Advertisment

କଂଗ୍ରେସକୁ ଭୋଟ ନ ଦେବା ପାଇଁ ଲୋକଙ୍କୁ କହିଲେ ମମତା ବାନାର୍ଜୀ

କଂଗ୍ରେସ ଓ ସିପିଆଇଏମ ସପକ୍ଷରେ ଭୋଟ ନ ଦେବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

Mamata

Mamata

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ ବିଜେପି ସହ ହାତ ମିଳାଇଛନ୍ତି। କଂଗ୍ରେସ ଓ ସିପିଆଇଏମ ସପକ୍ଷରେ ଭୋଟ ନ ଦେବାକୁ ମଧ୍ୟ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

Advertisment

ମୁର୍ଶିଦାବାଦରେ ଗୋଟିଏ ନିର୍ବାଚନ ରାଲିକୁ ସମ୍ବୋଧନ କରି ଦିଦି କହିଛନ୍ତି, “ପଶ୍ଚିମବଙ୍ଗରେ କୌଣସି ପ୍ରକାରର ଇଣ୍ଡିଆ ମେଣ୍ଟ ନାହିଁ। ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ କରିବାରେ ମୁଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲି।

ଏପରି କି ମେଣ୍ଟର ନାଁ ମୁଁ ଦେଇଥିଲି। କିନ୍ତୁ ପଶ୍ଚିମବଙ୍ଗରେ ସିପିଆଇଏମ ଓ କଂଗ୍ରେସ ମିଳିତ ଭାବେ ବିଜେପି ପାଇଁ କାମ କରୁଛନ୍ତି। ଯଦି ଆପଣମାନେ ବିଜେପିକୁ ହରାଇବା ପାଇଁ ଚାହୁଁଛନ୍ତି, ତା’ହେଲେ କେବେ ହେଲେ କଂଗ୍ରେସ ଓ ସିପିଆଇଏମକୁ ଭୋଟ ଦିଅନ୍ତୁ ନାହିଁ। ସେମାନଙ୍କୁ ଭୋଟ ଦେଇ ନିଜର ଭୋଟରକୁ ଅଯଥା ନଷ୍ଟ କରନ୍ତୁ ନାହିଁ।”

Advertisment

କଂଗ୍ରେସ ଓ ଟିଏମସି ଇଣ୍ଡିଆ ମେଣ୍ଟରେ ଥିଲେ ହେଁ ପଶ୍ଚିମବଙ୍ଗରେଆ ଦୁଇ ଦଳ ମଧ୍ୟରେ ସିଟ୍‌ ବୁଝାମଣା ଡିଲ୍‌ ଫାଇନାଲ ହୋଇ ପାରି ନଥିଲା। ତେଣୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ତାଙ୍କ ଦଳ ଟିଏମସି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ।

West Bengal Mamata Banerjee Congress Lok Sabha Election 2024 Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe