Advertisment

ହାତ ଯୋଡ଼ିଲେ, ସାଂସଦଙ୍କ ନିଲମ୍ବନ ନିଷ୍ପତ୍ତିକୁ ରାଜ୍ୟସଭାରେ ବିରୋଧ କଲେ ଖଡଗେ

ଅଧୀର ରଞ୍ଜନଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇଥିଲେ। ଶ୍ରୀ ଚୌଧୁରୀଙ୍କୁ ଛୋଟିଆ କାରଣ ପାଇଁ ଲୋକସଭାରୁ ନିଲମ୍ବିତ କରାଯାଇଛି। ସେ କେବଳ କହିଥିଲେ ଯେ ନୀରବ ମୋଦି। ନୀରବର ଅର୍ଥ ଚୁପ ବା ଶାନ୍ତ। ତେଣୁ ଏଥିରେ କିଛି ଅସୁବିଧା ନାହିଁ ବୋଲି ଖଡଗେ କହିଛନ୍ତି।

ଅଦ୍ୟତନ ହୋଇଛି
Congress

Congress

Advertisment

ଲୋକସଭାରୁ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବିତ କରାଯିବା ପ୍ରସଙ୍ଗ ଆଜି ରାଜ୍ୟସଭାରେ ଉଠିଛି। କଂଗ୍ରେସ ସାଂସଦ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ହାତ ଯୋଡ଼ି ଗୃହର ଅଧ୍ୟକ୍ଷ ଜଗଦୀପ ଧନକରଙ୍କୁ ମାଇକ ବନ୍ଦ ନ କରିବାକୁ ଅନୁରୋଧ କରିଥିଲେ।

Advertisment

ଏହାପରେ ଅଧୀର ରଞ୍ଜନଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇଥିଲେ। ଶ୍ରୀ ଚୌଧୁରୀଙ୍କୁ ଛୋଟିଆ କାରଣ ପାଇଁ ଲୋକସଭାରୁ ନିଲମ୍ବିତ କରାଯାଇଛି। ସେ କେବଳ କହିଥିଲେ ଯେ ନୀରବ ମୋଦି। ନୀରବର ଅର୍ଥ ଚୁପ ବା ଶାନ୍ତ। ତେଣୁ ଏଥିରେ କିଛି ଅସୁବିଧା ନାହିଁ ବୋଲି ଖଡଗେ କହିଛନ୍ତି।

ତେବେ ଖଡଗେ ରାଜ୍ୟସଭାରେ ଅଧୀରଙ୍କ କଥା ଉଠାଇଥିବାରୁ ଏହାକୁ ଶାସକ ଦଳର ସାଂସଦମାନେ ବିରୋଧ କରିଥିଲେ। କିନ୍ତୁ ଆଜି ମୌସୁମୀ ଅଧିବେଶନର ଶେଷ ଦିନ ହୋଇଥିବାରୁ ବିରୋଧୀ ଦଳର ନେତାଙ୍କୁ ସମସ୍ତେ ଶୁଣିବା ଦରକାର ବୋଲି ଅଧ୍ୟକ୍ଷ ଧନକର କହିଥିଲେ। ଏହାପରେ ଖଡଗେ ଅଧ୍ୟକ୍ଷ ଧନକରଙ୍କୁ ଗଣତନ୍ତ୍ରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

Advertisment

ସେ କହିଛନ୍ତି, “ଅଧୀର ରଞ୍ଜନ ଚୌଧୁରୀଙ୍କୁ ଗୋଟିଏ ଛୋଟିଆ କାରଣ ପାଇଁ ନିଲମ୍ବିତ କରାଯାଇଛି। ଏହାର ବିଚାର ସ୍ୱାଧିକାର କମିଟି ପାଖକୁ ପଠାଇ ଦିଆଯାଇଛି। ଦେଶର ଉପ ରାଷ୍ଟ୍ରପତି ତଥା ଅଧ୍ୟକ୍ଷଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଆପଣ ଗଣତନ୍ତ୍ରର ସୁରକ୍ଷା କରନ୍ତୁ।

ସେ (ଅଧୀର ରଞ୍ଜନ) ପବ୍ଲିକ ଆକାଉଣ୍ଟସ କମିଟି, ବିଜନେସ ପରାମର୍ଶଦାତା କମିଟି ସଦସ୍ୟ ଓ ସିବିସି ଚୟନ ପ୍ରକ୍ରିୟାରେ ସେ ରହିଛନ୍ତି। ଯଦି ସେ ନିଲମ୍ବିତ ହୋଇ ରୁହନ୍ତି, ତା’ହେଲେ ସେ ଏସବୁ ସଂସ୍ଥାରୁ ମଧ୍ୟ ବାଦ ପଡ଼ିବେ। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।”

ଗୁରୁବାର ଅନାସ୍ଥା ପ୍ରସ୍ତାବ ଆଲୋଚନା ପରେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ଏହାକୁ ଲୋକସଭା ଗ୍ରହଣ କରି ନେଇଥିଲା। ଏଥିସହ ସ୍ୱାଧିକାର କମିଟି ରିପୋର୍ଟ ନ ଦେବା ଯାଏ ଅଧୀରଙ୍କ ଉପରେ ନିଲମ୍ବନ ଆଦେଶ ବଳବତ୍ତର ରହିବ।

ଏପରି ପଦକ୍ଷେପ ପରେ ଅଧୀର କହିଥିଲେ ଯେ “ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନିତ କରିବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା। ମୁଁ କାହାକୁ ବି ଅପମାନିତ କରିନି। ମୁଁ କିଛି ବି ଭୁଲ କହିନି। ମଣିପୁର ପ୍ରସଙ୍ଗରେ ମୋଦିଜୀ ନୀରବ ବସିଥିଲେ।

ଏହାର ଅର୍ଥ ଚୁପ ବସିବ। ନୀରବର ଅର୍ଥ ଶାନ୍ତ ବା ଚୁପ। ପ୍ରଧାନମନ୍ତ୍ରୀ ମୋଦି ଅପମାନିତ ହୋଇଛନ୍ତି ବୋଲି ସେ ନିଜେ ଭାବି ନାହାନ୍ତି। ତାଙ୍କ ଦରବାରୀ ଏହା ଭାବିଛନ୍ତି। ତେଣୁ ସେମାନେ ମୋ ବିରୋଧରେ ପ୍ରସ୍ତାବ ଆଣିଛନ୍ତି।”

Jagdeep Dhankar Mallikarjun Kharge Rajya Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe