Advertisment

ହଟାଇ ଦେଲେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି, ମୁଖ୍ୟମନ୍ତ୍ରୀ କହିଲେ- ମୁଁ ଜାଣନି

ଦୁଇ ଦିନ ତଳେ ସହରର ଗାନ୍ଧି ଚୌକ ନିକଟରେ ଥିବା ୫ଫୁଟ ୫ ଇଞ୍ଚିର ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କ୍ରେନ ଦ୍ୱାରା ହଟାଇ ଦିଆଯାଇଥିଲା। ଏବେ ଏହାକୁ ବିବାଦ ତୀବ୍ର ହେବାରେ ଲାଗିଛି।

Gandhi

Gandhi

Advertisment

ଆସାମର ଡୁମଡୁମାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ହଠାତ୍‌ ହଟାଇ ଦିଆଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେହିପରି ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ଆରମ୍ଭ ହୋଇଛି।

Advertisment

ଦୁଇ ଦିନ ତଳେ ସହରର ଗାନ୍ଧି ଚୌକ ନିକଟରେ ଥିବା ୫ଫୁଟ ୫ ଇଞ୍ଚିର ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କ୍ରେନ ଦ୍ୱାରା ହଟାଇ ଦିଆଯାଇଥିଲା। ଏବେ ଏହାକୁ ବିବାଦ ତୀବ୍ର ହେବାରେ ଲାଗିଛି।

ବିବାଦ ବଢ଼ୁଥିଲେ ହେଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରତିମୂର୍ତ୍ତି ହଟାଇବା ନିଷ୍ପତ୍ତି ସମ୍ପର୍କରେ କିଛି ଜାଣି ନଥିବା ସଫେଇ ଦେଇଛନ୍ତି। ସେ କହିଛନ୍ତି, “ଜିଲ୍ଲା ପ୍ରଶାସନର ପ୍ରତିମୂର୍ତ୍ତି ହଟାଇବା ନିଷ୍ପତ୍ତି ସମ୍ପର୍କରେ ମୁଁ ଅବଗତ ନାହିଁ। ମୋତେ ଏହାର ଯାଞ୍ଚ କରିବାକୁ ଦିଆଯାଉ। ଆସାମ ମହାତ୍ମା ଗାନ୍ଧିଙ୍କ ପାଖରେ ଋଣୀ। ନେହରୁଙ୍କ ନେତୃତ୍ୱାଧୀନ କଂଗ୍ରେସ ଯେତେବେଳେ ଗ୍ରୁପିଂ ଯୋଜନା ମାଧ୍ୟମରେ ଆସାମକୁ ପାକିସ୍ତାନରେ ମିଶାଇ ଦେବାକୁ ଚାହୁଁଥିଲେ ସେତେବେଳେ ଭାରତ ରତ୍ନ ଗୋପୀନାଥ ବୋର୍ଡଲୋଇଙ୍କ ସହ ମହାତ୍ମା ଗାନ୍ଧି ଦୃଢ଼ ଭାବେ ଛିଡ଼ା ହୋଇଥିଲେ।”

Advertisment

ଅନ୍ୟପକ୍ଷରେ ବିକ୍ଷୋଭ କରୁଥିବା ଅଲ ଆସାମ ଷ୍ଟୁଡେଣ୍ଟ ୟୁନିୟନ(ଆସୁ) ଅଭିଯୋଗ କରିଛି ଯେ ଗୋଟିଏ କ୍ଲକ ଟାୱାର ପାଇଁ ଗାନ୍ଧି ପ୍ରତିମୂର୍ତ୍ତିକୁ ହଟାଯାଇଛି। ଆସୁ ନେତା ପ୍ରୀତମ ନେଓଗ କହିଛନ୍ତି, “ପୌରପାଳିକା ବୋର୍ଡ ଓ ଟାଉନ କମିଟିକୁ ଆମେ ଯେତେବେଳେ ଭେଟିଥିଲୁ ସେତେବେଳେ ସେମାନେ ଆମକୁ ଏଠାରେ ଗୋଟିଏ କ୍ଲକ ଟାୱାର ନିର୍ମାଣ ହେବ ବୋଲି କହିଥିଲେ। କିନ୍ତୁ ଏଠାରୁ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ହଟାଇବା ପୂର୍ବରୁ କାହିଁକି ସିଭିଲ ସୋସାଇଟୀକୁ ବିଶ୍ୱାସକୁ ନିଆଗଲା ନାହିଁ?”

ଏହାପୂର୍ବରୁ ମହାତ୍ମା ଗାନ୍ଧିଙ୍କ ଅଣ ନାତି ତୁଷାର ଗାନ୍ଧି ଆସାମରେ କ୍ଷମତାସୀନ ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, “ଦିବ୍ରୁଗଡ଼ରେ ବାପୁଙ୍କ ପ୍ରତିମୂର୍ତ୍ତି ବଦଳରେ ଗୋଟିଏ କ୍ଲକ ଟାୱାର ନିର୍ମାଣ କରିବାକୁ ବିଜେପି ସରକାର ନେଇଥିବା ନିଷ୍ପତ୍ତି ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ।”

କଂଗ୍ରେସର ପୂର୍ବତନ ବିଧାୟକ ଦୁର୍ଗା ଭୂମିଜ କହିଛନ୍ତି, “ସହର ସୌଦର୍ଯ୍ୟକରଣର କୌଣସି ପ୍ରକଳ୍ପକୁ ଆମେ ବିରୋଧ କରୁନାହୁଁ। କିନ୍ତୁ ଏହା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ବଦଳରେ କରାଯିବା ଠିକ ନୁହେଁ। ଆମେ ଏଥିପାଇଁ ଅନୁମତି ଦେଇ ପାରିବୁ ନାହିଁ। ସେମାନଙ୍କୁ ପ୍ରତିମୂର୍ତ୍ତି ରଖିବାକୁ ପଡ଼ିବ ଓ କ୍ଲକ ଟାୱାର ନିର୍ମାଣ କରିବାକୁ ହେବ।”

ସମସ୍ତ ପ୍ରକାରର ଅଭିଯୋଗ ପରେ ଡୁମଡୁମା ବିଜେପି ବିଧାୟକ ରୂପେଶ ଗୋୱାଲା କହିଛନ୍ତ, ଗୋଟିଏ ନୂଆ ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଆସନ୍ତା ୬ ମାସ ମଧ୍ୟରେ ମୂଳସ୍ଥାନରେ ଏହା ରହିବ। ଏହି ନୂଆ ଷ୍ଟାଚ୍ୟୁ କ୍ଲକ ଟାୱାର ପାଖରେ ରହିବ। ଡୁମଡୁମା ସହରରେ ଗାନ୍ଧିଜୀଙ୍କ ପୁରୁଣା ଓ ଭଙ୍ଗା ଷ୍ଟାଚ୍ୟୁ ରହିବା ଠିକ କି? ଆମେ ବଡ଼ ଓ ନୂଆ ଷ୍ଟାଚ୍ୟୁ ପାଇଁ ପୁରୁଣାକୁ ହଟାଇଛୁ। ହେଲେ କିଛି ଲୋକ ବିବାଦ ସୃଷ୍ଟି କରୁଥିବା ସେ କହିଛନ୍ତି।

Assam Himanta Biswa Sarma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe