Advertisment

କାଫେ ବିସ୍ଫୋରଣ ଘଟଣା: ଅଭିଯୁକ୍ତ ଧରାପଡ଼ିବା ପରେ ତେଜିଲା ରାଜନୀତିକ ବାକଯୁଦ୍ଧ

ବେଙ୍ଗଲରୁ ୨ ଅଭିଯୁକ୍ତ ଧରାପଡ଼ିବା ପରେ ନିର୍ବାଚନରେ ଏହା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ବେଙ୍ଗଲରେ କ୍ଷମତାସୀନ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି।

Mamata

Mamata

Advertisment

ବେଙ୍ଗାଲୁରୁର ପ୍ରସିଦ୍ଧ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ୨ ମୁଖ୍ୟ ଅଭିଯୁକ୍ତ ବେଙ୍ଗଲର ପୂର୍ବ ମେଦିନାପୁର ଜିଲ୍ଲାରୁ ଧରା ପଡ଼ିଛନ୍ତି। ଦୀର୍ଘ ଦିନ ଧରି ୨ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଶେଷରେ ସେମାନଙ୍କୁ ଏନଆଇଏ ଗିରଫ କରିଛି।

Advertisment

ତେବେ ବେଙ୍ଗଲରୁ ୨ ଅଭିଯୁକ୍ତ ଧରାପଡ଼ିବା ପରେ ନିର୍ବାଚନରେ ଏହା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ବେଙ୍ଗଲରେ କ୍ଷମତାସୀନ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି।

ମମତା ବାନାର୍ଜୀଙ୍କ ଶାସନରେ ବେଙ୍ଗଲ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ବିଜେପି ଅଭିଯୋଗ କରିଛି। ଏହାର ଜବାବ ମମତା ବେଙ୍ଗଲର କୁଚ ବେହାର ସ୍ଥିତ ଦିନାହାଟରେ ଆୟୋଜିତ ନିର୍ବାଚନ ରାଲିରେ ଦେଇଛନ୍ତି।

Advertisment

ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଟାର୍ଗେଟ କରୁଥିବା ଦିଦି କହିଛନ୍ତି, “ଯେଉଁ ଦୁଇ ଜଣ ଗିରଫ ହୋଇଛନ୍ତି, ସେମାନେ ବେଙ୍ଗଲର ନୁହନ୍ତି। ସେମାନେ ଏଠାରେ ଲୁଚି ଥିଲେ। ସେମାନଙ୍କୁ ୨ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି। ବେଙ୍ଗଲରେ ଯଦି ଶାନ୍ତି ପ୍ରତିଷ୍ଠା ହେଉଛି, ତା’ହେଲେ ବିଜେପି ଏହାକୁ ସହ୍ୟ କରିପାରୁନି। ବିଜେପି ଶାସିତ ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ବିହାର କ’ଣ ସୁରକ୍ଷିତ ଥିଲା?”

ବରିଷ୍ଠ ଟିଏମସି ନେତା କୁନାଲ ଘୋଷ ମଧ୍ୟ ବିଜେପିକୁ ବାଣ ମାରିଛନ୍ତି। ୨ ଜଣଙ୍କୁ ଗିରଫ କରିଥିବା ଏନଆଇଏ ରାଜ୍ୟ ପୁଲିସ୍‌ର ସହାୟତା ପାଇଥିବା କଥାକୁ ମାନିଛି। ସେମାନେ ଗିରଫଦାରୀକୁ ନେଇ ଜାରି କରିଥିବା ପ୍ରେସ ରିଲିଜରେ ରାଜ୍ୟ ପୁଲିସ୍‌ର ସହାୟତା କଥା ଉଲ୍ଲେଖ କରିଛନ୍ତି।

ବେଙ୍ଗଲ ପୁଲିସ୍‌ ଦେଶ ବିରୋଧୀ ତତ୍ତ୍ୱ ବିରୋଧରେ ସଶକ୍ତ ହୋଇ ଛିଡ଼ା ହୋଇଛି। ସବୁବେଳେ ଅନ୍ୟ ଏଜେନ୍ସିକୁ ସହାୟତା ପାଇଁ ବେଙ୍ଗଲ ପ୍ରସ୍ତୁତ ବୋଲି ଶ୍ରୀ ଘୋଷ କହିଛନ୍ତି।

ମାର୍ଚ୍ଚ ୧ କାଫେ ବିସ୍ଫୋରଣ ଘଟଣାରେ ଏନଆଇଏ ମୁସାବୀର ହୁସେନ ଶାଜେବ ଓ ଅବଦୁଲ ମାଥୀନ ତାହାକୁ ଗିରଡ଼ କରିଛି। ଅବଦୁଲ ଲଜିଷ୍ଟିକ କଥା ବୁଝିଥିବା ବେଳେ ମୁସାବୀର କାଫେ ଭିତରେ ଆଇଇଡି ବିସ୍ଫୋରଣ କରିଥିଲା। ସେମାନଙ୍କୁ ପୂର୍ବ ମେଦିନାପୁରାର କୋଣ୍ଟାଇରୁ ଗିରଫ କରାଯାଇଛି। କୋଣ୍ଟାଇ ହେଉଛି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼। ସେଠାରେ ୨ ଅଭିଯୁକ୍ତ ଲୁଚି ରହିଥିବାରୁ ଟିଏମସି ତାଙ୍କୁ ମଧ୍ୟ ଟାର୍ଗେଟ କରିଛି।

ଟିଏମସିର ଏପରି ବୟାନ ପୂର୍ବରୁ ବିଜେପି ନେତା ଅମିତ ମାଲବ୍ୟ ଏକ୍ସ ଯୋଗେ ଦାବି କରିଥିଲେ ଯେ ୨ ଗିରଫ ଅଭିଯୁକ୍ତ କର୍ଣ୍ଣାଟକାରେ ଥିବା ଆଇଏସଆଇଏସ ସେଲର ସଦସ୍ୟ।

Bjp Mamata Banerjee TMC Rameshwaram Cafe Blast Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe