Advertisment

ବିଜେପିରେ ମିଶିଥିବା ପୂର୍ବତନ ବିଚାରପତିଙ୍କୁ ମମତାଙ୍କ କଡ଼ା ଚେତାବନୀ

ସେ କହିଛନ୍ତି, “ଜଣେ ବିଜେପି ବାବୁ ବେଞ୍ଚରେ ବସିଥିଲେ। ସେ ଏବେ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ଠାରୁ ଆପଣ କେମିତି ନ୍ୟାୟ ଅପେକ୍ଷା କରିବେ? ତାଙ୍କର ମୁଖା ଖୋଲି ଯାଇଛି।”

author-image
Hemant Lenka
Mamata

Mamata

କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଜଷ୍ଟିସ ଅଭିଜିତ ବିଜେପିରେ ମିଶିବା ପରେ ମମତା ତାଙ୍କ ଉପରେ ବାଲାଷ୍ଟିକ ଆଟାକ କରିଛନ୍ତି।

Advertisment

ଅନ୍ତର୍ଜାତୀୟ ମହିଳା ଦିବସର ଗୋଟିଏ ଦିନ ପୂର୍ବରୁ ମମତା ଆଜି ମହିଳାଙ୍କୁ ନେଇ ଶୋଭାଯାତ୍ରା କରିଛନ୍ତି। ଏହି ସମୟରେ ଆୟୋଜିତ ସଭାରେ ସେ ଜଷ୍ଟିସ ଅଭିଜିତଙ୍କୁ ବିଜେପି ବାବୁ ଭାବେ ସମ୍ବୋଧନ କରିଛନ୍ତି। ଯଦି ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ, ତା’ହେଲେ ତାଙ୍କ ପରାଜୟକୁ ସୁନିଶ୍ଚିତ କରିବା ପାଇଁ ମମତା ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବେ ବୋଲି ଆଜି ଘୋଷଣା କରିଛନ୍ତି।

ସେ କହିଛନ୍ତି, “ଜଣେ ବିଜେପି ବାବୁ ବେଞ୍ଚରେ ବସିଥିଲେ। ସେ ଏବେ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ଠାରୁ ଆପଣ କେମିତି ନ୍ୟାୟ ଅପେକ୍ଷା କରିବେ? ତାଙ୍କର ମୁଖା ଖୋଲି ଯାଇଛି।”

Advertisment

ଏକାଧିକ ବିବାଦୀୟ ରାୟ ଯୋଗୁ ଚର୍ଚ୍ଚାରେ ରହିଥିବା ଜଷ୍ଟିସ ଅଭିଜିତ ନିକଟରେ ବିଚାରପତି ପଦରୁ ଇସ୍ତଫା ଦେଇଥିଲେ। ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହେବା ପରେ ସେ କହିଛନ୍ତି, “ଆଜି ମୁଁ ଗୋଟିଏ ନୂଆ କ୍ଷେତ୍ରରେ ସାମିଲ ହୋଇଛି। ମୁଁ ବିଜେପିରେ ସାମିଲ ହୋଇଥିବାରୁ ଖୁସି। ମୁଁ ଦଳରେ ଜଣେ ସୈନ୍ୟ ହିସାବରେ କାମ କରିବି। ଆମର ଗୋଟିଏ ଲକ୍ଷ୍ୟ ହେଲା ଦୁର୍ନୀତିଗ୍ରସ୍ତ ଟିଏମସି ଶାସନକୁ ରାଜ୍ୟରୁ ବିଲୁପ୍ତ କରିବା।” କୁହାଯାଉଛି ଯେ ବିଜେପି ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବ।

ସେ ବିଜେପିରେ ମିଶିବା ପରେ ମମତା ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ହଜାର ହଜାର ଶିକ୍ଷାର୍ଥୀଙ୍କୁ ଚାକିରି ସୁଯୋଗରୁ ବଞ୍ଚିତ କରିଥିବା ବ୍ୟକ୍ତି ଏବେ ନେତା ହୋଇଛନ୍ତି।

ପ୍ରସ୍ତୁତ ରୁହନ୍ତୁ। ଆପଣ ଯେଉଁଠୁ ବି ନିର୍ବାଚନ ଲଢ଼ିବେ, ମୁଁ ଶିକ୍ଷାର୍ଥୀମାନଙ୍କୁ ଆପଣଙ୍କ ସହ ଲଢ଼େଇ କରିବାକୁ ପଠାଇବି। ମନେରଖନ୍ତୁ, ଏବେ ଲୋକମାନେ ଆପଣଙ୍କୁ ଜଜ କରିବେ। ମୋ ପାଖରେ ୫ ଲକ୍ଷ ଚାକିରି ରହିଛି। କିନ୍ତୁ ଏହି ସବୁ ବିପଦଜନକ ସାପ ବେଙ୍ଗଲବାସୀଙ୍କୁ ଚାକିରି ମିଳୁ ବୋଲି ଚାହୁଁ ନାହାନ୍ତି।”

Bjp Mamata Banerjee WestBengal