Advertisment

ଦଳିତ ଭୋଟ ଉପରେ ନଜର: ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢ଼ିବେ ଖଡଗେ!

କଂଗ୍ରେସ ଥିଙ୍କଟ୍ୟାଙ୍କ ଦଳର କିଛି ହେଭିୱେଟଙ୍କୁ ଉତ୍ତର ପ୍ରଦେଶରୁ ୨୦୨୪ ଲୋକସଭା ନିର୍ବାଚନ ବେଳେ ଟିକେଟ ଦେବାକୁ ଯୋଜନା କରିଛି।

Kharge

Kharge

Advertisment

ଦିଲ୍ଲୀରେ ମୁକୁଟୁ ପିନ୍ଧିବାକୁ ହେଲେ ଉତ୍ତର ପ୍ରଦେଶ ଦେଇ ଆସିବାକୁ ପଡ଼ିବ। ଏକଥା କଂଗ୍ରେସ ଠାରୁ ଆରମ୍ଭ କରି ବିଜେପି ଭଳି ରାଜନୀତିକ ଦଳ ବେଶ ଭାବେ ଜାଣନ୍ତି। ଉତ୍ତର ପ୍ରଦେଶରେ ଯିଏ ଯେତେ ଭଲ ପ୍ରଦର୍ଶନ କରିବ, ସେହି ଦଳ କେନ୍ଦ୍ରରେ ସରକାର ଗଠନ କରିବାକୁ ସେତେ ଭଲ ପରିସ୍ଥିତିରେ ରହିବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଥିଙ୍କଟ୍ୟାଙ୍କ ଦଳର କିଛି ହେଭିୱେଟଙ୍କୁ ଉତ୍ତର ପ୍ରଦେଶରୁ ୨୦୨୪ ଲୋକସଭା ନିର୍ବାଚନ ବେଳେ ଟିକେଟ ଦେବାକୁ ଯୋଜନା କରିଛି।

Advertisment

ଏହିକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉତ୍ତର ପ୍ରଦେଶର ଗୋଟିଏ ସଂରକ୍ଷିତ ଆସନରୁ ପ୍ରାର୍ଥୀ ହୋଇ ପାରିନ୍ତି। ତାଙ୍କୁ ପ୍ରାର୍ଥୀ କରି ରାଜ୍ୟର ଦଳିତ ଭୋଟରଙ୍କୁ କଂଗ୍ରେସ ନିଜ ଆଡ଼କୁ ଆଣିବାକୁ ଲକ୍ଷ୍ୟ ରଖିଛି। ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ପୂର୍ବରୁ ଦଳିତ ଭୋଟକୁ ନିଜ ନିୟନ୍ତ୍ରଣ ରଖିଥିଲା।

ଏବେ କିନ୍ତୁ ଦଳିତ ଭୋଟ ଭାଗଭାଗ ହେବାକୁ ବସିଲାଣି। ଅଧିକାଂଶ ଦଳିତ ଭୋଟର ମାୟାବତୀଙ୍କ ଉପରୁ ଭରସା ଉଠାଇ ସାରିଲେଣି। ସେମାନେ ବିକଳ୍ପ ଖୋଜିବା ଆରମ୍ଭ କରିଛନ୍ତି। ତେଣୁ କଂଗ୍ରେସ ଏହାର ସ୍ଥାନ ନେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।

Advertisment

ଖାସ ଏହାକୁ ସଫଳ ରୂପ ଦେବା ପାଇଁ କଂଗ୍ରେସ ଖଡେଗଙ୍କୁ ଉତ୍ତର ପ୍ରଦେଶରୁ ପ୍ରାର୍ଥୀ କରିବ। ସେ ଇଟାୱା କିମ୍ବା ବାରବାଙ୍କିରୁ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି। କାରଣ ଏଠାରେ ଦଳିତଙ୍କ ସଂଖ୍ୟା ବେଶ ଅଧିକ।

ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ଯଦି କଂଗ୍ରେସ ଖଡଗେଙ୍କୁ ଇଟାୱାରୁ ପ୍ରାର୍ଥୀ କରିବ, ତା’ହେଲେ ଏହାର ଆଖପାଖ ନିର୍ବାଚନ ମଣ୍ଡଳୀରେ ସମାଜବାଦୀ ପାର୍ଟିର ପ୍ରାର୍ଥୀମାନେ ଅଧିକ ଲାଭରେ ରହିବେ। ଉଭୟ କଂଗ୍ରେସ ଓ ସପା ବିରୋଧୀ ମେଣ୍ଟ ଇଣ୍ଡିଆରେ ରହିଛନ୍ତି।

ଏପରି ହେଲେ ବିଜେପି ସାମାନ୍ୟ ବ୍ୟାକଫୁଟରେ ରହିବ। ସେହିପରି ଖଡଗେ କର୍ଣ୍ଣାଟକାରେ ଥିବା ତାଙ୍କର ପାରମ୍ପରିକ ଆସନରୁ ମଧ୍ୟ ନିର୍ବାଚନ ଲଢ଼ିବେ। ଏହାର ଅର୍ଥ ସେ ୨୦୨୪ରେ ଦୁଇଟି ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ନେତା ଜଣଙ୍କ ନିଜ ନାଁ ଗୋପନ ରଖି କହିଛନ୍ତି।

ଏହି ନେତା ଜଣଙ୍କ ଆହୁରି କହିଛନ୍ତି ଯେ କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟନାଡ ସାଂସଦ ରାହୁଲ ଗାନ୍ଧି ଏଥର ତାଙ୍କ ପାରମ୍ପରିକ ଆସନ ଆମେଥିରୁ ନିର୍ବାଚନ ଲଢ଼ିବେ। ତାଙ୍କ ଭଉଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରୟାଗରାଜ, ଫୁଲପୁର କିମ୍ବା ବାରାଣସୀରୁ ପ୍ରାର୍ଥୀ ହୋଇପାରନ୍ତି।

ଯଦି ଅସୁସ୍ଥତା କାରଣରୁ ସୋନିଆ ଗାନ୍ଧି ରାଏ ବରେଲୀରୁ ଲଢ଼ିବା ପାଇଁ ଇଚ୍ଛା ପ୍ରକାଶ ନ କରିନ୍ତି, ତା’ହେଲେ ତାଙ୍କ ବଦଳରେ କଂଗ୍ରେସ ପ୍ରିୟଙ୍କାଙ୍କୁ ବିକଳ୍ପ ଭାବେ ମଧ୍ୟ ଟିକେଟ ଦେଇପାରେ ବୋଲି ସେ କହିଛନ୍ତି। 

Rahul Gandhi Mallikarjun Kharge Congress Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe