Advertisment

ମହୁଆଙ୍କ ଆବେଦନ ଖାରଜ, ନଭେମ୍ବର ୨ରେ ଏଥିକ୍ସ କମିଟିରେ ହାଜର ହେବାକୁ ନିର୍ଦ୍ଦେଶ

ମହୁଆ ସମୟସୀମା ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ। ୩୧ ବଦଳରେ ସେ ନଭେମ୍ବର ୫ ପରେ ହାଜର ହେବେ ବୋଲି କହିଥିଲେ।

author-image
Hemant Lenka
Mahua

Mahua

ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ଫସିଥିବା ସାଂସଦ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ ହୋଇଛି। ତାଙ୍କୁ ଲୋକସଭାର ଏଥିକ୍ସ କମିଟି ନିକଟରେ ନଭେମ୍ବର ୨ରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ କମିଟି ତାଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ କହିଥିଲା।

Advertisment

କିନ୍ତୁ ମହୁଆ ସମୟସୀମା ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ। ୩୧ ବଦଳରେ ସେ ନଭେମ୍ବର ୫ ପରେ ହାଜର ହେବେ ବୋଲି କହିଥିଲେ। କିନ୍ତୁ କମିଟି ତାଙ୍କ ଆବେଦନକୁ ଖାରଜ କରି ଦେଇଛି। ତାଙ୍କୁ ନଭେମ୍ବର ୨ରେ ହାଜର ହେବାକୁ କୁହାଯାଇଛି। ଏହାପରେ ଆଉ ସମୟସୀମାକୁ ବୃଦ୍ଧି କରାଯିବ ନାହିଁ ବୋଲି ମଧ୍ୟ କମିଟି ମହୁଆଙ୍କୁ ରୋକଠୋକ ଶୁଣାଇ ଦେଇଛି।

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗର ତଦନ୍ତ କରୁଥିବା ଏଥିକ୍ସ କମିଟିକୁ ଶୁକ୍ରବାର ମହୁଆ ଚିଠି ଲେଖିଥିଲେ। ଏଥିରେ ସେ ୩୧ ତାରିଖରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ। ନଭେମ୍ବର ୪ ଯାଏ ସାଂସଦ ଭାବେ ତାଙ୍କର କିଛି କାମ ରହିଛି। ତେଣୁ ନଭେମ୍ବର ୫ ପରେ ସେ ପକ୍ଷ ରଖିବାକୁ ଉପଲବ୍ଧ ହେବେ।

Advertisment

ଚିଠି ପାଇବା ପରେ ଏଥିକ୍ସ କମିଟି ପଚରାଉଚରା ସମୟସୀମାକୁ ୩ ଦିନ ବୃଦ୍ଧି କରିଛି। ମହୁଆଙ୍କୁ ନଭେମ୍ବର ୨ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ମହୁଆ କ’ଣ ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ମହୁଆଙ୍କୁ ଏଥିକ୍ସ କମିଟି ସମନ କରିବା ପୂର୍ବରୁ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରୀ ଓ ବିଜେପି ସାଂସଦ ନିଶିକ୍ତାନ୍ତ ଦୁବେଙ୍କୁ ଡାକିଥିଲା। ସେମାନେ କମିଟି ନିକଟରେ ହାଜର ହୋଇ ନିଜ ନିଜର ବୟାନ ରେକର୍ଡ କରାଇଥିଲେ।

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ଅଭିଯୋଗପତ୍ରରେ ସାଂସଦ ଦୁବେ ଆଇନଜୀବୀ ଦେହାଦ୍ରୀ ସାମ୍ନାକୁ ଆଣିଥିବା ଦସ୍ତାବିଜ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଟଙ୍କା ନେଇ ମହୁଆ ଲୋକସଭାରେ ଆଦାନି ଗ୍ରୁପ ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଳିନ କରିବା ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ରହିଥିଲା।

ଦୁବେ ଆହୁରି ଅଭିଯୋଗ କରିଛନ୍ତି ଯେ ମହୁଆ ମୋଇତ୍ରା ଭାରତରେ ଥିବା ବେଳେ ତାଙ୍କ ସଂସଦର ଆଇଡିକୁ ଦୁବାଇରେ ବ୍ୟବହାର କରାଯାଇଥିଲା। ତଦନ୍ତକାରୀ ଏଜେନ୍ସିକୁ ଏକଥା ଏନଆଇସି ଏକଥା ଜଣାଇଛି ବୋଲି ସେ ଚିଠିରେ କହିଛନ୍ତି।

Mahua Moitra Mahua Moitra Bribe Case