Advertisment

ବିରୋଧୀ ମେଣ୍ଟର ନାଁ INDIA ରହିବା ପରେ ବିଜେପିକୁ ଚ୍ୟାଲେଞ୍ଜ ଦେଲେ ରାହୁଲ ଓ ମମତା

ପୂର୍ବରୁ କଂଗ୍ରେସ ନେତୃତ୍ୱରେ ୟୁପିଏ ଗଠନ ହୋଇଥିଲା। କିନ୍ତୁ ଏବେ ୟୁପିଏ ନାଁକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରି ନାହାନ୍ତି। ତେଣୁ ସର୍ବସମ୍ମତିକ୍ରମେ ବିରୋଧୀ ମହାମେଣ୍ଟର ନାଁ INDIA ରଖାଯାଇଛି।

author-image
Hemant Lenka
India

India

ବେଙ୍ଗାଲୁରୁରେ ବସିଥିବା ବିରୋଧୀଙ୍କ ମହାବୈଠକରେ ୨୬ଟି ଦଳ ମିଳିତ ଭାବେ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିରୋଧୀଙ୍କ ଏହି ମହାମେଣ୍ଟର ନାଁ INDIA ରଖିବାକୁ ବୈଠକରେ ସହମତି ହୋଇଛି। ଏହାର ଅର୍ଥ ୨୦୨୪ରେ INDIA ବନାମ NDA ଲଢ଼େଇ ହେବ। INDIA ପୂରା ନାଁ ହେଲା Indian National Democratic Inclusive Alliance।

Advertisment

ପୂର୍ବରୁ କଂଗ୍ରେସ ନେତୃତ୍ୱରେ ୟୁପିଏ ଗଠନ ହୋଇଥିଲା। କିନ୍ତୁ ଏବେ ୟୁପିଏ ନାଁକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରି ନାହାନ୍ତି। ତେଣୁ ସର୍ବସମ୍ମତିକ୍ରମେ ବିରୋଧୀ ମହାମେଣ୍ଟର ନାଁ INDIA ରଖାଯାଇଛି। ବିରୋଧୀଙ୍କ ମହାମେଣ୍ଟର ନାଁ INDIA ରହିବା ପରେ ରାହୁଲ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି, “ଏହି ବୈଠକରେ ଉପସ୍ଥିତ ରହିବା ମୋ ପାଇଁ ସମ୍ମାନ ଓ ଗର୍ବର ବିଷୟ। ଭାରତର ବିଚାରଧାରା ଉପରେ ଆକ୍ରମଣ ହେଉଛି। ଲକ୍ଷାଧିକ ଭାରତୀୟଙ୍କ ସ୍ୱରକୁ ଚାପି ଦିଆଯାଉଛି। ଭାରତର ଅଧିକାରକୁ ଛଡ଼ାଇ ନିଆଯାଇଛି। ଏହା ଭାରତର ସ୍ୱର ପାଇଁ ଲଢ଼େଇ। ଏଥିପାଇଁ ଆମେ ମହାମେଣ୍ଟର ନାଁ INDIA ରଖିଛୁ।

Advertisment

ଏବେ INDIA ସହ NDAର ଲଢ଼େଇ ହେବ। ନରେନ୍ଦ୍ର ମୋଦି ଓ ଭାରତ ଓ ସେମାନଙ୍କ ବିଚାରଧାରା ଓ ଭାରତ ମଧ୍ୟରେ ଲଢ଼େଇ ହେବ। ଆମେ ଭାରତର ସମ୍ବିଧାନ, ଆମ ଲୋକମାନଙ୍କ ସ୍ୱର, ମହାନ ଦେଶର ବିଚାରଧାରା ଓ ଭାରତର ବିଚାରଧାରା ପାଇଁ ଲଢ଼େଇ କରିବୁ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଯେତେବେଳେ ଭାରତ ସାମ୍ନାରେ ଯିଏ ଛିଡ଼ା ହୁଏ, ତା’ର ଅବସ୍ଥା କ’ଣ ହୁଏ।

ତା’ର ଉତ୍ତର କହିବାର ଆବଶ୍ୟକ ନାହିଁ। ଆମେ ସମସ୍ତେ ମିଳିତ ଭାବେ ନିର୍ଣ୍ଣୟ ନେଇଛୁ ଯେ ଆମେ ଗୋଟିଏ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବୁ। ଏହାପରେ ଏକାଠି ହୋଇ ଆମର ବିଚାରଧାରା ଓ ଆମେ ଯାହା କରିବାକୁ ଯାଉଛୁ, ସେ ବିଷୟରେ କହିବୁ। ଏହା ଦ୍ୱିତୀୟ ବୈଠକ ଥିଲା। ମହାରାଷ୍ଟ୍ରରେ ଆମର ପରବର୍ତ୍ତୀ ବୈଠକ ହେବ।”

ମମତା ବାନାର୍ଜୀ ମଧ୍ୟ ବିଜେପିକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ “ବିଜେପି, କ’ଣ ତୁମେମାନେ INDIAକୁ ଚ୍ୟାଲେଞ୍ଜ କରିପାରିବ? NDA ତୁମେମାନେ INDIAକୁ ଚ୍ୟାଲେଞ୍ଜ କରିପାରିବ? ଆମେ ଆମ ମାତୃଭୂମିକୁ ବହୁତ ଭଲ ପାଉ। ଆମେ ହିଁ ଦେଶର ଦେଶଭକ୍ତ। ଆମେ ଦେଶ ପାଇଁ, ବିଶ୍ୱ ପାଇଁ, ଚାଷୀଙ୍କ ପାଇଁ ଓ ସମସ୍ତଙ୍କ ପାଇଁ ଏକାଠି ହୋଇଛୁ।

ହିନ୍ଦୁ, ଦଳିତ, ସଂଖ୍ୟାଲଘୁ, ଚାଷୀମାନେ ବେଙ୍ଗଲ ଠାରୁ ଆରମ୍ଭ କରି ମଣିପୁର ଯାଏ ବିଜେପି ଚାପରେ ଭୟଭୀତ ହୋଇ ରହିଛନ୍ତି। ବିଜେପିର ଗୋଟିଏ କାମ ହେଲା ସରକାର କିଣିବା ଓ ବିକ୍ରି କରିବା। ଆଜିର ବୈଠକ ବେଶ ସକାରାତ୍ମକ ରହିଛି। ଆମେ ଆମର ମେଣ୍ଟର ନାଁ INDIA ରଖିଛୁ। ଇଂରାଜୀରେ ଏହା ଇଣ୍ଡିଆ ଓ ହିନ୍ଦୀରେ ଏହାର ଭାରତ।

ଆମେ ଗୋଟିଏ ବଡ଼ ଚ୍ୟାଲେଞ୍ଜ ନେଇଛୁ। NDA କ’ଣ ତୁମେମାନେ INDIAକୁ ଚ୍ୟାଲେଞ୍ଜ କରିପାରିବ? ଆମେ ସବୁ କିଛି INDIA ବ୍ୟାନର ତଳେ କରିବୁ। ଯଦି କେହି ଆମକୁ ଅଟକାଇବାକୁ ସାହାସ କରୁଛନ୍ତି, ତା’ହେଲେ ଚ୍ୟାଲେଞ୍ଜ କରି ଦେଖାନ୍ତୁ। ବିଜେପି ଦେଶକୁ ବିକ୍ରି କରିବାକୁ ଓ ଗଣତନ୍ତ୍ରକୁ କିଣିବାକୁ ଡିଲ କରିଛି।

ଖାସ ଏହି କାରଣ ପାଇଁ ବିଭିନ୍ନ ନିରପେକ୍ଷ ସଂସ୍ଥା କାମ କରିବାକୁ ସକ୍ଷମ ହେଉନାହାନ୍ତି। INDIA ଜିତବ, ବିଜେପି ହାରିବ। ଭାରତ ଜିତିବ, ବିଜେପି ହାରିବ। INDIA ଜିତିବ, ଏହି ଦେଶ ଜିତବ।”

Congress Mamata Banerjee Rahul Gandhi Opposition