Advertisment

ଅଯୋଧ୍ୟା ଯିବେନି ଦିଦି, ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବୟକଟ୍‌ କଲା ଟିଏମ୍‌ସି

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

author-image
Madhupriya Mistry
Mamata Banerjee

Mamata Banerjee

ଅଯୋଧ୍ୟା ଯିବେନି ଦିନି। ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେନି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ଦଳ ତୃଣମୂଳ କଂଗ୍ରେସ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବୟକଟ୍‌ କରିଥିବା ନେଇ ଏକ ସୂତ୍ରୁରୁ ସୂଚନା ମିଳିଛି।

Advertisment

ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ଉଦ୍‌ଘାଟନ ହେବ। ଏଥିପାଇଁ ଅଯୋଧ୍ୟାରେ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବ। ସେ ହିଁ ପ୍ରତିମା ସ୍ଥାପନ କରିବେ। ଶାସକଦଳର ନେତାଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତା ଦେଶର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଏଥିପାଇଁ ଆମନ୍ତ୍ରିତ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଡକାଯାଇଛି। କିନ୍ତୁ ସେ ଏଥିରେ ଏବେ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି। ତେବେ ଟିଏମ୍‌ସି ପକ୍ଷରୁ ଏନେଇ ଅଫିସିଆଲି ଭାବେ କୌଣସି ଘୋଷଣା କରାଯାଇ ନାହିଁ।

ମମତା ବାନାର୍ଜୀଙ୍କ ଏକ ନିକଟ ସୂତ୍ରରୁ ପ୍ରକାଶ ଯେ, ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜ ରାଜନୈତିକ ଏଜେଣ୍ଡାକୁ ଆକର୍ଷିତ କରିବାକୁ ଏଭଳି ନାଟକ କରୁଛି। ୨୦୨୪ ଲୋକସାଭ ନିର୍ବାଚନ ପ୍ରଚାରରେ ଦଳ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଚେଷ୍ଟା କରିପାରେ। ତେଣୁ ଟିଏମ୍‌ସି ଏଥିରୁ ଦୂରେଇ ରହିବାକୁ ଉଚିତ ମଣିଥିବା ମମତାଙ୍କ ବିଶ୍ୱସ୍ତସୂତ୍ରରୁ ଜଣାପଡିଛି।

Advertisment

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ରାମ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଏଥିରେ ଯୋଗ ଦେବା ଲାଗି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରିଛନ୍ତି। ସେହିପରି ପ୍ରମୁଖ ବିରୋଧୀ ଦଳଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଡକାଯାଇଛି।

Mamata Banerjee TMC Ayodhya Ram Mandir Ram Temple Inauguration