/odisha-reporter/media/media_files/2025/10/23/rjd-2025-10-23-13-33-22.jpg)
ତେଜସ୍ୱୀ ଯାଦବ ଓ ଅଶୋକ ଗେହଲଟ୍
ବିହାର ବିଧାନସଭା ନିର୍ବାଚନ(Bihar Election) ପୂର୍ବରୁ ବିରୋଧୀ ମେଣ୍ଟ ବା ମହାଗଠବନ୍ଧନ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ସବୁ ରାଜ୍ୟରେ ବିରୋଧୀ ମେଣ୍ଟ ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚେହେରାରେ ନିର୍ବାଚନ ଲଢ଼ୁଥିଲା। କିନ୍ତୁ ବିହାରରେ ବ୍ୟତିକ୍ରମ ଦେଖାଯାଇଛି।
ବିରୋଧୀ ମେଣ୍ଟ ପକ୍ଷରୁ ଆରଜେଡି ନେତା ତେଜସ୍ୱୀ ଯାଦବ(Tejashwi Yadava)ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ସେହିପରି ବିରୋଧୀ ମେଣ୍ଟରେ ଏକତା ରହିଥିବା ପ୍ରମାଣ ଦେବା ପାଇଁ ବିକାଶଶୀଳ ଇନସାନ ପାର୍ଟି(ଭିଆଇପି) ମୁଖ୍ୟ ମୁକେଶ ସାହାଣୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ମେଣ୍ଟରେ କଂଗ୍ରେସ ରହିଥିଲେ ହେଁ ଦଳର କେହି ବି ମୁଖ୍ୟମନ୍ତ୍ରୀ କିମ୍ବା ଉପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ନାହାନ୍ତି।
ମହାଗଠବନ୍ଧନରେ ସିଟ ଶେୟାରିଂ ଫର୍ମୁଲା ଓ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବେଶ ଟଣାଓଟରା ଚାଲିଥିଲା। ଏହି ବିବାଦର ସାମାଧାନ କରିବାକୁ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ପାଟନାରେ ପହଞ୍ଚିଥିଲେ। ସେ ମେଣ୍ଟରେ ଥିବା ସବୁ ଦଳ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତେଜସ୍ୱୀଙ୍କ ନାଁ ଘୋଷଣା କରିଛନ୍ତି।
ସେ କହିଛନ୍ତି, “ ସମସ୍ତ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବା ପରେ ତେଜସ୍ୱୀ ଯାଦବ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଆମେ ନିଷ୍ପତ୍ତି ନେଇଛୁ। ତାଙ୍କ ପାଖରେ ଲମ୍ବା ଭବିଷ୍ୟତ ରହିଛି।”
ଗେଟଲଟଙ୍କ କହିବା କଥା ଯେ ଇଣ୍ତିଆ ବ୍ଲକ ବିହାରରେ କ୍ଷମତାକୁ ଆସିଲେ ମୁକେଶ ସାହାଣୀ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହେବେ। ନିଶାଦ ସଂପ୍ରଦାୟମାନଙ୍କ ମଧ୍ୟରେ ମୁକେଶଙ୍କ ବେଶ ଦବଦବା ରହିଛି। ଏଥିପାଇଁ ତାଙ୍କୁ ମହାଗଠବନ୍ଧନ ଉପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛି।
ବିହାର ଭୋଟ(Bihar Elections 2025)କୁ ଆଉ ମାତ୍ର ୨ ସପ୍ତାହ ବାକି ଥିବା ବେଳେ ତେଜସ୍ୱୀଙ୍କୁ ମହାଗଠବନ୍ଧନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛି। ତେଣୁ ଏବେ ସମସ୍ତ ବିରୋଧୀ ଦଳ ଏକାଠି ପ୍ରଚାର କରିବାକୁ ସୁଯୋଗ ପାଇବେ। ସେମାନଙ୍କ ମଧ୍ୟରେ ସବୁ କିଛି ଠିକଠାକ ରହିଥିବା ମଧ୍ୟ ଏଠାରେ ପ୍ରମାଣ କରିବାକୁ ଚେଷ୍ଟା କରାଯାଇଛି।
ବିହାରର ୨୪୩ ବିଧାନସଭା ଆସନ ପାଇଁ ନଭେମ୍ବର ୬ ଓ ନଭେମ୍ବର ୧୧ରେ ମତଦାନ ହେବ। ସେହିପରି ନଭେମ୍ବର ୧୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
ପାରମ୍ପରିକ ରାଘୋପୁର ଆସନରୁ ନିର୍ବାଚନ ଲଢ଼ୁଥିବା ତାଜସ୍ୱୀ ମହାଗଠବନ୍ଧନର ନିଷ୍ପତ୍ତି ପାଇଁ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ମହାଗଠବନ୍ଧନର ନେତାମାନେ କେବଳ ସରକାର ଗଠନ କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିନାହୁଁ। ଆମେ ବିହାର ପାଇଁ କାମ କରିବାକୁ ଚାହୁଁଛୁ। ଆମେ ଏକାଠି ଏନଡିଏର ଡବଲ ଇଞ୍ଜିନ ସରକାରଙ୍କୁ ବିଦା କରିବାକୁ କାମ କରିବୁ। ଏନଡିଏର ଗୋଟିଏ ଇଞ୍ଜିନ ଦୁର୍ନୀତି ଗ୍ରସ୍ତ ଓ ଆଉ ଗୋଟିଏ ଇଞ୍ଜିନ ଅପରାଧରେ ଲିପ୍ତ।”
ମହାଗଠବନ୍ଧନ ପକ୍ଷରୁ ତେଜସ୍ୱୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲେ ହେଁ ଏନଡିଏ ସେଭଳି କୌଣସି ନିଷ୍ପତ୍ତି ନେଇନାହିଁ। ବିଜେପି ନେତୃତ୍ୱାଧୀନ ଏନଡିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। କିନ୍ତୁ ମେଣ୍ଟ ପକ୍ଷରୁ ବାରମ୍ବାର ନୀତୀଶ କୁମାରଙ୍କ ନେତୃତ୍ୱରେ ସହଯୋଗୀ ଦଳଗୁଡ଼ିକ ନିର୍ବାଚନ ଲଢ଼ୁଥିବା କହି ଚାଲିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
