Advertisment

ପୁତୁରାକୁ ହରାଇଲେ ଦାଦା, ବାଜି ମାରିଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ

ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର ବିଜୟ।

ଅଦ୍ୟତନ ହୋଇଛି
Devendra Fadnavis, Eknath Shinde & Ajit Pawar

Devendra Fadnavis, Eknath Shinde & Ajit Pawar

Advertisment

ମହାରାଷ୍ଟରରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ମହାୟୁତି ମେଣ୍ଟ। ବିଜେପି, ଏକନାଥ ସିନ୍ଦେଙ୍କ ଶିବ ସେନା ଏବଂ ଅଜିତ ପାୱାରଙ୍କ ଏନସିପିର ହେଭି ୱେଟ୍ ନେତା ମାରିଛନ୍ତି ବାଜି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିଜୟୀ ହୋଇଛନ୍ତି।

Advertisment

ସିନ୍ଦେ କୋପ୍ରି-ପଞ୍ଚପଖାଡି ଆସନରୁ ବିଜୟୀ ହୋଇ ଥିବାବେଳେ ଦେବେନ୍ଦ୍ର ଫଡନାଭିସ ନାଗପୁର ଉତ୍ତର-ପଶ୍ଚିମରୁ ବିଜୟୀ ହୋଇଛନ୍ତି। ସେହିପରି ଅଜିତ ପାୱାର ବାରମତିରୁ ବାଜି ମାରିଛନ୍ତି।

ବାରମତିରେ ଦାଦା-ପୁତୁରା ଲଢେଇ ହୋଇଥିଲା। ଅର୍ଥାତ୍ ଅଜିତ ପାୱାର ଏବଂ ଯୁଗେନ୍ଦ୍ର ପାୱାରଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଶେଷରେ ଅଜିତ ପାୱାର ପୁତୁରାଙ୍କୁ ହରାଇ ବିଜୟୀ ହୋଇଛନ୍ତି।

Advertisment

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ମହାୟୁତି ଏବଂ ମହାବିକାଶ ଅଘାଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଦିନ ଗୋଟାଏ ଫଳାଫଳ ଅନୁସାରେ ମହାୟୁତି ୧୪ଟି ଆସନରେ ବିଜୟୀ ସହ ୨୦୯ଟି ଆସନରେ ଆଗୁଆ ରହିଥିଲା। 

ସେହିପରି ମହାବିକାଶ ଅଘାଡି ଗୋଟିଏ ଆସନରେ ବିଜୟୀ ହୋଇ ଥିବାବେଳେ ୫୩ଟି ଆସନରେ ଆଗରେ ରହିଥିଲା ଏବଂ ଅନ୍ୟାନ୍ୟ ୧୧ଟି ଆସନରେ ଲିଡ୍ କରୁଥିଲା। 

Devendra Fadnavis Ajit Pawar Eknath Shinde Election Result Maharashtra Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe