Advertisment

କଂଗ୍ରେସର 'ବ୍ଲାକ୍ ପେପର୍' ରିଲିଜ୍; ସରକାର ଅର୍ଥନୀତିରେ ବିଫଳ କହିଲେ ଖଡଗେ

ବେରୋଜଗାରୀ ଦେଶରେ ସବୁଠାରୁ ବଡ ସମସ୍ୟା। ସେମାନେ ଏ ପ୍ରସଙ୍ଗରେ କେବେ ହେଲେ ଆଲୋଚନା କରନ୍ତି ନାହିଁ ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Congress leaders

Congress leaders

ବିଜେପି ସରକାରଙ୍କ 'ହ୍ୱାଇଟ୍ ପେପର୍' ବିପକ୍ଷରେ 'ବ୍ଲାକ୍ ପେପର୍' ରିଲିଜ୍ କଲା କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବ୍ଲାକ୍ ପେପର୍ ପ୍ରକାଶ କରି ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଏହି 'ବ୍ଲାକ୍ ପେପର୍'ରେ ବିଜେପି ସରକାର ଅର୍ଥନୀତିରେ ବିଫଳ ହୋଇଥିବା ଦର୍ଶାଇଛି କଂଗ୍ରେସ। 

Advertisment

କଂଗ୍ରେସ କହିଛି ଯେ, 'ବ୍ଲାକ୍ ପେପର' ବେରୋଜଗାରୀ, ଦରବୃଦ୍ଧି ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ଉପରେ ସରକାରଙ୍କ 'ବିଫଳତା'କୁ ଆଲୋକପାତ କରିଛି। 'ବ୍ଲାକ୍ ପେପର' ରିଲିଜ୍ କରି ଖଡଗେ କହିଛନ୍ତି, 'ସରକାର ଅର୍ଥନୀତିରେ ବିଫଳ ହୋଇଛନ୍ତି।'

'ବ୍ଲାକ୍ ପେପର' ରିଲିଜ୍ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଆମେ ସରକାରଙ୍କ ବିରୋଧରେ 'ବ୍ଲାକ୍ ପେପର' ରିଲିଜ୍ କରିଛୁ। କାରଣ ସେମାନେ ଯେତେବେଳେ ବି ସଂସଦରେ ଆଲୋଚନା କରନ୍ତି, ସର୍ବଦା ସଫଳତା ବିଷୟରେ ଚର୍ଚ୍ଚା କରନ୍ତି, କିନ୍ତୁ ନିଜ ବିଫଳତା ବିଷୟରେ କଦାପି କୁହନ୍ତି ନାହିଁ। ସେମାନେ ଆମକୁ ଏପରି କରିବାକୁ ଅନୁମତି ବି ଦିଅନ୍ତି ନାହିଁ।"

Advertisment

ବେରୋଜଗାରୀ ଦେଶରେ ସବୁଠାରୁ ବଡ ସମସ୍ୟା। ସେମାନେ ଏ ପ୍ରସଙ୍ଗରେ କେବେ ହେଲେ ଆଲୋଚନା କରନ୍ତି ନାହିଁ ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।

ସେ ଆହୁରି କହିଛନ୍ତି, "ଜବାହରଲାଲ ନେହେରୁଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ସାର୍ବଜନୀନ କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ କେବେ ହେଲେ କିଛି କହି ନାହାଁନ୍ତି। ଆପଣ ଇନ୍ଦିରା (ଗାନ୍ଧି) ଜୀ, ରାଜୀବ (ଗାନ୍ଧି) ଜୀ ଏବଂ ନେହେରୁ ଜୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି, କିନ୍ତୁ ନିଜ MNREGA ଯୋଜନା ବାବଦରେ କିଛି କୁହନ୍ତୁ, ଯେଉଁଥିପାଇଁ ଅର୍ଥ ଯୋଗାଣ ହୋଇନାହିଁ, ଏହାଦ୍ୱାରା ଗ୍ରାମାଞ୍ଚଳରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ଖଡଗେ କହିଛନ୍ତି।

ଏଥିସହ କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ ଆଣି ଆହୁରି କରିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ବିଜେପି ଆମର ୪୧୧ ଜଣ ବିଧାୟକଙ୍କୁ ନେଇଯାଇଛି। ସେମାନେ ଏଥିରେ ଏମିତି କେତେ ଟଙ୍କା ଖର୍ଚ୍ଚ କରିଦେଲେ ଆମକୁ ଜଣାନାହିଁ। ପ୍ରଧାନମନ୍ତ୍ରୀ ସଂସଦରେ ଭାଷଣ ଦେବା ପରେ ଆମକୁ ଅପମାନଜନକ /ଧମକପୂର୍ଣ୍ଣ କଲ ଆସିଥିଲା, ଯାହା ପରେ ଆମେ ପୁଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲୁ। ଏସବୁଥିରେ ମୁଁ ଖାତିର କରେନି, ମୁଁ ଜଣେ ଅନୁସୂଚିତ ଜାତି ନେତା, ଯିଏ ବହୁ ସଙ୍ଘର୍ଷ ପରେ ଏଠାରେ ପହଞ୍ଚିଛି ବୋଲି ଖଡଗେ କହିଛନ୍ତି।

ସେପଟେ ବିଜେପି ଏପର୍ଯ୍ୟନ୍ତ ନିଜ ଶାସନର ଆର୍ଥିକ ସ୍ୱାଚ୍ଛନ୍ଦ୍ୟର ଚିଠା ହ୍ୱାଇଟ୍ ପେପର୍ ରିଲିଜ୍ କରିନାହିଁ। ଆଗାମୀ ଦିନରେ ଉଭୟ ଗୃହରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ। ଏହା ପୂର୍ବରୁ ଗତକାଲି ବିଜେପି ନେତା ତଥା ଅର୍ଥ ସମ୍ବନ୍ଧୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଜୟନ୍ତ ସିହ୍ନା କହିଛନ୍ତି ଯେ, ବଜେଟ୍ ଅଧିବେଶନରେ ସଂସଦରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ 'ହ୍ୱାଇଟ ପେପର' ୨୦୧୪ରେ ମୋଦି ସରକାର ଆସିବା ପୂର୍ବରୁ ଏବଂ ପରେ ଭାରତର ଆର୍ଥିକ ସ୍ଥିତି ମଧ୍ୟରେ ପାର୍ଥକ୍ୟକୁ ଦର୍ଶାଇବ। 

Mallikarjun Kharge Economy White Paper Black Paper BJP Govt