Advertisment

ଇଭିଏମ୍ ଓ ଭିଭିପାଟରେ କୌଣସି ଅମେଳ ନାହିଁ; ସ୍ପଷ୍ଟ କଲେ ନିର୍ବାଚନ ଆୟୋଗ

ମହାରାଷ୍ଟ୍ର ନିର୍ବାଚନରେ ପରାଜୟ ପରେ ଭିଭିପାଟ୍ ସ୍ଲିପ୍ ଓ ଇଭିଏମ୍ ଭୋଟ ସଂଖ୍ୟାରେ ତାଳମେଳ ନଥିବା ଅଭିଯୋଗ କରୁଛନ୍ତି ବିରୋଧୀ। ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ।

author-image
Debadatta Aryashrestha
EVM and VVPAT

EVM and VVPAT

ମହାରାଷ୍ଟ୍ର ନିର୍ବାଚନରେ ବଡ଼ ବିଜୟ ହାସଲ କରି ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟ ସରକାର ଗଢ଼ି ସାରିଲାଣି। ହେଲେ ଏବେ ବି ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ବିରୋଧୀ। ଚିରାଚରିତ ଭାବେ ଇଭିଏମ୍ ଉପରେ ଦୋଷ ଲଦିବା ସହ ଭିଭିପାଟ୍ ସ୍ଲିପ୍ ସଂଖ୍ୟାରେ ମେଳ ଖାଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ ମହା ବିକାଶ ଅଘାଡ଼ି ମେଣ୍ଟର ସମସ୍ତ ଦଳ। ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଇଭିଏମରେ ପଡ଼ିଥିବା ଭୋଟ ସଂଖ୍ୟା ଓ ଭିଭିପାଟ ସ୍ଲିପରେ କୌଣସି ଅମେଳ ନଥିବା ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ।

Advertisment

ସୁପ୍ରିମକୋର୍ଟ ଓ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଧାର୍ଯ୍ୟ ନିୟମ ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯେକୌଣସି ୫ଟି ଲେଖାଏଁ ଭୋଟ କେନ୍ଦ୍ରରେ ବ୍ୟବହୃତ ଭିଭିପାଟ୍ ସ୍ଲିପକୁ ଗଣି ଏହାକୁ ଇଭିଏମରେ ପଡ଼ିଥିବା ଭୋଟ ସଂଖ୍ୟାରେ ମେଳ କରିବା ବାଧ୍ୟତାମୂଳକ। ଏହି ପ୍ରକ୍ରିୟା ମହାରାଷ୍ଟ୍ରରେ ନଭେମ୍ବର ୨୩ ଭୋଟ ଗଣତି ଦିନ ମଧ୍ୟ ହୋଇଥିଲା। ଭୋଟ ଗଣତି ପାଇଁ ରହିଥିବା ପର୍ଯ୍ୟବେକ୍ଷକ ଓ ସବୁ ଦଳର ପ୍ରାର୍ଥୀମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ହୋଇଥିବା ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସେ କହିଛନ୍ତି ଯେ ରାଜ୍ୟର ସମସ୍ତ ୨୮୮ ନିର୍ବାଚନ ମଣ୍ଡଳୀରୁ ମୋଟ ୧୪୦୦ ଭିଭିପାଟ୍ ସ୍ଲିପ୍ ଗଣା ହୋଇଥିଲା। ହେଲେ କୌଣସି ସ୍ଥାନରେ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ଦ୍ଵାରା ଭିଭିପାଟ୍ ସ୍ଲିପ୍ ଓ ଇଭିଏମ୍ ଭୋଟ ଗଣତିରେ ତାଳମେଳ ନଥିବା ଅଭିଯୋଗ ଆସିନାହିଁ। ନିର୍ବାଚନ ଆୟୋଗଙ୍କ ଦ୍ଵାରା ଧାର୍ଯ୍ୟ ସମସ୍ତ ନିୟମ ଅନୁସରଣ କରାଯାଇଥିବା ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Advertisment
NCP Bjp Election Commission Maha Vikash Aghadi Shiv Sena VVPAT EVM Maharashtra Election Mahayuti Alliance Maharashtra Politics Congress