Advertisment

'ଇଣ୍ଡିଆ'କୁ ଝଟ୍‌କା, 'ଏକଲା ଚଲୋ' ନାରା ଦେଲେ ଦିଦି

ମମତାଙ୍କ ଏହି ଘୋଷଣା ପରେ ବିରୋଧୀ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ସଙ୍କଟ ଘନେଇଛି।

author-image
Madhupriya Mistry
Mamata Banarjee

Mamata Banarjee

ପାଖେଇ ଆସୁଛି ଲୋକସଭା ନିର୍ବାଚନ। ତେବେ ଏହାପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ପଶ୍ଚିମବଙ୍ଗରେ ଲାଗିଛି ଜୋରଦାର ଝଟ୍‌କା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ 'ଏକଲା ଚଲୋ' ନାରା ଦେଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଟିଏମ୍‌ସି ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ନିର୍ବାଚନ ଲଢ଼ିବ ବୋଲି ମମତା ବାନାର୍ଜୀ ତଥା ଦିଦି ଘୋଷଣା କରିଛନ୍ତି। ମମତାଙ୍କ ଏହି ଘୋଷଣା ପରେ ବିରୋଧୀ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ସଙ୍କଟ ଘନେଇଛି।

Advertisment

ମମତା ବାନାର୍ଜୀ କହିଛନ୍ତି ଯେ, 'ମୁଁ ଯାହା ପରାମର୍ଶ ଦେଲି, ତାକୁ ସମସ୍ତେ ପ୍ରତ୍ୟାଖାନ କଲେ। ତେଣୁ ଆମେ ଏକା ଲଢ଼ିବାକୁ ସ୍ଥିର କରିଛୁ। ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ସହ କାହାର ମେଣ୍ଟ ନାହିଁ।' କଂଗ୍ରେସ ଦଳ ସହ ମୋର କୌଣସି ଆଲୋଚନା ହୋଇନାହିଁ। ମୁଁ ସବୁବେଳେ କହିଛି ଯେ ପଶ୍ଚିମବଙ୍ଗରେ ଆମେ ଏକା ଲଢ଼ିବୁ। ଦେଶରେ କ'ଣ ଚାଲିଛି, ତାକୁ ନେଇ ମୁଁ ଚିନ୍ତିତ ନୁହେଁ। କିନ୍ତୁ ଆମେ ଏକ ଧର୍ମନିରପେକ୍ଷ ଦଳ। ପଶ୍ଚିମବଙ୍ଗରେ ଆମେ ଏକା ହିଁ ବିଜେପିକୁ ପରାସ୍ତ କରିଦେବୁ।

ସେ ଆହୁରି କହିଛନ୍ତି, ମୁଁ ଇଣ୍ଡିଆ ମିଳିତ ମଞ୍ଚର ଅଂଶ ଅଟେ। ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଆମ ରାଜ୍ୟ ଦେଇ ଯାଉଛି, କିନ୍ତୁ ଆମକୁ ଏ ବିଷୟରେ ସୂଚନା ଦିଆଯାଇ ନାହିଁ।

Advertisment

ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନ ପାଇଁ ୨୮ଟି ବିରୋଧୀ ଦଳ 'ଇଣ୍ଡିଆ' ମେଣ୍ଟର ବ୍ୟାନର ତଳେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ବିରୋଧୀ ଏକଜୁଟ୍ ହୋଇ ବିଜେପି ନେତୃତ୍ୱ ଏନ୍‌ଡିଏକୁ ପରାସ୍ତ କରିବାକୁ ଓ ନିର୍ବାଚନରେ ଚ୍ୟାଲେଞ୍ଜ ଦେବାକୁ ଯୋଜନା କରୁଥିଲେ। କିନ୍ତୁ ଏବେ ମମତାଙ୍କ ଏହି ଏକା ଲଢ଼ିବା ଘୋଷଣା ପଶ୍ଚିମବଙ୍ଗରେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଏକ ବଡ଼ ଝଟ୍‌କା ଦେଇଛି।

Mamata Banerjee TMC Loksabha Election INDIA Alliance