Advertisment

ସରାକର ଗଠନ କରିବ କି ଇଣ୍ଡିଆ? ଜାଣନ୍ତୁ ପୂରା ସଂଖ୍ୟା

ବିଜେପି ସହ ମେଣ୍ଟ କରିଥିବା ଟିଡିପି ଓ ଜେଡିୟୁ ଉଭୟ ଇଣ୍ଡିଆ ବ୍ଲକକୁ ଆଡ଼କୁ ଆସିପାରନ୍ତି ବୋଲି ସୂଚନା ମିଳିଛି। ତଥାପି ଆସନ୍ତାକାଲି ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ବସି ସବୁ କିଛି ଚୂଡ଼ାନ୍ତ ହେବ।

author-image
Hemant Lenka
Congress

Congress

ବିରୋଧୀ ମେଣ୍ଟ ଇଣ୍ଡିଆ ସରକାର ଗଠନ ସମ୍ଭାବନାକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଇଣ୍ଡିଆ ବ୍ଲକରେ ନୂଆ ସହଯୋଗୀ ମଧ୍ୟ ସାମିଲ ହୋଇପାରନ୍ତି ବୋଲି ସେମାନେ କହିଛନ୍ତି।

Advertisment

ବିଜେପି ସହ ମେଣ୍ଟ କରିଥିବା ଟିଡିପି ଓ ଜେଡିୟୁ ଉଭୟ ଇଣ୍ଡିଆ ବ୍ଲକକୁ ଆଡ଼କୁ ଆସିପାରନ୍ତି ବୋଲି ସୂଚନା ମିଳିଛି। ତଥାପି ଆସନ୍ତାକାଲି ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ବସି ସବୁ କିଛି ଚୂଡ଼ାନ୍ତ ହେବ।

ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନଡିଏ ଓ ଇଣ୍ଡିଆ ମଧ୍ୟରେ କେବଳ ୬୦ଟି ଆସନର ବ୍ୟବଧାନ ରହିଛି। ଏନଡିଏ ୨୯୦ଟି ଆସନ ଜିତିବାକୁ ଥିବା ବେଳେ ବିଜେପି ଏକାକୀ କେବଳ ୨୪୦ଟି ଆସନରେ ଲିଡ୍‌ କରୁଛି। ଏହାର ଅର୍ଥ ମ୍ୟାଜିକ ନମ୍ବର ୨୭୨ ଠାରୁ ଏହା କମ।

Advertisment

ଏନଡିଏ ସହ ଥିବା ଟିଡିପି ୧୬ଟି ଓ ଜେଡିୟୁ ୧୨ଟି ଆସଜନ ଜିତିବାର ସମ୍ଭାବନା ରହିଛି। ଏହି ଦୁଇ ମିଳିତ ଭାବେ ୨୮ଟି ଆସନ ଜିତିବେ। ଯଦି ଏମାନେ ବିଜେପି ଠାରୁ ଅଲଗା ହୋଇ ଯାଆନ୍ତି, ତା’ହେଲେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାରୁ ବଞ୍ଚିତ ହେବେ।

ତେଣୁ ଇଣ୍ଡିଆ ବ୍ଲକରେ ଥିବା ବରିଷ୍ଠ ନେତାମାନେ ଏହି ଦୁଇ ଦଳକୁ ନିଜ ଆଡ଼କୁ ଆଣିବାକୁ ଫୁଲ ଦମରେ ଲାଗିପଡ଼ିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ନେତା ନୀତୀଶ କୁମାରଙ୍କ ସହ ଆଲୋଚନା ଆରମ୍ଭ କରି ଦେଇଥିବା ମଧ୍ୟ ଜଣାପଡ଼ିଛି।

ରାହୁଲ ଗାନ୍ଧି କହିଛନ୍ତି, “ଆମେ ଇଣ୍ଡିଆ ପାର୍ଟନରମାନଙ୍କୁ ନେଇ ଆସନ୍ତାକାଲି ବୈଠକ କରିବୁ। ମୋର ବିଶ୍ୱାସ ଆସନ୍ତାକାଲି ସରକାର ଗଠନ ପ୍ରଶ୍ନ ଉଠିବ ଓ ଉତ୍ତର ମଧ୍ୟ ମିଳିବ। ଆମେ ଆମ ସହଯୋଗୀମାନଙ୍କୁ ସମ୍ମାନ କରୁ। ସେମାନଙ୍କ ମତମତା ନ ନେଇ ଆମେ କୌଣସି ପ୍ରକାରର ଉତ୍ତର ଦେଇ ପାରିବୁ ନାହିଁ।”

ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସମାନ ପ୍ରଶ୍ନ ଉତ୍ତର ଦେଇ ନୂଆ ସହଯୋଗୀ ଆସିବାର ସମ୍ଭାବନା ଥିବା ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, “ଆମ ସହଯୋଗୀ ଆମ ସହ ସାମିଲ ହେବାକୁ ଥିବା ଦଳମାନଙ୍କ ସହ ଆଲୋଚନା କରିବା ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ। ଯଦି ଆମେ ଏବେ ଆମ ରଣନୀତି ସମ୍ପର୍କରେ ଖୁଲାସା କରିଦେବୁ, ତା’ହେଲେ ପ୍ରଧାନମନ୍ତ୍ରୀ ମୋଦି ଆଗୁଆ ଚାଲାକ ହୋଇଯିବେ।”

Election Results Lok Sabha Elections Election Results 2024 Lok Sabha Election Result