Advertisment

‘ଇଣ୍ଡିଆ’ର ମାନସମନ୍ଥନ: ନୂଆ ଦଳକୁ ନିମନ୍ତ୍ରଣ କଲେ ଖଡଗେ

ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ବହୁ ହେଭିୱେଟ ସାମିଲ ହୋଇଥିଲେ।

author-image
Hemant Lenka
INDIA

INDIA

ବିଜେପି ବିରୋଧରେ ଏକାଠି ହୋଇ ନିର୍ବାଚନ ଲଢ଼ିଥିବା ଇଣ୍ଡିଆ ବ୍ଲକୁ ଆଜି ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏଥିସହ ବିରୋଧୀ ମେଣ୍ଟ ଇଣ୍ଡିଆ ସମ୍ବିଧାନର ପ୍ରସ୍ତାବନା ପ୍ରତି ଆସ୍ଥା ରଖୁଥିବା ସମସ୍ତ ଦଳକୁ ସ୍ୱାଗତ କରିବ ବୋଲି ସେ କହିଛନ୍ତି।

Advertisment

ଲୋକସଭା ନିର୍ବାଚନରେ ୨୩୩ଟି ଆସନ ଜିତିଥିବା ଥିବା ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀରେ ବସିଥିଲା। ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ବହୁ ହେଭିୱେଟ ସାମିଲ ହୋଇଥିଲେ। ଉକ୍ତ ବୈଠକ ଶେଷ ହେବା ପରେ ଖଡଗେ ଏପରି ମତ ରଖିଛନ୍ତି।

ଖଡଗେ କହିଛନ୍ତି, “ଏହି ଜନାଦେଶ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଯାଇଛି। ସେ କରୁଥିବା ରାଜନୀତି ବିରୋଧରେ ଲୋକେ ଭୋଟ ଦେଇଛନ୍ତି। ଏହା ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ବିରାଟ ରାଜନୀତିକ କ୍ଷତି। ଏଥିସହ ଏହା ତାଙ୍କର ମାନସିକ ପରାଜୟ ମଧ୍ୟ।

Advertisment

ତଥାପି ସେ ଲୋକଙ୍କ ଇଚ୍ଛା ବିରୋଧରେ ଯିବା ପାଇଁ ପ୍ରତିବଦ୍ଧ ହୋଇ ରହିଛନ୍ତି। ସମ୍ବିଧାନର ପ୍ରସ୍ତାବନା ପ୍ରତି ସମ୍ମାନ ଓ ପ୍ରତିବଦ୍ଧତା ରଖୁଥିବା ସବୁ ଦଳଗୁଡ଼ିକୁ ଇଣ୍ଡିଆ ବ୍ଲକ ସ୍ୱାଗତ କରିବ। ଏଥିସହ ଅର୍ଥନୀତି, ସାମାଜିକ ଓ ରାଜନୀତିକ ନ୍ୟାୟରେ ଆସ୍ଥା ରଖୁଥିବା ଦଳଗୁଡ଼ିକୁ ମଧ୍ୟ ଆମେ ସ୍ୱାଗତ କରିବୁ।”

ସେ ଇଣ୍ଡିଆ ସହଯୋଗୀମାନଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, “ମୁଁ ସମସ୍ତ ଇଣ୍ଡିଆ ମେଣ୍ଟ ସହଯୋଗୀଙ୍କୁ ସ୍ୱାଗତ କରୁଛି। ଆମେ ଭଲ, ଏକାଠି ଓ ସଂକଳ୍ପବଦ୍ଧ ହୋଇ ଲଢ଼େଇ କରିଛୁ।”

ବୈଠକରେ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଡିଏମକେର ଟିଆର ବାଲୁ, ଜେଏମଏମର କଳ୍ପନା ସୋରେନ, ଏନସିପିର ଶରଦ ପାୱାର, ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ, ରାମ ଗୋପାଲ ବର୍ମା, ଟିଏମସିର ଅଭିଷେକ ବାନାର୍ଜୀ, ଆରଜେଡିର ତେଜସ୍ୱୀ ଯାଦବ, ଶିବସେନାର ସଞ୍ଜୟ ରାଉତ, ଅରବିନ୍ଦ ସାୱନ୍ତ, ଏନ୍‌ସିର ଓମାର ଅବଦୁଲ୍ଲା, ସିପିଆଇଏମର ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ଆପର ସଞ୍ଜୟ ସିଂହ, ରାଘବ ଚଡ୍ଡା ଓ ଆରଏସ୍‌ପିର ଏନକେ ପ୍ରେମଚନ୍ଦ୍ରନ ପ୍ରମୁଖ ଯୋଗ ଦେଇଥିଲେ।

India Opposition Lok Sabha Election Result