AAP
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ ଦିଲ୍ଲୀ ପ୍ରତିପକ୍ଷ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଦିଲ୍ଲୀରେ ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ପୂର୍ବରୁ ଏଭଳି ଭେଟଘାଟ ହୋଇଛି। ଭେଟଘାଟ ସମୟରେ ଆପ ନେତା ରାଘବ ଚଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ।
ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଠାରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଦିଦି ଆସିଛନ୍ତି। ସେ ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗଦେବେ।
ବିଜେପିକୁ ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ଚେକ ଦେବାକୁ ଏକାଧିକ ବିରୋଧୀ ଦଳର ନେତା ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ୪ର୍ଥ ଥର ପାଇଁ ଏମାନେ ଆସନ୍ତାକାଲି ଏକାଠି ବସିବାକୁ ଯାଉଛନ୍ତି। ସିଟ ଶେୟାରିଂ ଓ ଆଗାମୀ ରଣନୀତି ଉକ୍ତ ବୈଠକରେ ମୂଳ ଏଜେଣ୍ଡା ବୋଲି ଜଣାପଡ଼ିଛି।
ନିକଟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି। ତେଲଙ୍ଗାନାକୁ ଛାଡ଼ି ବାକି ସବୁ ରାଜ୍ୟରେ କଂଗ୍ରେସକୁ ହାରିବାକୁ ପଡ଼ିଛି। ବିଜେପି ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜୟ ବାନା ଉଡ଼ାଇଛି। ନିର୍ବାଚନ ରେଜଲ୍ଟ ବାହାରିବା ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରଥମ ବୈଠକ ବସିବାକୁ ଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/AAP_1702913127.jpg)