Advertisment

ଏଥିକ୍ସ କମିଟି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହୁଆ

ସଂସଦରୁ ବହିଷ୍କାର ହେବା ପରେ ଏଥିକ୍ସ କମିଟି ବିରୁଦ୍ଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ମହୁଆ।

Mohua Moitra

Mohua Moitra

Advertisment

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଟିଏମସି ସାଂସଦ ମହୁଆ ମୈତ୍ର। ସଂସଦରୁ ବହିଷ୍କାର ହେବା ପରେ ଏଥିକ୍ସ କମିଟି ବିରୁଦ୍ଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏଥିକ୍ସ କମିଟି ତାଙ୍କ ବିରୁଦ୍ଧରେ ନେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରିଛନ୍ତି ମହୁଆ। ଗତ ସପ୍ତାହରେ ସଂସଦରେ ପ୍ରଶ୍ନ ପଚାରିବାକୁ ଟଙ୍କା ନେବା ମାମଲାରେ ମହୁଆଙ୍କୁ ସଂସଦରୁ ବହୁଷ୍କୃତ କରିଥିଲା ଏଥିକ୍ସ କମିଟି। 

Advertisment

ସୂଚନା ଅନୁସାରେ, ବ୍ୟବସାୟୀ ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଉଥିଲେ। ଏଥିପାଇଁ ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଶେଆର୍ କରିଥିଲେ। ଏହା ସହ ତାଙ୍କ ଠାରୁ ନଗଦ ଟଙ୍କା ଏବଂ ଦାମୀ ଗିଫ୍ଟ ଆଣିଥିବା ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗ ପରେ ଏଥିକ୍ସ କମିଟି ମହୁଆଙ୍କୁ ଜେରା ପାଇଁ ନୋଟିସ୍ ପଠାଇଥିଲା। ମହୁଆ ଜେରା ପାଇଁ ଏଥିକ୍ସ କମିଟିରେ ମଧ୍ୟ ପହଞ୍ଚିଥିଲେ। କିନ୍ତୁ ଏହି ସମୟରେ ପ୍ରବଳ ହଙ୍ଗାମା କରିଥିଲେ ମହୁଆ। ଏହାପରେ କମିଟିର ୬ ଜଣ ସଦସ୍ୟ ମହୁଆଙ୍କୁ ବହିଷ୍କାର କରିବାକୁ ସୁପାରିସ କରିଥିଲେ। 

Advertisment

ଶେଷରେ ଡିସେମ୍ବର ୮ରେ ମହୁଆଙ୍କ କାର୍ଯ୍ୟକଳାପକୁ ଅତ୍ୟନ୍ତ ଆପତ୍ତିଜନକ ଓ ଅନୈତିକ ଦର୍ଶାଇ ସଂସଦରୁ ବହିଷ୍କୃତ କରାଯାଇଥିଲା, ଯାହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

Supreme Court Mahua Moitra Mahua Moitra Expelled
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe