Advertisment

ବିଜେପି ପ୍ରତି ମହାରାଷ୍ଟ୍ର କଂଗ୍ରେସ ମୁଖିଆଙ୍କ ‘କୁକୁର’ ବୟାନକୁ ନେଇ ତେଜିଲା ବିବାଦ

ମହାରାଷ୍ଟ୍ର କଂଗ୍ରେସ ମୁଖିଆ ନାନା ପାଟୋଲେ ବିଜେପି ପ୍ରତି ଅତ୍ୟନ୍ତ ବିବାଦୀୟ ଶବ୍ଦ ପ୍ରୟୋଗ କରିଛନ୍ତି।

author-image
Hemant Lenka
BJP

BJP

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ମହାରାଷ୍ଟ୍ର କଂଗ୍ରେସ ମୁଖିଆ ନାନା ପାଟୋଲେ ବିଜେପି ପ୍ରତି ଅତ୍ୟନ୍ତ ବିବାଦୀୟ ଶବ୍ଦ ପ୍ରୟୋଗ କରିଛନ୍ତି। ଅକୋଲାରେ ଆୟୋଜିତ ରାଲିରେ ପାଟୋଲେ କହିଛନ୍ତି, “ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି। ଅକୋଲା ଜିଲ୍ଲାର ଓବିସିମାନଙ୍କୁ କୁକୁର କହିଥିବା ବିଜେପିକୁ କ’ଣ ଆପଣମାନେ ଭୋଟ ଦେବେ?

Advertisment

ଏବେ ବିଜେପିକୁ କୁକୁର ବନାଇବାର ସମୟ ଆସିଛି। ସେମାନେ ବହୁତ ଅହଙ୍କାରୀ ହୋଇଗଲେଣି। ମହାରାଷ୍ଟ୍ରକୁ ବିଜେପିକୁ ହଟାଇବାର ସମୟ ଆସି ଯାଇଛି। ମିଛର ପାହାଡ଼ ଜରିଆରେ ଏହି ଦଳ କ୍ଷମତାକୁ ଆସିଛି ଓ ଏବେ ତା’କୁ ଉପଯୁକ୍ତ ସ୍ଥାନକୁ ପଠାଇବାର ସମୟ ଆସିଯାଇଛି। ବିଜେପିର ଲୋକମାନେ ନିଜକୁ ଭଗବାନ ଓ ବିଶ୍ୱଗୁରୁ ବୋଲି ଭାବୁଛନ୍ତି। ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସକୁ ନିଜକୁ ଭଗବାନ ମଣୁଛନ୍ତି।”

ତେବେ ପାଟୋଲେଙ୍କ କୁକୁର ବୟାନକୁ ବିଜେପି ଜୋରଦାର ବିରୋଧ କରିଛି। ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏପରି ବୟାନ କଂଗ୍ରେସର ହତାଶା ଭାବକୁ ଦର୍ଶାଉଛି ବୋଲି ବିଜେପି କହିଛି।

Advertisment

ଦଳର ବରିଷ୍ଠ ନେତା କିରିତ ସୋମୈୟା କହିଛନ୍ତି, “ଏପରି ବୟାନ ମହା ବିକାଶ ଅଘାଡ଼ିର ନିମ୍ନ ମାନସିକତାକୁ ଦର୍ଶାଉଛି। ସେମାନେ ହତାଶା ଭାବରୁ ଆହୁରି ତଳକୁ ଖସି ଯାଇଛନ୍ତି। ଶରଦ ପାୱାର ଗୋଟିଏ କଥା କହୁଥିବା ବେଳେ ଉଦ୍ଧବ ଠାକରେ ନିର୍ବାଚନ କମିଶନଙ୍କୁ ସିଧାସଳଖ ଦୁର୍ବ୍ୟବହାର କରିଥିଲେ। ଏବେ ରାହୁଲ ଗାନ୍ଧିଙ୍କ କଂଗ୍ରେସ ପକ୍ଷରୁ ବିଜେପିକୁ ଗୋଟିଏ କୁକୁର କୁହାଯାଇଛି।

ଏହା ପଛର କାରଣ ହେଲା ଓପିନିୟନ ପୋଲ କହୁଛି ଯେ ମହାରାଷ୍ଟ୍ରରେ ମହାୟୁତି ଏକତରଫ ବିଜୟ ହାସଲ କରୁଛି। ତେଣୁ ସେମାନଙ୍କ ଅସନ୍ତୋଷ ଓ ହତାଶା ଭାବକୁ ମୁଁ ବୁଝି ପାରୁଛି।”

ଆସନ୍ତା ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ। ଏଥିପାଇଁ ସବୁ ରାଜନୀତିକ ଦଳ ଜୋରଦାର ପ୍ରଚାର ଜାରି ରଖିଛନ୍ତି।

Bjp Congress Maharashtra Eelection 2024