Advertisment

ଟିମ୍‌ ଇଣ୍ଡିଆ ଜର୍ସିକୁ ଦିଦିଙ୍କ ଟାର୍ଗେଟ୍‌, କହିଲେ- ଗେରୁଆ କାହିଁକି?

ଭାରତୀୟ କ୍ରିକେଟ୍ ଟିମ୍‌ର ପ୍ରାକ୍ଟିସ ଜର୍ସିକୁ ନେଇ ଉଠିଲା ବିବାଦ

author-image
Madhupriya Mistry
Mamata on team india practice-jersey

Mamata on team india practice-jersey

ବିବାଦରେ ଟିମ୍‌ ଇଣ୍ଡିର ଜର୍ସି। ଭାରତୀୟ କ୍ରିକେଟ୍ ଟିମ୍‌ର ପ୍ରାକ୍ଟିସ ଜର୍ସିକୁ ନେଇ ଉଠିଲା ବିବାଦ। ପ୍ରଶ୍ନ ଉଠାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିକୁ ସିଧାସଳଖ ଟାର୍ଗେଟ୍ କଲେ ଦିଦି। ସବୁକିଛି ଗେରୁଆ ରଙ୍ଗରେ ରଙ୍ଗେଇ ଦିଆଯାଉଛି ବୋଲି ସେ ଆଣିଲେ ଅଭିଯୋଗ।

Advertisment

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ସବୁଠାରୁ ଲୋକପ୍ରିୟ ଖେଳକୁ ଗେରୁଆ ରଙ୍ଗରେ ରଙ୍ଗେଇବାକୁ ଚେଷ୍ଟା କରୁଥିବା ମମତା ଅଭିଯୋଗ କରିଛନ୍ତି। ଏହାସହ କହିଛନ୍ତି, 'ସେମାନେ(ବିଜେପି)ସେମାନେ ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରି ପକାଇବାକୁ ପ୍ରୟାସ କରୁଛନ୍ତି।  ଆମ ଭାରତୀୟ ଖେଳାଳିଙ୍କ ପାଇଁ ମୁଁ ଗର୍ବିତ ଏବଂ ମୁଁ ନିଶ୍ଚିତ ଯେ ସେମାନେ ବିଶ୍ୱକପ୍‌ରେ ବିଜୟୀ ହେବେ। କିନ୍ତୁ ବିଜେପି ସେଠାରେ ମଧ୍ୟ ମୁଣ୍ଡ ପୂରାଇଛି। ଏବେ ଖେଳାଳିମାନେ ମ୍ୟାଚ୍‌ ପ୍ରାକ୍ଟିସ୍‌ ବେଳେ ନୀଳ ରଙ୍ଗ ବଦଳରେ ଗେରୁଆ ରଙ୍ଗର ଜର୍ସି ପିନ୍ଧୁଛନ୍ତି। କେବଳ ସେତିକି ନୁହେଁ ମେଟ୍ରୋ ଷ୍ଟେସନକୁ ମଧ୍ୟ ଗେରୁଆ ରଙ୍ଗରେ ରଙ୍ଗୀନ୍‌ କରାଯାଇଛି। ଏହା ଆଦୌ ଗ୍ରହଣୀୟ ନୁହେଁ।'

କୋଲକାତାର ପୋସ୍ତା ବଜାରରେ ଜଗଧାତ୍ରୀ ପୂଜାର ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇ ବିଜେପିକୁ ଏଭଳି ଟାର୍ଗେଟ୍‌ କରିଛନ୍ତି। ‘ବିଜେପି’କୁ ବିଦ୍ରୂପ କରି ସ‌େ କହିଛନ୍ତି, ଏ ଦେଶ, ଦେଶର ଜନସାଧାଣଙ୍କର, ଗୋଟାଏ ଦଳର ଜନତାଙ୍କର ନୁହେଁ। କେନ୍ଦ୍ର ସରକାର ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ରାଜ୍ୟର ବାକି ପଡ଼ିଥିବା ପ୍ରାପ୍ୟ ଦେଉ ନାହାନ୍ତି।

Advertisment

ସେପଟେ ମମତାଙ୍କ ଏଭଳି ଟାର୍ଗେଟ୍‌ର ଜବାବ ଦେଇଛି ବିଜେପି। ବିଜେପି ନେତା ଦୀଲିପ ଘୋଷ କହିଛନ୍ତି, ନେଦରଲ୍ୟାଣ୍ଡ କ୍ରିକେଟରମାନେ ମଧ୍ୟ ଗେରୁଆ ରଙ୍ଗର ଜର୍ସି ପିନ୍ଧନ୍ତି, ତା' ହେଲେ କ'ଣ ଏହା ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଛି କି? ଯଦି ଭାରତୀୟ ଟିମ୍‌ର ଜର୍ସି ଗେରୁଆ ରଙ୍ଗ ହୋଇଯାଏ ତେବେ ଟିଏମସିର ଲୋକମାନେ କ’ଣ କରିବେ - ସେମାନେ ଗ୍ୟାଲେରୀରୁ ଡେଇଁ ପଡ଼ିବେ ନା ଗଙ୍ଗାକୁ ଡେଇଁବେ, ସେମାନଙ୍କର କିଛି କରିବାର ନାହିଁ। ଲୋକମାନେ ଭାରତକୁ ଗେରୁଆ ରୂପେ ମଧ୍ୟ ଜାଣନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆଇସିସି ଓ୍ୱାର୍ଲ୍ଡ କପ୍‌ର ପ୍ରାକ୍ଟିସ୍‌ ମ୍ୟାଚ୍‌ ବେଳେ ଭାରାତୀୟ ଟିମ୍‌ର ଖେଳାଳିମାନେ ଗେରୁଆ ରଙ୍ଗର ଜର୍ସି ପିନ୍ଧିଥିଲେ। ଏହାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି।

Indian Cricket Team TMC Bjp Mamata Banerjee