Advertisment

ମୁଦା ଝଡ଼ ଭିତରେ ମିଳିଥିବା ଜମିକୁ ଫେରାଇବା ପାଇଁ ନିଷ୍ପତ୍ତି ନେଲେ କଂଗ୍ରେସ ସଭାପତି

କର୍ଣ୍ଣାଟକାରେ ଏବେ ମହୀଶୂର ଅର୍ବାନ ଡେଭଲପମେଣ୍ଟ ପ୍ରାଧିକରଣ(ମୁଦା) ସ୍କାମକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ଖଡଗେଙ୍କ ପରିବାର ଜମି ଫେରାଇ ଦେବାକୁ ଚାହୁଁଥିବା କହିଛନ୍ତି।

Kharge

Kharge

Advertisment

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାର ସରକାରଙ୍କ ପକ୍ଷରୁ ପାଇଥିବା ୫ ଏକର ଜମିକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ଏପରି ଜମି ଆବଣ୍ଟନ କରାଯାଇଥିଲା।

Advertisment

ଏହାର ମାଲିକାନା ଖଡଗେଙ୍କ ପରିବାର ଲୋକଙ୍କ ପାଖରେ ରହିଛି। କର୍ଣ୍ଣାଟକାରେ ଏବେ ମହୀଶୂର ଅର୍ବାନ ଡେଭଲପମେଣ୍ଟ ପ୍ରାଧିକରଣ(ମୁଦା) ସ୍କାମକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ଖଡଗେଙ୍କ ପରିବାର ଜମି ଫେରାଇ ଦେବାକୁ ଚାହୁଁଥିବା କହିଛନ୍ତି।

ପ୍ରଶ୍ନ ଘେରରେ ଥିବା ଜମିକୁ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ରାହୁଲ ଏମ ଖଡେଗଙ୍କୁ ଦିଆଯାଇଥିଲା। କର୍ଣ୍ଣାଟକା ଶିଳ୍ପାଞ୍ଚଳ ବିକାଶ ବୋର୍ଡ ବା କେଆଇଏଡିବି ପକ୍ଷରୁ ବାଗାଲୁର ସ୍ଥିତ ହାଇଟେକ ଡିଫେନ୍ସ ଓ ଅରୋସ୍ପେଶ ପାର୍କର ହାର୍ଡୱେୟାର ସେକ୍ଟରରେ ରାହୁଲଙ୍କୁ ୫ ଏକର ଜମି ମିଳିଛି। ଏହାକୁ ନିଜ ଆଡ଼ୁ ଖଡଗେ ପରିବାର ଫେରାଇ ଦେବାକୁ ଚାହୁଁଥିବା କହିଛନ୍ତି।

Advertisment

ପୂରା ବିବାଦ ୨୦୨୪ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା। କର୍ଣ୍ଣାଟକାର କଂଗ୍ରେସ ସରକାର ରାହୁଲ ଏମ ଖଡଗେଙ୍କ ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ୫ ଏକର ଜମି ଦେଇବା ପରେ ବିରୋଧୀ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା। ସରକାର କ୍ଷମତାର ଅପବ୍ୟବହାର କରି ଜମି ଆବଣ୍ଟନ କରିଥିବା ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଅଭିଯୋଗ କରିଥିଲେ।

ଅନୁସୂଚିତ ଜାତି(ଏସସି) କୋଟା ଅଧୀନରେ ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ୫ ଏକର ଜମି ଦିଆଯାଇଥିଲା। ଏହି ଟ୍ରଷ୍ଟରେ ଖଡଗେଙ୍କ ପରିବାରର ଅନେକ ସଦସ୍ୟ ରହିଛନ୍ତି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ତାଙ୍କ ଜ୍ୱାଇଁ ତଥା କାଲାବର୍ଗୀ ସାଂସଦ ରାଧାକ୍ରିଷ୍ଣନ ଓ ପୁଅ ରାହୁଲ ଖଡଗେ ହେଉଛନ୍ତି ଏହାର ଟ୍ରଷ୍ଟୀ।

ତେଣୁ ସରକାର ନିଜ କ୍ଷମତାର ଅପବ୍ୟବହାର କରି ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ଜମି ଦେଇଥିବା ଅଭିଯୋଗ ହୋଇଛି। କେଆଇଏଡିବି ପକ୍ଷରୁ ହାଇଟେକ ଡିଫେନ୍ସ ପାର୍କ ପାଇଁ ରହିଥିବା ୪୫.୯୪ ଏକର ଜମି ମଧ୍ୟରୁ ୫ ଏକର ଜମି ଖଡଗେଙ୍କ ପରିବାର ଦ୍ୱାରା ପରିଚାଳିତ ଟ୍ରଷ୍ଟକୁ ମିଳିଛି।

ଏନେଇ ସାମାଜିକ କର୍ମୀ ଦୀନେଶ ରାଜ୍ୟପାଳ ଥୱର ଚାନ୍ଦ ଗେହଲଟଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ କରିଛନ୍ତି। ଏଥିସହ ରାଜ୍ୟ ଲୋକାୟୁକ୍ତରେ କର୍ଣ୍ଣାଟାର ଶିଳ୍ପମନ୍ତ୍ରୀ ଏବି ପାଟିଲଙ୍କ ବିରୋଧରେ ମାମଲା କରିବାକୁ ମଧ୍ୟ ଦାବି କରିଛନ୍ତି।

ତେବେ ସବୁ ପ୍ରକାରର ଅନିୟମିତତା ଅଭିଯୋଗକୁ ମନ୍ତ୍ରୀ ପାଟିଲ ଅଗ୍ରାହ୍ୟ କରିଛନ୍ତି। ରାହଲ ଖଡଗେ ଯୋଗ୍ୟ ଆବେଦନକାରୀ ଥିଲେ। ଗୋଟିଏ ସ୍ୱଚ୍ଛ ସିଙ୍ଗଲ ୱିଣ୍ଡୋ ଜରିଆରେ ଯୋଗ୍ୟ ଲୋକଙ୍କୁ ଜମି ଦିଆଯାଇଥିବା ସେ କହିଛନ୍ତି।

ଏହାପୂର୍ବରୁ ମୁଦା ପକ୍ଷରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ମିଳିଥିବା ଜମିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିବାଦ ବଢ଼ିବାରୁ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପାର୍ବତୀ ଜମି ଫେରାଇ ଦେବାକୁ ନିଷ୍ପତ୍ତି ନେଇଥିଲେ।

Congress Karnataka Mallikarjun Kharge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe