Advertisment

ଗୃହନିର୍ମାଣ ପ୍ରୋତ୍ସାହନ ଅବଧି ୪ମାସ ନୁହେଁ ୭ମାସ କର: ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ସରକାରଙ୍କ ‘ପ୍ରୋତ୍ସାହନ ରାଶି’ କେବଳ ଏକ ଧୂଆଁବାଣ ଓ ପ୍ରହସନ ସଦୃଶ ବୋଲି ବିଜେପି ଅଭିଯୋଗ କରିବା ସହ ପ୍ରୋତ୍ସାହନ ରାଶି ପ୍ରଦାନର ଅବଧି ୪ମାସ ପରିବର୍ତ୍ତେ ୭ମାସକୁ ବୃଦ୍ଧି ନିମନ୍ତେ ବିଜେପି ଦାବି କରିଛି ।

BJP

BJP

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ସରକାରଙ୍କ ‘ପ୍ରୋତ୍ସାହନ ରାଶି’ କେବଳ ଏକ ଧୂଆଁବାଣ ଓ ପ୍ରହସନ ସଦୃଶ ବୋଲି ବିଜେପି ଅଭିଯୋଗ କରିବା ସହ ପ୍ରୋତ୍ସାହନ ରାଶି ପ୍ରଦାନର ଅବଧି ୪ମାସ ପରିବର୍ତ୍ତେ ୭ମାସକୁ ବୃଦ୍ଧି ନିମନ୍ତେ ବିଜେପି ଦାବି କରିଛି ।

Advertisment

ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବହୁ ତୁମ୍ଭିତୋଫାନ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଜୁନ୍ ୧୬ ତାରିଖରୁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତିି । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାଦେଶ ସହିତ ୪୦ହଜାର ଟଙ୍କା ଦେଇଛନ୍ତିି ଏବଂ ଅବଶିଷ୍ଟ ରାଶି ଦୁଇଟି କିସ୍ତିରେ ଗୃହକାର୍ଯ୍ୟର ଅଗ୍ରଗତି ନେଇ ପ୍ରଦାନ କରାଯିବ ନିଷ୍ପତ୍ତି ନେଇଛନ୍ତିି । ଯେଉଁ ହିତାଧିକାରୀମାନେ ଜୁନ୍ ୧୬ରୁ ଅକ୍ଟୋବର ଅର୍ଥାତ୍ ୪ମାସ ସମୟ ସୀମା ଭିତରେ ଗୃହକାର୍ଯ୍ୟକୁ ସମାପ୍ତ କରିବେ ତାଙ୍କୁ ୨୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତିି । ରାଜ୍ୟ ସରକାର ବର୍ଷାଦିନେ ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ କିପରି ପ୍ରଦାନ କରିଛନ୍ତିି ବୋଲି ସେ ପ୍ରଶ୍ନ କରିଛନ୍ତିି । ବର୍ଷା ଦିନ ପାଇଁ  ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କୋଠା, ପୋଲ ଏବଂ ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଶିଥିଳ ପଡ଼ିଯାଇଛି । ଏ କ୍ଷେତ୍ରରେ ବର୍ଷାଦିନେ ହିତାଧିକାରୀମାନେ ଗୃହକାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟଦାୟକ ବ୍ୟାପାର । ବର୍ଷାଦିନେ ଗାଁ ଗହଳିରେ ହିତାଧିକାରୀ ବା ସମସ୍ତ ଲୋକେ ଚାଷବାସରେ ବ୍ୟସ୍ତ ରୁହନ୍ତିି, ଫଳରେ ଗୃହ କାର୍ଯ୍ୟ କରିବା ପାଇଁ ଶ୍ରମିକଟିଏ ମିଳିବା କଷ୍ଟକର ।

ଯେଉଁ ଶ୍ରମିକ ମିଳନ୍ତି ସେମାନେ ଅଧିକ ଅର୍ଥ ଦାବି କରନ୍ତି । ଯେଉଁଥିପାଇଁ ଏସମୟରେ ହିତାଧିକାରୀମାନେ ଗୃହକାର୍ଯ୍ୟ ଆରମ୍ଭ ପାଇଁ ପଛଘୁଂଚା ଦେଉଛନ୍ତିି । ତା’ଛଡ଼ା ଓଡ଼ିଶାରେ ପରମ୍ପରା ଓ ବିଶ୍ୱାସ ରହିଛି ଯେ, ମଳମାସରେ କୌଣସି ଶୁଭକାମ କରାଯାଏ ନାହିଁ । ଯେଉଁଥିପାଇଁ ହିତାଧିକାରୀମାନେ ଗୃହକାର୍ଯ୍ୟ ଆରମ୍ଭ ନକରିବା ଅନ୍ୟ ଏକ କାରଣ । ଏହି ୪ମାସ ଅବଧି ମଧ୍ୟରେ ହିତାଧିକାରୀମାନେ ଗୃହକାର୍ଯ୍ୟ ସମାପ୍ତ କରିବା ଅସମ୍ଭବ । ରାଜ୍ୟ ସରକାର ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବାରେ କେତେ ଆନ୍ତରିକତା ରହିଛି ଏଥିରୁ ସ୍ପଷ୍ଟ ପ୍ରମାଣିତ । ଲୋକସଭା ଭବନରେ ବଡ଼ ବଡ଼ ଅଫିସରମାନଙ୍କ ସର୍ବନିମ୍ନ ଜ୍ଞାନର ଅଭାବରୁ ଏହି ୪ମାସର ଅବଧି ନିଷ୍ପତ୍ତି ପାଇଁ ହିତାଧିକାରୀଟିଏ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରାଶି ପାଇବାରୁ ବଂଚିତ ହେବାକୁ ଯାଉଛି । ରାଜ୍ୟ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଏହି ପ୍ରୋତ୍ସହନ ରାଶି ଘୋଷଣା କରିଛନ୍ତିି । ଏହି ଅବଧି ଭିତରେ ପ୍ରତ୍ସୋହନ ରାଶି ପ୍ରଦାନ ହିତାଧିକାରୀଙ୍କ ପାଇଁ ଧୂଆଁବାଣ ଓ ପ୍ରହସନ ସଦୃଶ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Advertisment

ଯଦି ହିତାଧିକାରୀମାନଙ୍କୁ ପ୍ରକୃତରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି, ତା’ହେଲେ ୨୦୨୩ ଅକ୍ଟୋବର(୪ମାସର ଅବଧି) ପରିବର୍ତେ ୨୦୨୪ ଜାନୁୟାରୀ (୭ମାସ) ପର୍ଯ୍ୟନ୍ତ ସମୟ ଦିଅନ୍ତୁ, ଯାହାଫଳରେ ସେମାନେ ତ୍ସୋହନ ରାଶି ପାଇପାରିବେ ବୋଲି ବିଜେପି କହିଛି ।

Odisha PMAY Scam House PMAY
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe