ମହେଶ୍ୱର ମହାନ୍ତିଙ୍କ ପରଲୋକ 

୧୯୭୮ରୁ ୨୦୧୯ ମସିହା ପର୍ଯ୍ୟନ୍ତ ମହେଶ୍ୱର ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ।

Maheswar Mohanty

ମହେଶ୍ୱର ମହାନ୍ତି (ଫାଇଲ ଫଟୋ)

Ordigital Desk
  • Published: Tuesday, 07 November 2023
  • Updated: 07 November 2023, 08:09 AM IST

ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଭୋର ୩ଟା ୨୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। । ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ଶ୍ରୀ ମହାନ୍ତି। 

ମହେଶ୍ୱର ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଥିଲେ । ୧୯୭୮ରୁ ୨୦୧୯ ମସିହା ପର୍ଯ୍ୟନ୍ତ ମହେଶ୍ୱର ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପୁରୀ ପୌର ପରିଷଦର ସଦସ୍ୟ ଓ ପରେ ଅଧ୍ୟକ୍ଷ ଏବଂ ୫ଥର ବିଧାୟକ ହୋଇଥିବା ମହେଶ୍ୱର ୨୦୧୯ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ । ତେବେ ସକ୍ରିୟ ରାଜନୀତିରୁ ସେ ଦୂରେଇ ନଯାଇ ପୁରୀରେ ବିଜେଡିର ସାଂଗଠନିକ କାର୍ଯ୍ୟ ଜାରି ରଖିଥିଲେ । ଦଳ ତାଙ୍କୁ ପୁରୀ ବିଜେଡି ସଭାପତି ଓ ପରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରିଥିଲା ।

୧୯୯୫ ମସିହାରେ ସେ ଜନତା ଦଳ ଟିକେଟରେ ସେ ପ୍ରଥମଥର ପାଇଁ ପୁରୀ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେବେଠୁ ସେ ୨୦୦୦,୨୦୦୪,୨୦୦୯ ଓ ୨୦୧୪ରେ କ୍ରମାଗତ ୫ଥର ବିଧାନସଭାକୁ ନିର୍ବାଚନ ହୋଇଥିଲେ। ତେବେ ୨୦୧୯ ମସିହା ସାଧାରଣ ନିର୍ବାଚନରେ ତାଙ୍କୁ ପରାଜୟର ଶିକାର ହେବାକୁ ପଡ଼ିଥିଲା । ୨୦୦୪ ମେ’ ୨୧ରୁ ୨୦୦୮ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ । ବାଚସ୍ପତି ଭାବେ ତାଙ୍କର କେତେକ ରୁଲିଂ ବିଧାନସଭାରେ ନୂଆ ପରମ୍ପରା ସୃଷ୍ଟି କରିଥିଲା । ବିଧାନସଭାର ଦୈନିକ ଅଧିବେଶନର ସମୟ ନିର୍ଦ୍ଧାରଣ ଶ୍ରୀ ମହାନ୍ତି ବାଚସ୍ପତି ଥିବା ସମୟରେ ହୋଇଥିଲା। ଗୃହର କାର୍ଯ୍ୟ ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ସନ୍ଧ୍ୟା ୭ଟା ପରେ ଚାଲିବ ନାହିଁ ବୋଲି ଶ୍ରୀ ମହାନ୍ତି ରୁଲିଂ ଦେଇଥିଲେ । ବିଧାନସଭା ଗୃହ ଭିତରେ ମୋବାଇଲ ଫୋନ୍ ଉପଯୋଗ ଉପରେ କଟକଣା ଜାରି କରି ସେ ଚର୍ଚ୍ଚାକୁ ଆସିଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ, ବନାରସ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ମହେଶ୍ୱର ରାଜନୀତିରେ ସାମିଲ ହେବା ପୂର୍ବରୁ ଆଡଭୋକେଟ୍ ଭାବେ କାର୍ଯ୍ୟ କରୁଥିଲେ।

ମହେଶ୍ୱର ୧୯୭୩ ମସିହାରେ ପୁରୀସ୍ଥିତ ଏସଏସିଏସ୍ କଲେଜ ଛାତ୍ର ସଂସଦ ସାଧାରଣ ସମ୍ପାଦକ, ୧୯୭୫ରେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟର ଓଡ଼ିଆ ସୋସାଇଟି ସାଧାରଣ ସମ୍ପାଦକ ଭାବେ ୨ବର୍ଷ କାର୍ଯ୍ୟ କରିଥିଲେ । ୧୯୭୮ ମସିହାରେ ସେ ପୁରୀ ପୌର ପରିଷଦରୁ କାଉନସିଲର ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ । ପୁରୀ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ବୋର୍ଡ ଅଫ ନିର୍ଦ୍ଦେଶକ ଭାବେ ୧୯୮୨ରୁ ୮୫, ପୁରୀ ପୌର ପରିଷଦ ଅଧ୍ୟକ୍ଷ ଭାବେ ୧୯୮୫ରୁ ୯୦ ଏବଂ ୧୯୯୨ରୁ ୯୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ନବୀନ ପଟ୍ଟନାୟକ ସରକାରରେ ପଂଚାୟତିରାଜ, ପର୍ଯ୍ୟଟନ ଓ ସଂସ୍କୃତି, ଯୋଜନା ଓ ସଂଯୋଜନ, ଆଇନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ମହେଶ୍ୱରଙ୍କୁ ମିଳିଥିଲା ।

ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଭାବେ ସେ ୧୯୯୪ ମସିହାରୁ କାର୍ଯ୍ୟ କରୁଥିଲେ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ଶ୍ରୀ ମହାନ୍ତି ବିଭିନ୍ନ ସମୟରେ ସେତୁ ଭାବେ କାର୍ଯ୍ୟ କରିଥିଲେ । ପୁରୀର ବିଭିନ୍ନ ସଂଗଠନ ଓ ଶିକ୍ଷାନୁଷ୍ଠାନ ସହ ଶ୍ରୀ ମହାନ୍ତି ଜଡ଼ିତ ଥିଲେ ।

ଶ୍ରୀ ମହାନ୍ତିଙ୍କର ପତ୍ନୀ ବିଷ୍ଣୁପ୍ରିୟା ମହାନ୍ତି ଓ ଦୁଇପୁଅ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story