାନେ ରହିଛନ୍ତି। ଏହି ଘଟଣାରେ ଇଡି ରଣବୀର କପୁର, ଶ୍ରଦ୍ଧା କପୁର ଓ ଅନ୍ୟ କିଛି ବଲିଉଡ କଳାକାରମାନଙ୍କୁ ମଧ୍ୟ ଜେରା କରିଛି।

Chhattisgarh Congress ED Raid Mahadev Bettin App
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe