Advertisment

ମହୁଆ ମଇତ୍ରଙ୍କ କଟାକ୍ଷ, 'ପ୍ରଧାନମନ୍ତ୍ରୀ ଶେଷରେ ଆସିବେ, ସମସ୍ତଙ୍କ ଧଜିଆ ଉଡ଼େଇବେ'

ମଣିପୁର ହିଂସା ନେଇ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ବିତର୍କର ତୃତୀୟ ଦିନରେ ବିଜେପିକୁ କଟାକ୍ଷ କରିଛନ୍ତି ଟିଏମସି ସାଂସଦ ମହୁଆ ମଇତ୍ର।

author-image
Debibandita Barick
ଅଦ୍ୟତନ ହୋଇଛି
Mohua Moitra In Parliament

Mohua Moitra In Parliament

ମଣିପୁର ହିଂସା ନେଇ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ବିତର୍କର ତୃତୀୟ ଦିନରେ ବିଜେପିକୁ କଟାକ୍ଷ କରିଛନ୍ତି ଟିଏମସି ସାଂସଦ ମହୁଆ ମଇତ୍ର। ବିଜେପିର ଡବଲ୍ ଇଞ୍ଜିନ୍ ସରକାର ମଣିପୁରରେ ବିଫଳ ହୋଇଛି ବୋଲି ମହୁଆ କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଗୃହକୁ ନ ଆସିବାକୁ ନେଇ ମଧ୍ୟ ପ୍ରବଳ ବର୍ଷିଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣାରେ ଆମେ ଗର୍ଜନ କରୁଛୁ, ହେଲେ ପ୍ରଧାନମନ୍ତ୍ରୀ ଗୃହକୁ ଆସୁନାହାନ୍ତି। ସେ ତ ସବୁଠୁ ପଛରେ ଆସିବେ ନା, ଆଉ ଆସିକି ସମସ୍ତଙ୍କ ଧଜିଆ ଉଡ଼ାଇବେ ବୋଲି ମହୁଆ ଅଭିଯୋଗ କରିଛନ୍ତି।

Advertisment

କେନ୍ଦ୍ରକୁ ପ୍ରଶ୍ନ କରି ମହୁଆ ଆହୁରି କହିଛନ୍ତି, "ଗୃହରେ ମଣିପୁର କଥା ଆସିଲେ, ଶାସକ ସାଂସଦ ଅନ୍ୟ ରାଜ୍ୟ ବିଷୟରେ ଚର୍ଚ୍ଚା କରୁଛନ୍ତି। ତେବେ କୁହନ୍ତୁ ଅନ୍ୟ ଏପରି କେଉଁ ରାଜ୍ୟ ଅଛି, ଯେଉଁଠାରେ ପ୍ରାକୃତିକ ବିପର୍ଯ୍ୟୟ ଛଡ଼ା ମଣିପୁର ଭଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ସେଠାରେ ଦୁଇ ଗୋଷ୍ଠୀ ଶତ୍ରୁ ହୋଇଯାଇଛନ୍ତି। ପାର୍ବତ୍ୟ ଅଞ୍ଚଳର ଲୋକେ ଉପତ୍ୟାକାକୁ ଆସିପାରୁ ନାହାନ୍ତି, ଉପତ୍ୟାକାର ଲୋକ ପାର୍ବତ୍ୟ ଅଞ୍ଚଳକୁ ଯାଇପାରୁ ନାହାନ୍ତି। ୩ ମାସ ମଧ୍ୟରେ ହଜାର ହଜାର ଅଭିଯୋଗ ହୋଇଛି। ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି, ଅତି ନିର୍ମମ ଭାବେ ସେମାନଙ୍କୁ ନିର୍ଯାତନା ଦିଆଯାଇଛି।" ଏପରି ଅନ୍ୟ କେଉଁ ରାଜ୍ୟରେ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ମହୁଆ।

Advertisment

ଏପରି କେଉଁ ରାଜ୍ୟ ବାବଦରେ କୁହନ୍ତୁ, ଯେଉଁ ରାଜ୍ୟର ୫ଟି ପୁଲିସ ଷ୍ଟେସନରୁ ୫ ହଜାର ବନ୍ଧୁକ ଏବଂ ୬ ଲକ୍ଷ ଗୁଳି ଲୁଟ କରାଯାଇଛି ବୋଲି ମହୁଆ ପ୍ରଶ୍ନ କରିଛନ୍ତି। ମଣିପୁରରେ ଏପରି ସବୁ ଘଟଣା ଘଟିଛି। ଏହା ଡବଲ୍ ଇଞ୍ଜିନ୍ ସରକାରଙ୍କ ସବୁଠାରୁ ବଡ ବିଫଳତା। ସମାଜରେ ବ୍ୟାପିଥିବା ଧାର୍ମିକ ଶତ୍ରୁତା ଉପରେ ମହୁଆ କହିଛନ୍ତି ଯେ, ଏବେ ଶବୁଜ ପନିପରିବା ହିନ୍ଦୁ ଆଉ ଛେଳି ମୁସଲମାନ ହୋଇଯାଇଛି। ଏପରି ପରିସ୍ଥିତି ସୃଷ୍ଟି ହୋଇଛି, ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟ ବିରୁଦ୍ଧରେ ଅପରାଧ କରୁଛି। କିନ୍ତୁ ପୀଡ଼ିତଙ୍କୁ ନ୍ୟାୟ ମିଳୁନି ବୋଲି କହିଛନ୍ତି ମହୁଆ।

Manipur Violence Parliament Monsoon Session Mahua Moitra TMC MP