Advertisment

ମହୁଆଙ୍କ ପାଲଟା ଅଭିଯୋଗ: ହୀରାନନ୍ଦାନୀଙ୍କ ଉପରେ ଚାପ ପକେଇ ତିଆରି ହୋଇଛି ସତ୍ୟପାଠ!

ଦର୍ଶନ ହୀରାନନ୍ଦାନୀଙ୍କ ସତ୍ୟପାଠକୁ ଟିଏମସି ସାଂସଦ ମୋହୁଆ ମୋଇତ୍ରଙ୍କ ପ୍ରତ୍ୟାଖ୍ୟାନ। କାହିଁକି ହୀରାନନ୍ଦାନୀଙ୍କ ସତ୍ୟପାଠ ସାର୍ବଜନୀନ ହୋଇନି ପ୍ରଶ୍ନ କଲେ।

ଅଦ୍ୟତନ ହୋଇଛି
Mohua Moitra

Mohua Moitra

Advertisment

ଦର୍ଶନ ହୀରାନନ୍ଦାନୀଙ୍କ ସତ୍ୟପାଠ ପରେ ଆସିଲା ତୃଣମୂଳ ସାଂସଦ ମହୁଆ ମୋଇତ୍ରଙ୍କ ପ୍ରତିକ୍ରିୟା। ଦୁଇ ପୃଷ୍ଠାର ଏକ ବିବୃତ୍ତିରେ ପ୍ରଶ୍ନ ବାଣ ମାରିଛନ୍ତି ମହୁଆ। ହୀରାନନ୍ଦାନୀଙ୍କ ସତ୍ୟପାଠକୁ ପ୍ରତ୍ୟାଖ୍ୟାନ କରି ମହୁଆ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହୀରାନନ୍ଦାନୀଙ୍କ ମୁଣ୍ଡରେ ‘କଥାର ବନ୍ଧୁକ’ ରଖି ସାଦା କାଗଜରେ ଦସ୍ତଖତ କରାଇଛି।

Advertisment

ମହୁଆ ସୋଶାଲ ମିଡିଆରେ ଦୁଇ ପୃଷ୍ଠାର ପ୍ରେସ୍ ରିଲିଜ୍ ଶେଆର୍ କରି ଅଭିଯୋଗ କରି କହିଛନ୍ତି, ହୀରାନନ୍ଦାନୀଙ୍କ ନାମରେ ପ୍ରକାଶ ପାଇଥିବା ସତ୍ୟପାଠ ସମ୍ପୂର୍ଣ୍ଣ ଭିତ୍ତିହୀନ। ତାଙ୍କ ମୁଣ୍ଡରେ ‘କଥାର ବନ୍ଧୁକ’ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଦା କାଗଜରେ ଦସ୍ତଖତ ନେଇଛି ଏବଂ ଏହାକୁ ସତ୍ୟପାଠ ନାମରେ ପୋଷ୍ଟ କରିଛି। 

ଏପର୍ଯ୍ୟନ୍ତ ଦର୍ଶନ ହୀରାନନ୍ଦାନୀଙ୍କ ଅଭିଯୋଗ ପତ୍ର କାହିଁକି ସାର୍ବଜନୀନ ହୋଇନାହିଁ ବୋଲି ମୋହୁଆ ପ୍ରଶ୍ନ କରିଛନ୍ତି। ଏଥିସହ ହୀରାନନ୍ଦାନୀଙ୍କୁ ସିବିଆଇ କିମ୍ବା ସଦାଚାର କମିଟି(Ethics Committee) କିମ୍ବା କୌଣସି ଅନୁସନ୍ଧାନକାରୀ ସଂସ୍ଥା ଏପର୍ଯ୍ୟନ୍ତ ଡକାଇ ନାହିଁ। ସେ କାହାକୁ ଏହି ସତ୍ୟପାଠ ପତ୍ର ଦେଇଛନ୍ତି ବୋଲି ମହୁଆ ପଚାରିଛନ୍ତି।

Advertisment

ଯଦି ଏହା ପ୍ରକୃତରେ ବ୍ୟବସାୟୀ ହୀରାନନ୍ଦାନୀଙ୍କ ସତ୍ୟପାଠ, ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତିରେ କାହିଁକି ପ୍ରକାଶ ପାଇନାହିଁ କି ସାର୍ବଜନୀନ ହୋଇନାହିଁ? ହୀରାନନ୍ଦାନୀ ଏହାକୁ ସୋଶାଲ ମିଡିଆରେ ପ୍ରକାଶ କରିନାହାନ୍ତି, କିନ୍ତୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଲିକ୍ କରୁଛନ୍ତି। ଏହା ଏକ ‘ଯାଚିକା ସଉଦା‘ ବୋଲି କହିଛନ୍ତି ମହୁଆ। ଆଦାନୀ ପ୍ରସଙ୍ଗରେ ପ୍ରଶ୍ନ କରୁଥିବା ନିର୍ଭିକ ରାଜନେତାମାନଙ୍କ ମୁହଁ ବନ୍ଦ କରିବାକୁ ଏପରି ଯୋଜନା କରାଯାଇଥିବା ମହୁଆ ଅଭିଯୋଗ କରିଛନ୍ତି।

ପ୍ରକାଶ ଥାଉ କି, ମହୁଆ ମୋଇତ୍ର ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ରଖୁଥିବା ଅଭିଯୋଗ କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ। ଏହାପରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଏକ ସତ୍ୟାପାଠ ଲିକ୍ ହେଉଛି। ମହୁଆ ତାଙ୍କୁ ଆଦାନୀ ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ପାଇଁ ସଂସଦ ଆଇଡି ଓ ପାସୱାର୍ଡ ଶେଆର୍ କରିଥିବା ସେ କହିଛନ୍ତି। ଏପରି କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କରିଥିବା ହୀରାନନ୍ଦାନୀ କହିଛନ୍ତି। ସେ ମଧ୍ୟ ବ୍ୟବସାୟିକ ଶତ୍ରୁତା କାରଣରୁ ଏପରି କରିଥିବା କହିଛନ୍ତି। 

Mahua Moitra Darshan Hiranandani Darshan Hiranandani Affidavit Cash For Query Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe