Advertisment

ଜ୍ୱାଇଁଙ୍କୁ ଟିକେଟ ଦେବାକୁ ଇଚ୍ଛୁକ ମଲ୍ଲିକାର୍ଜୁନ ଖଡ଼ଗେ; ଏଥର ଲଢିନପାରନ୍ତି ଲୋକସଭା ନିର୍ବାଚନ

ଲୋକସଭା ନିର୍ବାଚନରେ ଖଡଗେ ପ୍ରତିଦ୍ୱନ୍ଦ୍ୱିତା କରିନପାରନ୍ତି।

author-image
Debibandita Barick
Mallikarjun Kharge

Mallikarjun Kharge

ଏଥର ନିର୍ବାଚନ ଲଢିବେନି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଆଗକୁ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନରେ ଖଡଗେ ପ୍ରତିଦ୍ୱନ୍ଦ୍ୱିତା କରିନପାରନ୍ତି। ସେ ନିର୍ବାଚନ ନ ଲଢିନଲଢିବା ନେଇ ଚର୍ଚ୍ଚା ହେଉଛି।

Advertisment

ଗତ ସପ୍ତାହରେ ଖଡଗେ ଗୁଲବର୍ଗ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ନେଇ ଆଲୋଚନା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯାହା ଶୁଣିବାକୁ ମିଳୁଛି, ସେ ଏଥର ପ୍ରତିଦ୍ୱନ୍ଦ୍ୱିତା କରିନପାରନ୍ତି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଖଡଗେ ତାଙ୍କ ଜ୍ୱାଇଁ ରାଧାକୃଷ୍ଣନ ଡୋଡ୍ଡୁମଣିଙ୍କୁ ପ୍ରାର୍ଥୀ କରିପାରନ୍ତି।

ପ୍ରକାଶ ଥାଉ କି, ଖଡଗେ ଗୁଲବର୍ଗ ନିର୍ବାଚନମଣ୍ଡଳୀରୁ ଦୁଇଥର ଜିତିଥିଲେ, କିନ୍ତୁ 2019 ନିର୍ବାଚନରେ ପରାସ୍ତ ହୋଇଥିଲେ। ଏହା ପରେ ସେ ରାଜ୍ୟସଭା ସାଂସଦ ହୋଇଥିଲେ। ବର୍ତ୍ତମାନ ସେ ରାଜ୍ୟସଭାରେ ବିରୋଧୀ ଦଳର ନେତା। ତାଙ୍କ କାର୍ଯ୍ୟକାଳ ଆହୁରି ଚାରି ବର୍ଷ ବାକି ଅଛି। 

Advertisment

ସେହିପରି ତାଙ୍କ ପୁଅ ପ୍ରିୟଙ୍କ ଖଡଗେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ କ୍ୟାବିନେଟରେ ମନ୍ତ୍ରୀ ଅଛନ୍ତି। ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ନାହାନ୍ତି। ତେଣୁ ଖଡଗେ ଏଥର ଜ୍ୱାଇଁଙ୍କୁ ସୁଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ସେପଟେ କଂଗ୍ରେସ ମଧ୍ୟ ଏଥର ବରିଷ୍ଠ ନେତାଙ୍କ ପରିବର୍ତ୍ତେ ଯୁବ ନେତାଙ୍କୁ ସୁଯୋଗ ମୈଦାନକୁ ଛାଡ଼ିବାକୁ ମନସ୍ଥ କରିଥିବା କୁହାଯାଉଛି। 

Congress Mallikarjun Kharge Lok Sabha Election