Advertisment

ଇମ୍ରାନ ଖାନଙ୍କୁ ହରାଇଲେ ବିଜେପିର ମହନ୍ତ ବାଲକନାଥ

ରାଜସ୍ଥାନର ଯୋଗୀ ଆଦିତ୍ୟନାଥ ଭାବେ ପରିଚିତ ମହନ୍ତ ବାଲକନାଥ ୬,୧୭୩ ଖଣ୍ଡ ଭୋଟରେ ଇମ୍ରାନ ଖାନଙ୍କୁ ହରାଇଛନ୍ତି।

BJP

BJP

Advertisment

ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌ର ନାରା ଦେଇ ନିର୍ବାଚନ ଲଢ଼ୁଥିବା ବିଜେପିର ମହନ୍ତ ବାଲକନାଥ ବିଜୟ ହାସଲ କରିଛନ୍ତି। ରାଜସ୍ଥାନର ଅଲୱରର ସାଂସଦ ଥିବା ସତ୍ତ୍ୱେ ବିଜେପି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ତିଜାରା ଆସନରୁ ପ୍ରାର୍ଥୀ କରିଥିଲା। ତାଙ୍କର ଲଢ଼େଇ କଂଗ୍ରେସର ଇମ୍ରାନ ଖାନଙ୍କ ସହ ହୋଇଥିଲା। ଏହି ଲଢ଼େଇକୁ ସେ ଭାରତ ଓ ପାକିସ୍ତାନର କ୍ରିକେଟ ମ୍ୟାଚ୍‌ ଭାବେ ଅବିହିତ କରିଥିଲେ। ଶେଷରେ ତାଙ୍କର ବିଜୟ ମଧ୍ୟ ହୋଇଛି।

Advertisment

ରାଜସ୍ଥାନର ଯୋଗୀ ଆଦିତ୍ୟନାଥ ଭାବେ ପରିଚିତ ମହନ୍ତ ବାଲକନାଥ ୬,୧୭୩ ଖଣ୍ଡ ଭୋଟରେ ଇମ୍ରାନ ଖାନଙ୍କୁ ହରାଇଛନ୍ତି। ବାଲକନାଥଙ୍କୁ ୧,୧୦,୨୦୯ ଖଣ୍ଡ ଭୋଟ ମିଳିଛି। ସେହିପରି ଇମ୍ରାନ ଖାନ ୧,୦୪,୦୩୬ ଖଣ୍ଡ ଭୋଟ ପାଇଛନ୍ତି। ବାଲକନାଥ ବିଜୟୀ ହୋଇଥିବାରୁ ଅଲୱର ଲୋକସଭା ଆସନରୁ ଇସ୍ତଫା ଦେବେ। ସେ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇ ପାରନ୍ତି।

ବିଜେପି ରାଜସ୍ଥାନରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ୁଛି। ବିଭିନ୍ନ ସଂସ୍ଥା ବିଜେପି ଜିତିଲେ କିଏ ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ଭେ କରିଥିଲେ। ଏହି ସମୟରେ ସମସ୍ତଙ୍କୁ ଚକିତ କରି ମହନ୍ତ ବାଲକନାଥ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ଥିବା ସ୍ପଷ୍ଟ ହୋଇଥିଲା।

Advertisment

ସର୍ଭେରେ ସାମିଲ ହୋଇଥିବା ୧୦% ଲୋକ ବାଲକନାଥ ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟଙ୍କୁ ୩୨% ସମର୍ଥନ କରିଥିଲେ। ସେହିପରି ୨୧% ଲୋକ ବିଜେପିର ଯେକୌଣସି ଲୋକ ମୁଖ୍ୟମନ୍ତ୍ରୀ ହେଲେ ଚଳିବ ବୋଲି ମତ ରଖିଥିଲେ। ଯେହେତୁ କଂଗ୍ରେସ ରାଜସ୍ଥାନରେ ଗାଦିଚ୍ୟୁତ ହେବାକୁ ଯାଉଛି, ତେଣୁ ବିଜେପି ବାଲକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ବାଲକନାଥ ଓ ଯୋଗୀ ଆଦିତ୍ୟନାଥ

ବାଲକନାଥ ନିଜକୁ ରାଜସ୍ଥାନର ଆଦିତ୍ୟନାଥ ଭାବେ ଚିତ୍ରଣ କରି ଆସିଛନ୍ତି। ସେ ଯୋଗୀ ଆଦିତ୍ୟନାଥଙ୍କ ଭଳି ସବୁବେଳେ ବୁଲଡୋଜରର ଛବି ବ୍ୟବହାର କରନ୍ତି। ଯୋଗୀ ଆଦିତ୍ୟନାଥ ମଧ୍ୟ ବାଲକନାଥ ନାମାଙ୍କନ ଦାଖଲ ବେଳେ ତାଙ୍କ ସହ ରହିଥିଲେ। ତାଙ୍କ ପାଇଁ ମଧ୍ୟ ସେ ପ୍ରଚାର କରିଛନ୍ତି। ୩୯ ବର୍ଷୀୟ ବାଲକନାଥ ସବୁବେଳେ ହିନ୍ଦୁ ମହନ୍ତଙ୍କ ଭଳି ଗେରୁଆ ବସ୍ତ୍ର ପରିଧାନ କରନ୍ତି। ଯୋଗୀ ଆଦିତ୍ୟନାଥ ମଧ୍ୟ ସମାନ ପୋଷାକ ପିନ୍ଧନ୍ତି। ଯୋଗୀ ଆଦିତ୍ୟନାଥଙ୍କ ଭଳି ସେ ମଧ୍ୟ ନାଥ ବର୍ଗରୁ ଆସିଛନ୍ତି। ବାଲକନାଥ ସବୁବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିଜର ବଡ଼ ଭାଇ ବୋଲି କହି ଆସିଛନ୍ତି।

୨୦୧୮ରେ ତିଜାରାରେ ବିଜେପିର ମାମା ସିଂହ ଜିତିଥିଲେ। କିନ୍ତୁ ଏଥର ମହନ୍ତ ବାଲକନାଥଙ୍କୁ ଦଳ ଟିକେଟ ଦେଇଥିଲା। କିଛି ଦିନ ମାମା ସିଂହ ଦଳ ଠାରୁ ଦୂରେଇ ରହିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ମଧ୍ୟ ବାଲକନାଥଙ୍କ ପାଇଁ ପ୍ରଚାର କରିଥିଲେ।

ମହନ୍ତ ବାଲକନାଥ କିଏ?

ବିଜେପିର ଅଲୱର ସାଂସଦ ମହନ୍ତ ବାଲକନାଇ ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ିଛନ୍ତି। ନିର୍ବାଚନ ବେଳେ ସେ ଦାଖଲ କରିଥିବା ସତ୍ୟପାଠରେ କୁହାଯାଇଛି ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୧୪ ଲକ୍ଷ ଟଙ୍କା ରହିଛି। ରୋହତକର ମାସତନାଥ ମଠର ୮ମ ମହନ୍ତ ହେଉଛନ୍ତି ବାଲକନାଥ। ଏହି ମଠ ସ୍କୁଲ ଓ ହସ୍ପିଟାଲ ଚଳାଇଥାଏ।

୧୯୮୪ ମସିହାରେ ବେହରୋଡ ଗାଁରେ ଗୋଟିଏ ଯାଦବ ପରିବାରରେ ଜନ୍ମ ଗ୍ରହଣ କରିଥିବା ବାଲକନାଥ ତାଙ୍କ ବାପା ମା’ଙ୍କ ଏକମାତ୍ର ସନ୍ତାନ। ତାଙ୍କୁ ମାତ୍ର ୬ ବର୍ଷ ବୟସ ହୋଇଥିବା ବେଳେ ସନ୍ୟାସୀ ଜୀବନ ବିତାଇବା ପାଇଁ ମହନ୍ତ ଖେତନାଥଙ୍କ ପାଖକୁ ଯାଇଥିଲେ। ଏହାପରେ ସେ ମହନ୍ତ ଭହାଣ୍ଡ ନାଥଙ୍କ ଶିଷ୍ୟ ହୋଇଥିଲା। ସେ ତାଙ୍କର ନାଁ ବାଲକନାଥ ରଖିଥିଲେ ଓ ୨୦୧୬ରେ ତାଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଥିଲେ।

Bjp Rajasthan Election Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe