Advertisment

ମହୁଆଙ୍କ ବିରୋଧରେ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

ଲୋକସଭା ସାଂସଦ ମହୁଆ ନିମ୍ନ ସଦନ ୱେବସାଇର ପାସୱାର୍ଡ ଜଣେ ବ୍ୟବସାୟୀଙ୍କୁ ଦେଇଛନ୍ତି। ମହୁଆ ନଥିବା ସ୍ଥାନରେ ଆକାଉଣ୍ଟ ଲଗଇନ ହୋଇଛି କି ନାହିଁ, ତା’ର ଯାଞ୍ଚ କରିବାକୁ ଦୁବେ ଦାବି କରିଛନ୍ତି।

Mahua

Mahua

Advertisment

ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗର ତଦନ୍ତ କରିବାକୁ ଆଜି ବିଜେପି ସାଂସଦ ନିଶିକାନ୍ତ ଦୁବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଚିଠି ଲେଖିଛନ୍ତି।

Advertisment

ଲୋକସଭା ସାଂସଦ ମହୁଆ ନିମ୍ନ ସଦନ ୱେବସାଇର ପାସୱାର୍ଡ ଜଣେ ବ୍ୟବସାୟୀଙ୍କୁ ଦେଇଛନ୍ତି। ମହୁଆ ନଥିବା ସ୍ଥାନରେ ଆକାଉଣ୍ଟ ଲଗଇନ ହୋଇଛି କି ନାହିଁ, ତା’ର ଯାଞ୍ଚ କରିବାକୁ ଦୁବେ ଦାବି କରିଛନ୍ତି।

ଏହାର ଜବାବରେ ମହୁଆ କହିଛନ୍ତି ଯେ ସାଂସଦମାନଙ୍କ ସଂସଦୀୟ କାର୍ଯ୍ୟ ପାଇଁ ବଡ଼ ଟିମ ରହିଛି। ଆଇଟି ମନ୍ତ୍ରୀ ସବୁ ସାଂସଦଙ୍କ ଲୋକେସନ ଓ ଲଗଇନ୍‌ ତଥ୍ୟ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି।

Advertisment

ଏହାପୂର୍ବରୁ ବିଜେପି ସାଂସଦ ଦୁବେ ଦାବି କରିଥିଲେ ଯେ ମହୁଆ ଦର୍ଶନ ହୀରାନନ୍ଦାନିଙ୍କ ଠାରୁ ଲାଞ୍ଚ ନେଇ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଦାନି ଗ୍ରୁପ୍‌କୁ ଟାର୍ଗେଟ କରୁଛନ୍ତି। ଏପରି କରି ମହୁଆ ସଂସଦୀୟ ସ୍ୱାଧିକାର, ଗୃହର ମର୍ଯ୍ୟାଦା ଓ ଅପରାଧିକ ଷଡ଼ଯନ୍ତ୍ର କରିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି।

ମହୁଆ ସବୁ ତଦନ୍ତକୁ ସ୍ୱାଗତ କରିଥିବାର ବେଳେ ଦର୍ଶନ ହୀରାନନ୍ଦାନି ଗ୍ରୁପ ସହ ତାଙ୍କର ବେଆଇନ ସମ୍ପର୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଆଜି ଅଶ୍ୱିନୀ ବୈଷ୍ଣବଙ୍କୁ ସାଂସଦ ଦୁବେ ଲେଖିଥିବା ଚିଠିରେ କହିଛନ୍ତି ଯେ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ। କ୍ରିଷ୍ଣନଗର ସାଂସଦ ନିଜର ଲୋକସଭା ପାସୱାର୍ଡ ଦର୍ଶନ ହୀରାନନ୍ଦାନି ଓ ହୀରାନନ୍ଦାନି ଗ୍ରୁପ୍‌କୁ ଲଗଇନ ପାଇଁ ଦେଇଛନ୍ତି।

ସେମାନେ ଏହାଦ୍ୱାରା ଲୋକସଭା ୱେବସାଇଟ୍‌ ନିଜ ଫାଇଦା ପାଇଁ ବ୍ୟବହାର କରୁଥିଲେ। ଯଦି ଉପରୋକ୍ତ ଅଭିଯୋଗ ଗୁଡ଼ିକ ଠିକ ବୋଲି ପ୍ରମାଣିତ ହୁଏ, ତା’ହେଲେ ଏହା ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ। କାରଣ ସରକାରୀ ୱେବସାଇଟରେ ଲଗଇନ କରିବାକୁ ଅଣଅଧିକୃତ ପ୍ରାପ୍ତ ଲୋକକଙ୍କୁ ପାସୱାର୍ଡ ଦେବା ଆଦୌ ଠିକ ନୁହେଁ।”

ବିଜେପି ସାଂସଦଙ୍କ ତରଫରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ୨୦୧୯ ମସିହାରୁ ୨୦୨୩ ମସିହା ମଧ୍ୟରେ ମହୁଆ ପଚାରିଥିବା ୬୧ ପ୍ରଶ୍ନରୁ ୫୦ଟି କେବଳ ହୀରାନନ୍ଦାନିଙ୍କ ହିତ ପାଇଁ ଉଦ୍ଦିଷ୍ଟ ଥିଲା । କ୍ୟାସ୍‌ ଓ ଗିଫ୍ଟ ବଦଳରେ ପ୍ରଶ୍ନ ପଚାରିବା ଏକ ଧର୍ତ୍ତବ୍ୟ ଅପରାଧ । ଏହି ଘଟଣାର ଯାଞ୍ଚ ପାଇଁ ମହୁଆଙ୍କ ବିରୋଧରେ ଯାଞ୍ଚ କମିଟି ବସାଇବାକୁ ନିଶିକାନ୍ତୁ ଦୁବେ ଦାବି କରିଛନ୍ତି।

୨୦୨୧ ମସିହାରେ ଆନ୍ତର୍ଜାତୀୟ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦି ଓ ଆଦାନିଙ୍କୁ ଟାର୍ଗେଟ କରିବାକୁ ଦର୍ଶନ ହୀରାନନ୍ଦାନି ମହୁଆଙ୍କୁ ୨ କୋଟି ଟଙ୍କା ଦେଇଥିଲେ। ଏହା ପୂର୍ବରୁ ୨୦୧୯ ମସିହାରେ ଲୋକସଭା ନିର୍ବାଚନ ଲଢ଼ିବା ନିମନ୍ତେ ହିରାଚନ୍ଦାନି ମହୁଆଙ୍କୁ ୭୫ ଲକ୍ଷ ଟଙ୍କା ଦେଇଥିଲେ। କେବଳ ସେତିକି ନୁହେଁ, ସେ ମହୁଆଙ୍କୁ ଦାମୀ ଆଇ- ଫୋନ୍‌ ଦେବା ସହ ତାଙ୍କୁ ମିଳିଥିବା ସରକାରୀ ଘରର ଇଣ୍ଟେରିୟର କାମ ବି କରିଥିଲେ।

ଏହା ପ୍ରତି ବଦଳରେ ମହୁଆ ଦର୍ଶନ ହୀରାନନ୍ଦାନିଙ୍କୁ ନିଜ ଲୋକସଭା ଆକାଉଣ୍ଟର ପାସୱାର୍ଡ ଦେଇଥିଲେ। ତେଣୁ ମହୁଆ ପୋଷ୍ଟ କରୁଥିବା ପ୍ରଶ୍ନ ସେ ନିଜେ ହିରାନନ୍ଦାନିଙ୍କ ଇଙ୍ଗିତରେ ପୋଷ୍ଟ କରୁଥିଲେ ନଚେତ ହିରାନନ୍ଦାନି ପୋଷ୍ଟ କରୁଥିଲେ।

ଦର୍ଶନ ହିରାନନ୍ଦାନି ରିୟଲ ଇଷ୍ଟେଟର ଆଗ ଧାଡ଼ିର ବ୍ୟବସାୟୀ ନିରଞ୍ଜନ ହୀରାନନ୍ଦାନିଙ୍କ ପୁଅ । ରିୟଲ ଇଷ୍ଟେଟକୁ ବାଦ ଦେଲେ ଏନର୍ଜୀ, ଶିକ୍ଷା, ହେଲଥକେୟାର କ୍ଷେତ୍ରରେ ବି ତାଙ୍କର ବ୍ୟବସାୟ ରହିଛି। ୨୦୧୪ ମସିହାରେ ଆଦାନୀ ଗ୍ରୁପ୍‌କୁ ଧାମରା ଗ୍ରୁପ୍‌ର ଟେଣ୍ଡର ମିଳିଥିବା ବେଳେ ଦର୍ଶନ ହିରାନନ୍ଦାନି ବି ପ୍ରମୁଖ ଦାବିଦାର ଥିଲେ। ତାଙ୍କ ନାମ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ଚଳିତ ବର୍ଷ ଜାନୁଆରୀରେ ତାଙ୍କ ଘର ଉପରେ ଆୟକର ବିଭାଗ ଚଢ଼ଉ କରିଥିଲା।

TMC Bjp Mahua Moitra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe