Advertisment

ମରାଠା ସଂରକ୍ଷଣ ବିଲକୁ କ୍ୟାବିନେଟରେ ମଞ୍ଜୁରୀ

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟରେ ମରାଠା ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିଛି।

ଅଦ୍ୟତନ ହୋଇଛି
Eknath Shinde

Eknath Shinde

Advertisment

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟରେ ମରାଠା ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାର ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ଏହି ବିଲକୁ ଅନୁମୋଦନ ଦେଇଛନ୍ତି। ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଏହି ବିଲ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି।

Advertisment

ମରାଠା ସଂରକ୍ଷଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା। ମାହାରାଷ୍ଟ୍ରରେ ଥିବା ସମସ୍ତ ଓବିସି ଶ୍ରେଣୀର ବ୍ୟକ୍ତିଙ୍କୁ କୁନବି ପ୍ରମାଣପତ୍ର ପ୍ରଦାନ, କିଣ୍ଡରଗାର୍ଡେନଠାରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ମାଗଣା ଶିକ୍ଷା ଏବଂ ସରକାରୀ ଚାକିରି ନିଯୁକ୍ତିରେ ମରାଠାଙ୍କ ପାଇଁ ଆସନ ସଂରକ୍ଷଣ ଆଦି ଦାବି କରି ହଜାର ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଗତ ଜାନୁଆରୀରେ ଆନ୍ଦୋଳନ ତୀବ୍ର ହୋଇଥିଲା। ଏହାପରେ ଏକନାଥ ସିନ୍ଦେ ବିକ୍ଷୋଭସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ନେତା ମନୋଜ ଜରାଙ୍ଗେ ପାଟିଲଙ୍କୁ ଭେଟିଥିଲେ। ଏଥିସହ ତାଙ୍କୁ ସରବତ ପିଆଇ ଅନସନ ଭଙ୍ଗ କରାଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ସିନ୍ଦେ ସମସ୍ତ ଆବେଦନ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Advertisment

ଏଥିପାଇଁ ଖୁବ୍ ଶୀଘ୍ର ବିଧାନ ସଭାରେ ସ୍ୱତନ୍ତ୍ର ଅଧିବେଶନ ଆଣି ବିଲକୁ ପାରିତ କରାଯିବ ବୋଲି କହିଥିଲେ। ଏଥିପାଇଁ ଆଜି ମହାରାଷ୍ଟ୍ର ବିଧାସଭାର ସ୍ୱତନ୍ତ୍ର ଅଧିବେଶନ ବସୁଛି। ଏହା ପୂର୍ବରୁ କ୍ୟାବିନେଟରେ ଶିକ୍ଷା ତଥା ସରକାରୀ ଚାକିରିରେ ୧୦% ମରାଠା ସଂରକ୍ଷଣ ପାଇଁ ବିଲ୍ ଡ୍ରାଫ୍ଟକୁ ମଞ୍ଜୁରୀ ମିଳିଛି। 

Maratha Reservation Maharashtra Cabinet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe