Advertisment

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ବଡ଼ଧରଣର ଅଦଳବଦଳ, ପ୍ରିୟଙ୍କାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ସଚିନ ପାଇଲଟଙ୍କୁ ଏଆଇସିସିର ସାଧାରଣ ସଂପାଦକ କରାଯାଇ ଛତିଶଗଡ଼ର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ଅଦ୍ୟତନ ହୋଇଛି
Priyanka Gandhi Vadra

Priyanka Gandhi Vadra

Advertisment

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶନିବାର କଂଗ୍ରେସରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ ହୋଇଛି। ସଚିନ ପାଇଲଟଙ୍କୁ ଏଆଇସିସିର ସାଧାରଣ ସଂପାଦକ କରାଯାଇ ଛତିଶଗଡ଼ର ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଉତ୍ତର ପ୍ରଦେଶର ପ୍ରଭାରୀ ଥିବା ବେଳେ ତାଙ୍କ ଠାରୁ ଏହି ଦାୟିତ୍ୱ କାଢ଼ି ନିଆଯାଇଛି। ତାଙ୍କ ସ୍ଥାନରେ ଏଆଇସିସି ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତ କରାଯାଇଛି। ପ୍ରିୟଙ୍କା ଗାନ୍ଧିଙ୍କୁ ଅନ୍ୟ କୌଣସି ପ୍ରଦେଶର ଦାୟିତ୍ୱ ଦିଆଯାଇ ନଥିବା ବେଳେ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କର ଭୂମିକା କ’ଣ ରହିବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

Advertisment

ଦଳର ବରିଷ୍ଠ ନେତା ମୁକୁଲ ୱାସନିକଙ୍କୁ ଗୁଜରାଟ ପ୍ରଦେଶ କଂଗ୍ରେସର ପ୍ରଭାରୀ କରାଯାଇଥିବା ବେଳେ ରଣଦୀପ ସିଂହ ସୁରେଜୱାଲାଙ୍କୁ କର୍ଣ୍ଣାଟକା ଦାୟିତ୍ୱ ଦିଆଯାଇଛି। ଜୟରାମ ରମେଶଙ୍କୁ ସାଧାରଣ ସଂପାଦକ କରାଯାଇ କମ୍ୟୁନିକେସନ ଦାୟିତ୍ୱ ଦିଆଯାଇଛି। କେ.ସି ବେଣୁଗୋପାଳ ପୂର୍ବପରି ସାଧାରଣ ସମ୍ପାଦକ ଭାବେ ସଂଗଠନ ଦାୟିତ୍ୱରେ ରହିବେ। ଅନ୍ୟତମ ବରିଷ୍ଠ ନେତା ଅଜୟ ମାକେନ ଏଆଇସିସିର କୋଷାଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟ ଜାରି ରଖିବେ।

୧୨ ଜଣ ସାଧାରଣ ସଂପାଦକଙ୍କ ସହିତ ୧୧ ଜଣ ରାଜ୍ୟ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି ଏଆଇସିସି। ଜିଏସ୍ ମୀର ଝାରଖଣ୍ଡ ପ୍ରଦେଶ କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତି ପାଇଥିବା ବେଳେ ପଶ୍ଚିମବଙ୍ଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଦୀପା ଦାସମୁନସୀଙ୍କୁ କେରଳ, ଲାକ୍ଷାଦୀପର ପ୍ରଭାରୀ କରାଯାଇଥିବା ବେଳେ ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Advertisment

ରମେଶ ଚେନ୍ନିଥାଲାଙ୍କୁ ମହାରାଷ୍ଟ୍ର, ମୋହନ ପ୍ରକାଶଙ୍କୁ ବିହାର, ଡାକ୍ତର ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଡାକ୍ତର ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ କରାଯାଇଥିବା ବେଳେ ତାମିଲନାଡୁ ଓ ପୁଡଉଚେରୀରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଜମ୍ମୁ ଓ କଶ୍ମୀରର ଦାୟିତ୍ୱ ଭାରତୀସିଂହ ସୋଲାଙ୍କିଙ୍କୁ ଦିଆଯାଇଥିବା ବେଳେ ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ସୁଖଜିନ୍ଦର ସିଂହ ରାନ୍ଧ୍ୱାଙ୍କୁ ରାଜସ୍ଥାନ ଦେବେନ୍ଦ୍ର ଯାଦବଙ୍କୁ ପଞ୍ଜାବ ଦାୟିତ୍ୱ ଦିଆଯାଇଛି। ମାନିକରାଓ ଠାକରେଙ୍କୁ ଗୋଆ, ଡାମନ ଓ ଡିଉ ଏବଂ ଦାଦରା ଓ ନଗର ହବେଲୀ ଦାୟିତ୍ୱ ଦିଆଯାଇଥିବା ବେଳେ ଗିରୀଶ ଚୋଡ଼ନକର୍ମଙ୍କୁ ତ୍ରିପୁରା, ସିକ୍କିମ, ମଣିପୁର ଓ ନାଗାଲାଣ୍ଡ ଦାୟିତ୍ୱ ଦିଆଯାଇଛି। ମନିକମ ଟାଗୋରଙ୍କୁ ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବାରର ପ୍ରଭାରୀ କରାଯାଇଛି।

୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ପ୍ରାୟ ୩ ସପ୍ତାହ ପରେ କଂଗ୍ରେସ ଏଭଳି ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ କରିଥିବାରୁ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା କୁହାଯାଉଛି। ସିଡବ୍ଲ୍ୟୁସି ବୈଠକର ଦୁଇ ଦିନ ପରେ ଦଳ ଏଭଳି ପରିବର୍ତ୍ତନ କରିଛି। ଦଳ ପୁଣି ଥର ଭାରତ ଯୋଡ଼ ଯାତ୍ରାର ଆୟୋଜନ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।

Congress Aicc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe