Advertisment

ମହୁଆ ଓ ଇଣ୍ଡିଆ ମେଣ୍ଟକୁ ନେଇ ବଡ଼ ବୟାନ ଦେଲେ ମମତା ବାନାର୍ଜୀ

ଦଳର ସାଂସଦ ମହୁଆଙ୍କୁ ପୂର୍ଣ୍ଣ ସମର୍ଥନ କରିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

author-image
Hemant Lenka
Mahua

Mahua

ଟିଏମସି ସାଂସଦ ମହୁଆ ମଇତ୍ର ଆଜି ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଲୋକସଭାରୁ ବହିଷ୍କୃତ ହୋଇଛନ୍ତି। ତାଙ୍କୁ ବହିଷ୍କୃତ କରାଯିବାରୁ ଏହାକୁ ବିରୋଧ କରି ଇଣ୍ଡିଆ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

Advertisment

ଏସବୁ ଭିତରେ ନିଜ ଦଳର ସାଂସଦ ମହୁଆଙ୍କୁ ପୂର୍ଣ୍ଣ ସମର୍ଥନ କରିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ମହୁଆଙ୍କ ବହିଷ୍କାର ନିଷ୍ପତ୍ତିରେ ସ୍ତବ୍ଧ ଓ ଏହା ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି। ଏଥିସହ ମହୁଆଙ୍କ ସମର୍ଥନରେ ଇଣ୍ଡିଆ ମେଣ୍ଟର ସବୁ ସଦସ୍ୟ ବାହାରିଥିବାରୁ ମମତା ବାନାର୍ଜୀ ଖୁସି ମଧ୍ୟ ପ୍ରକାଶ କରିଛନ୍ତି।

କୁରସେଓଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ “ମୁଁ ସ୍ତବ୍ଧ ଓ ଦୁଃଖିତ। ଏଥିକ୍ସ କମିଟି ୪ ଶହ ୯୫ ପୃଷ୍ଠାର ରିପୋର୍ଟ ଦେଇଥିଲା। ଏହା ଉପରେ ମାତ୍ର ୩୦ ମିନିଟର ଆଲୋଚନା କରି ମହୁଆଙ୍କୁ ବହିଷ୍କୃତ କରାଯାଇଛି। କେମିତି ଜଣେ ୩୦ ମିନିଟରେ ୪୯୫ ପୃଷ୍ଠା ପଢ଼ିବ? ମହୁଆଙ୍କୁ ଲୋକସଭାରେ ନିଜ ପକ୍ଷ ରଖିବାକୁ ମଧ୍ୟ ଦିଆଯାଇ ନାହିଁ। ତାଙ୍କୁ କହିବାକୁ ଅନୁମତି ଦିଆ ଗଲା ନାହିଁ। ଏହା ଗଣତନ୍ତ୍ରର ହତ୍ୟା। ଏହା ଅନ୍ୟାୟ।

Advertisment

ଏପରି ଏକ ସମୟରେ ଇଣ୍ଡିଆ ମେଣ୍ଟକୁ ମୁଁ ଶୁଭେଚ୍ଛା ଜଣାଉଛି। ଆମେ ଏକାଠି ଲଢ଼େଇ କରିଛେ। ସେମାନେ ମହୁଆ ଓ ଟିଏମସି ସପକ୍ଷରେ ଛିଡ଼ା ହୋଇଛନ୍ତି। ଆମେ ସମସ୍ତେ ଏକାଠି ବିଜେପି ବିରୋଧରେ ଲଢ଼ିବା।”

ମହୁଆଙ୍କୁ ଆସନ୍ତା ନିର୍ବାଚନରେ ଟିକେଟ ମିଳିବ କି ନାହିଁ ପ୍ରଶ୍ନରେ ମମତା କହିଛନ୍ତି, “ ମୁଁ ଜାଣିପାରୁନି ସେ କାହିଁକି ପ୍ରାର୍ଥୀ ହୋଇପାରିବେ ନାହିଁ। ଦଳ ତାଙ୍କ ପଛରେ ରହିଛି। ଆମେ ତାଙ୍କୁ ଜିଲ୍ଲା ସଭାପତି କରିଛୁ। କେବଳ ଭୟସ ଭୋଟରେ ସେମାନେ ତାଙ୍କୁ ବହିଷ୍କାର କରିଛନ୍ତି। ଏହା ବିଜେପିର ଆକ୍ରୋଶମୂଳକ ରାଜନୀତିର ପରିଚୟ। ତଥାପି ଏହା ମହୁଆଙ୍କ ଛବିକୁ ଆହୁରି ବୃଦ୍ଧି କରିବ। ତାଙ୍କ ମନୋବଳକୁ ଦୃଢ଼ କରିବାରେ ସହାୟତା ହେବ। ଦଳ ତାଙ୍କ ସହ ରହିଛି ଓ ସେ ଏହି ଲଢ଼େଇରେ ଜିତିବେ।”

Mamata Banerjee Mahua Moitra