Advertisment

ମହାରାଷ୍ଟ୍ରରେ ଛିଡ଼ିଲା ଅଙ୍କ; ମନ୍ତ୍ରୀ ଭାବେ ଶପଥ ନେଲେ ୩୯ ବିଧାୟକ

ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାଗପୁରରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ ବୋଲି ମିଳିଛି ସୂଚନା।

ଅଦ୍ୟତନ ହୋଇଛି
Mahayuti Cabinet oath taking ceremony

Mahayuti Cabinet oath taking ceremony

Advertisment

ବହୁ ଚର୍ଚ୍ଚା ଆଲୋଚନା ପରେ ଛିଡ଼ିଲା ଭାଗ। ଆଜି ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ବିସ୍ତାର ହୋଇଛି। ବିଜେପି, ଶିବସେନା ଓ ଏନସିପି ମନ୍ତ୍ରୀମାନେ ଶପଥ ନେଇଛନ୍ତି। ନାଗପୁରରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ। ଏହାପରେ ପୁଣିଥରେ ତିନି ଦଳ ମଧ୍ୟରେ ମନ୍ତ୍ରୀ ମଣ୍ଡଳ ଭାଗବଣ୍ଟା ହୋଇପାରେ।

Advertisment

ମନ୍ତ୍ରୀ ପରିଷଦରେ ଆଜି ୩୯ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ନାଗପୁରରେ ଆୟୋଜିତ ଏହି ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପସ୍ଥିତ ଥିଲେ। କ୍ୟାବିନେଟ ବିସ୍ତାରରେ ବିଜେପିରୁ ୧୯ଜଣ ବିଧାୟକ ମନ୍ତ୍ରୀ ପଦ ପାଇଥିବାବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରୁ ୧୧ ଏବଂ ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରୁ ୯ଜଣ ବିଧାୟକ ମନ୍ତ୍ରୀ ପଦ ପାଇଛନ୍ତି। ୩୩ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାବେଳେ ୬ଜଣ ବିଧାୟକ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ରାଜ୍ୟପାଳ ପିସି ରାଧାକ୍ରିଷ୍ଣନ୍ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। 

ବିଜେପିରୁ ଚନ୍ଦ୍ରଶେଖର ବାୱନକୁଲେ, ରାଧାକୃଷ୍ଣ ଭିଖେ ପାଟିଲ, ଚନ୍ଦ୍ରକାନ୍ତ ପାଟିଲ ଓ ଗିରିଶ ମହାଜନଙ୍କ ପରି ବିଧାୟକ ନେଇଛନ୍ତି ମନ୍ତ୍ରୀପଦର ଶପଥ। ସେହିପରି ସିନ୍ଦେଙ୍କ ଶିବସେନାରୁ ଗୁଲାବରାଓ ପାଟିଲ, ଦାଦା ଭୁସେ, ସଂଜୟ ରାଠୋର ଓ ଉଦୟ ସାମନ୍ତ ପ୍ରମୁଖ ପାଇଛନ୍ତି ମନ୍ତ୍ରୀପଦ। ସେହିଭଳି ଅଜିତ ପାୱାରଙ୍କ ଏନସିପିରୁ ହସନ ମୁଶରିଫ, ଧନଞ୍ଜୟ ମୁଣ୍ଡେ, ଅଦିତି ତଟକରେ ପ୍ରମୁଖ ନେଇଛନ୍ତି ମନ୍ତ୍ରୀପଦର ଶପଥ। କୁହାଯାଉଛି ଯେ ମନ୍ତ୍ରୀ ମଣ୍ଡଳ ଭାଗବଣ୍ଟା ମଧ୍ୟ ସରିଛି, ଆଜି ରାତି ସୁଦ୍ଧା ପୋର୍ଟଫୋଲିଓର ତାଲିକା ପ୍ରକାଶ ପାଇବ।

Advertisment

କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀମାନଙ୍କ ସମେତ ମୋଟ ୪୨ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ଅଛି। ତେବେ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଶିବସେନା ନଜର ପକାଇଥିବା ଗୃହ ବିଭାଗ ବିଜେପି ହାତରେ ରହିବ। ଏଥିସହ ବିଜେପି ରାଜସ୍ୱ, ଜଳସେଚନ ଏବଂ ଶିକ୍ଷା ବିଭାଗକୁ ନିଜ ପାଖରେ ରଖିପାରେ। ଶିବସେନାକୁ ସ୍ୱାସ୍ଥ୍ଯ ଏବଂ ପରିବହନ ମିଳିବାକୁ ଥିବାବେଳେ ଅର୍ଥ ବିଭାଗ ଏନସିପି ହାତକୁ ଯାଇପାରେ।

Maharashtra Govt Devendra Fadnavis Maharashtra Politics Mahayuti Alliance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe