Advertisment

ଲୋକସଭା ଏଥିକ୍ସ କମିଟିରେ ହାଜର ହେବେନି ସାଂସଦ ମହୁଆ

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଏଥିକ୍ସ କମିଟି କରୁଥିବା ବେଳେ ତାଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ ଗୁରୁବାର ସମନ କରାଯାଇଥିଲା।

Mahua

Mahua

Advertisment

ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରିବା ଅଭିଯୋଗରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରା ଲୋକସଭାର ଏଥିକ୍ସ କମିଟି ନିକଟରେ ହାଜର ହେବେନି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଏଥିକ୍ସ କମିଟି କରୁଥିବା ବେଳେ ତାଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ ଗୁରୁବାର ସମନ କରାଯାଇଥିଲା। କିନ୍ତୁ ସମନ ଅନୁସାରେ ମହୁଆ ୩୧ ତାରିଖରେ ହାଜର ହୋଇପାରିବେ ନାହିଁ ବୋଲି କହିଛନ୍ତି।

Advertisment

ମହୁଆ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାଚନ୍ଦାନୀଙ୍କୁ ତାଙ୍କୁ ଲୋକସଭା ୱେବସାଇଟର ପାସୱାର୍ଡ ଦେଇଥିଲେ। ସେ ମହୁଆଙ୍କ ପାଇଁ ଲୋକସଭାର ପ୍ରଶ୍ନ ତିଆରି କରୁଥିବା ଅଭିଯୋଗ ହୋଇଛି। ଏହାକୁ ମହୁଆ ଖଣ୍ଡନ କରିଥିଲେ ହେଁ ଏଥିକ୍ସ କମିଟି ତଦନ୍ତ ଆରମ୍ଭ କରିବା ସହ ତାଙ୍କୁ ସମନ କରିଥିଲା।

କିନ୍ତୁ ସେ ୩୧ ତାରିଖରେ କାହିଁକି କମିଟି ନିକଟରେ ହାଜର ହୋଇପାରିବେ ନାହିଁ, ତା’ର ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, “ଏଥିକ୍ସ କମିଟିର ଅଧ୍ୟକ୍ଷ ମୋର ୩୧/୧୦ ସମନ ସମ୍ପର୍କରେ ଲାଇଭ ଟିଭିରେ ଘୋଷଣା କରିଛନ୍ତି। ମୋ ପାଖକୁ ସନ୍ଧ୍ୟା ୭.୨୦ରେ ଇ-ମେଲ ପଠା ଯାଇଥିବା ବେଳେ ତା’ ପୂର୍ବରୁ ଏହାକୁ ଗଣମାଧ୍ୟମ ସାମ୍ନାରେ ସାର୍ବଜନୀନ କରାଯାଇଥିଲା। ସମସ୍ତ ଅଭିଯୋଗ ଓ ତଥାକଥିତ ସତ୍ୟପାଠକୁ ମଧ୍ୟ ମିଡିଆରେ ଲିକ କରାଯାଇଛି।”

Advertisment

ମହୁଆ କହିଛନ୍ତି ଯେ ତାଙ୍କ ଲୋକସଭା ନିର୍ବାଚନ ମଣ୍ତଳୀରେ କିଛି ଧାର୍ଯ୍ୟ କାର୍ଯ୍ୟକ୍ରମ ରହିଛି। ଏହା ନଭେମ୍ବର ୪ରେ ଶେଷ ହେବ। କାମ ଶେଷ ହେବା ପରେ ସେ ତୁରନ୍ତ କମିଟି ନିକଟରେ ହାଜର ହେବେ। 

ଲୋକସଭା ଏଥିକ୍ସ କମିଟିର ମୁଖ୍ୟ ହେଉଛନ୍ତି ବିନୋଦ ସୋଙ୍କାର। ସେ କହିଛନ୍ତି, ସାଂସଦ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ବେଳେ କମିଟି ସ୍ୱରାଷ୍ଟ୍ର ଓ ଆଇଟି ମନ୍ତ୍ରଣାଳୟର ସହାୟତା ନେବ। ତାଙ୍କ ପକ୍ଷ ମଧ୍ୟ ଶୁଣାଯିବ।

ମହୁଆଙ୍କୁ ଏଥିକ୍ସ କମିଟି ସମନ କରିବା ପୂର୍ବରୁ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରୀ ଓ ବିଜେପି ସାଂସଦ ନିଶିକ୍ତାନ୍ତ ଦୁବେଙ୍କୁ ଡାକିଥିଲା। ସେମାନେ କମିଟି ନିକଟରେ ହାଜର ହୋଇ ନିଜ ନିଜର ବୟାନ ରେକର୍ଡ କରାଇଥିଲେ।

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ଅଭିଯୋଗପତ୍ରରେ ସାଂସଦ ଦୁବେ ଆଇନଜୀବୀ ଦେହାଦ୍ରୀ ସାମ୍ନାକୁ ଆଣିଥିବା ଦସ୍ତାବିଜ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଟଙ୍କା ନେଇ ମହୁଆ ଲୋକସଭାରେ ଆଦାନି ଗ୍ରୁପ ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଳିନ କରିବା ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ରହିଥିଲା।

ଦୁବେ ଆହୁରି ଅଭିଯୋଗ କରିଛନ୍ତି ଯେ ମହୁଆ ମୋଇତ୍ରା ଭାରତରେ ଥିବା ବେଳେ ତାଙ୍କ ସଂସଦର ଆଇଡିକୁ ଦୁବାଇରେ ବ୍ୟବହାର କରାଯାଇଥିଲା। ତଦନ୍ତକାରୀ ଏଜେନ୍ସିକୁ ଏକଥା ଏନଆଇସି ଏକଥା ଜଣାଇଛି ବୋଲି ସେ ଚିଠିରେ କହିଛନ୍ତି।

Mahua Moitra Mahua Moitra Bribe Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe