Advertisment

ମୋଦିଙ୍କ ପରମାତ୍ମା ବୟାନକୁ କଟାକ୍ଷ କଲେ, ସମ୍ବିତ ପାତ୍ରଙ୍କ କଥା ଉଠାଇଲେ ମମତା

ଭଗବାନ ଦଙ୍ଗା ସୃଷ୍ଟି ପାଇଁ କାହାକୁ ପ୍ରୋତ୍ସାହିତ କରନ୍ତି ନାହିଁ। ଆମେ ତାଙ୍କ ପାଇଁ ଗୋଟିଏ ମନ୍ଦିର ତିଆରି କରିବୁ ଓ ତାଙ୍କୁ ସେଠାରେ ପୂଜା କରିବୁ, ପ୍ରସାଦ ଓ ଫୁଲ ଦେବୁ। ଯଦି ସେ ଚାହିଁବେ, ତା’ହେଲେ ତାଙ୍କୁ ଢୋକଲା ମଧ୍ୟ ଦିଆଯିବ ବୋଲି ମମତା କହିଛନ୍ତି।

author-image
Hemant Lenka
Mamata

Mamata

ନିର୍ଦ୍ଦିଷ୍ଟ କାରଣ ପାଇଁ ପରମାତ୍ମା ପୃଥିବୀଙ୍କୁ ତାଙ୍କୁ ପଠାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ମୋଦିଙ୍କ ଏପରି ବୟାନକୁ ଆଜି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Advertisment

ସେ କହିଛନ୍ତି ଯେ “ଭଗବାନ ରାଜନୀତି କରନ୍ତି ନାହିଁ ଓ ଦଙ୍ଗାକୁ ଉସକାନ୍ତି ନାହିଁ। ଯଦି ମୋଦି ନିଜକୁ ଭଗବାନ ବୋଲି ଭାବୁଛନ୍ତି, ତା’ହେଲେ ତାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କରିବା ଉଚିତ। ସେଠାରେ ସେ ବସିବେ ଓ ଦେଶକୁ ଆଉ ହଇରାଣ କରିବେ ନାହିଁ।”

କୋଲକାତାରେ ଆୟୋଜିତ ଏକ ରାଲିରେ ଦିଦି କଟାକ୍ଷ କରି କହିଛନ୍ତି, “ସେ(ମୋଦି) ଭଗବାନମାନଙ୍କର ଭଗବାନ। ଜଣେ ନେତା(ସମ୍ବିତ ପାତ୍ର) କହୁଛନ୍ତି ମହାପ୍ରଭୁ ଜଗନ୍ନାଥ ତାଙ୍କ ଭକ୍ତ। ଯଦି ସେ ଭଗବାନ, ତା’ହେଲେ ଭଗବାନ ରାଜନୀତି କରନ୍ତି ନାହିଁ।

Advertisment

ଭଗବାନ ଦଙ୍ଗା ସୃଷ୍ଟି ପାଇଁ କାହାକୁ ପ୍ରୋତ୍ସାହିତ କରନ୍ତି ନାହିଁ। ଆମେ ତାଙ୍କ ପାଇଁ ଗୋଟିଏ ମନ୍ଦିର ତିଆରି କରିବୁ ଓ ତାଙ୍କୁ ସେଠାରେ ପୂଜା କରିବୁ, ପ୍ରସାଦ ଓ ଫୁଲ ଦେବୁ। ଯଦି ସେ ଚାହିଁବେ, ତା’ହେଲେ ତାଙ୍କୁ ଢୋକଲା ମଧ୍ୟ ଦିଆଯିବ।”

ନିକଟରେ ଗୋଟିଏ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଭଗବାନ ତାଙ୍କୁ ପଠାଇଥିବା ମୋଦି କହିଥିଲେ। ସେହିପରି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ କହିଥିଲେ ଯେ ଭଗବାନ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଅବଶ୍ୟ ପରେ ପାତ୍ର ନିଜର ଭୁଲ ସ୍ୱୀକାର କରି କ୍ଷମା ମାଗିଥିଲେ। କିନ୍ତୁ ମମତା ଏହାକୁ ପ୍ରସଙ୍ଗ କରି ମୋଦିଙ୍କୁ ସମାଲୋଚନା କରିଛନ୍ତି।

ନିଜର କଥାକୁ ଆଗକୁ ନେଇ ମମତା କହିଛନ୍ତି, “ମୁଁ ଅନେକ ପ୍ରଧାନମନ୍ତ୍ରୀମାନଙ୍କ ସହ କାମ କରିଛି। ଅଟଳ ବିହାରୀ ବାଜପେୟୀ ମୋତେ ସ୍ନେହ କରୁଥିଲେ। ମୁଁ ମନମୋହନ ସିଂହ, ରାଜୀବ ଗାନ୍ଧି, ନରସୀମା ରାଓ, ଦେବଗୌଡ଼ାଙ୍କ ସହ କାମ କରିଛି। ହେଲେ ତାଙ୍କ(ମୋଦି) ଭଳି କାହାକୁ ବି ଦେଖି ନାହିଁ। ଏପରି ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ।”

Mamata Banerjee PM Modi Mamata Didi Lok Sabha Election 2024