ନିର୍ବାଚନ ପୂର୍ବରୁ ଭାଇଙ୍କ ସହ ସବୁ ସମ୍ପର୍କ ତୁଟାଇଲେ ମମତା ବାନାର୍ଜୀ

ହାୱଡା ଲୋକସଭା ଆସନ ପାଇଁ ଟିଏମସି ପ୍ରସୂନ ବାନାର୍ଜୀଙ୍କୁ ଟିକେଟ ଦେଇଛି। ଏହାପରେ ବାବୁନ ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ।

TMC

ବାମରୁ ବାବୁନ ଓ ମମତା ବାନାର୍ଜୀ (ଫାଇଲ ଫଟୋ)

Hemant Lenka
  • Published: Wednesday, 13 March 2024
  • Updated: 13 March 2024, 04:29 PM IST

Sports

Latest News

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଭାଇ ବାବୁନଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛନ୍ତି। ହାୱଡା ଲୋକସଭା ଆସନ ପାଇଁ ଟିଏମସି ପ୍ରସୂନ ବାନାର୍ଜୀଙ୍କୁ ଟିକେଟ ଦେଇଛି। ଏହାପରେ ବାବୁନ ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ନିଜ ଭାଇଙ୍କ ଉପରେ ମମତା ଖପ୍ପା ହୋଇଛନ୍ତି।

ସେ କହିଛନ୍ତି, “ମୋ ପରିବାର ଓ ମୁଁ ବାବୁନଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛୁ। ପ୍ରତିଟି ନିର୍ବାଚନ ପୂର୍ବରୁ ସେ ସମସ୍ୟା ସୃଷ୍ଟି କରନ୍ତି। ମୁଁ ଲୋଭୀ ଲୋକଙ୍କୁ ପସନ୍ଦ କରେନାହିଁ। ବଂଶବାଦ ରାଜନୀତିରେ ମଧ୍ୟ ମୋର ବିଶ୍ୱାସ ନାହିଁ। ତାଙ୍କୁ ଅସ୍ୱୀକାର କରିବାକୁ ମୁଁ ନିଷ୍ପତ୍ତି ନେଇଛି। ତାଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି।”

ମମତାଙ୍କ ଏପରି ନିଷ୍ପତ୍ତି ପୂର୍ବରୁ ବାବୁନ ବାନାର୍ଜୀ ଟିଏମସିକୁ କଡ଼ା ସମାଲୋଚନା କରିଥିଲେ। ପ୍ରସୂନ ବାନାର୍ଜୀ ବର୍ତ୍ତମାନ ହାୱଡାର ସାଂସଦ ଥିବା ବେଳେ ତାଙ୍କୁ ଟିଏମସି ପୁଣି ୨୦୨୪ ନିର୍ବାଚନ ପାଇଁ ଟିକେଟ ଦେଇଛି। ଏହାକୁ ନେଇ ବାବୁନ ଟିଏମସି ଉପରେ ଖପ୍ପା ହୋଇଛନ୍ତି।

Also Read

ସେ କହିଥିଲେ, “ପ୍ରାର୍ଥୀ ଚୟନକୁ ନେଇ ମୁଁ ଖୁସି ନୁହେଁ। ସେ(ପ୍ରସୂନ ବାନାର୍ଜୀ) ଉପଯୁକ୍ତ ପ୍ରାର୍ଥୀ ନୁହନ୍ତି। ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଛି। ମୋତେ ପ୍ରସୂନ କରିଥିବା ଅପମାନକୁ ମୁଁ କେବେ ହେଲେ ଭୁଲି ପାରିବି ନାହିଁ।” ବାବୁନ ଦରକାର ପଡ଼ିଲେ ସ୍ୱାଧୀନ ଭାବେ ହାୱଡା ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।

ବାବୁନ କହିଛନ୍ତି, “ମୁଁ ଜାଣିଛି ଦିଦି(ମମତା ବାନାର୍ଜୀ) ମୋ ସହ ଏକମତ ହୋଇ ନପାରନ୍ତି। କିନ୍ତୁ ଯଦି ଦରକାର ପଡ଼ିବ, ତା’ହେଲେ ମୁଁ ସ୍ୱାଧୀନ ଭାବେ ହାୱଡା ଲୋକସଭା ନିର୍ବାଚନ ଲଢ଼ିବି।”

ହାୱଡା ଆସନରୁ ପ୍ରସୂନ ୩ ଥର ବିଜୟୀ ହୋଇ ଲୋକସଭାକୁ ଯାଇଛନ୍ତି। ବାମପନ୍ଥୀ ଦଳର ଅମ୍ବିକା ବାନାର୍ଜୀଙ୍କ ପରେ ୨୦୦୯ରୁ ଟିଏମସି ଏଠାରେ ଜିତି ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story