Advertisment

କେନ୍ଦ୍ରକୁ ମମତାଙ୍କ ଜବାବ; ମୋତେ ଶିଖାଅନି... ମୁଁ ୭ ଥର ସାଂସଦ, ୨ ଥର କେନ୍ଦ୍ରମନ୍ତ୍ରୀ ଥିଲି

ମୋତେ ଶିକ୍ଷା ଦେବା ଅପେକ୍ଷା, ବ୍ୟବସ୍ଥାରୁ ନିଜେ କିଛି ଶିଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Mamata Banergee

Mamata Banergee

Advertisment

ବୈଦେଶିକ ମନ୍ତ୍ରଣାଳୟକୁ ତୀବ୍ର ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବାଂଲାଦେଶ ଶରଣାର୍ଥୀଙ୍କୁ ପଶ୍ଚିମବଙ୍ଗରେ ଆଶ୍ରୟ ମିଳିବା ନେଇ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ବିରୋଧ କରିଥିଲା। ଏହାକୁ ନେଇ ପାଲଟା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା।

Advertisment

ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, "ମୁଁ ଫେଡେରାଲ୍ ଗଠନକୁ ବହୁତ ଭଲ ଭାବରେ ଜାଣିଛି। ମୁଁ ସାତ ଥର ସାଂସଦ, ଦୁଇ ଥର କେନ୍ଦ୍ର ମନ୍ତ୍ରୀ ଥିଲି। ମୁଁ ଅନ୍ୟମାନଙ୍କ ତୁଳନାରେ MEA (ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ) ନୀତିକୁ ଭଲ ଭାବରେ ଜାଣିଛି। ସେମାନେ ମୋତେ ଶିକ୍ଷା ଦେବା ଅପେକ୍ଷା, ବ୍ୟବସ୍ଥାରୁ ନିଜେ କିଛି ଶିଖିବା ଉଚିତ୍।"

ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଳିତ ଜାତିସଂଘର ସଂକଳ୍ପ ଅନୁଯାୟୀ ବାଂଲାଦେଶୀ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ଘୋଷଣା କରିଥିଲେ। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ, "ଯଦି ବାଂଲାଦେଶ ହିଂସାରେ ପ୍ରଭାବିତ ହୋଇ କେହି ବେଙ୍ଗଲର କବାଟ ବାଡ଼ାନ୍ତି, ତେବେ ଆମେ ନିଶ୍ଚୟ ସେମାନଙ୍କୁ ଆଶ୍ରୟ ଦେବୁ।" 

Advertisment

ଏହି ମନ୍ତ୍ରବ୍ୟ ପରେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି। ଏଥିସହ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ଏହି ମନ୍ତବ୍ୟ ତାଙ୍କ ଦେଶର ଜନସାଧାରଣଙ୍କୁ ବିଭ୍ରାନ୍ତ କରିପାରେ ବୋଲି କହିଛି। ଏହାକୁ ନେଇ ବାଂଲାଦେଶ ରାଜଧାନୀ ଢାକାରୁ ମଧ୍ୟ ଏକ ଲିଖିତ ଅଭିଯୋଗ ଆସିଥିବା ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 

MEA ମୁଖପାତ୍ର ରନ୍ଧିର ଜୈସୱାଲ କହିଛନ୍ତି ଯେ ବୈଦେଶିକ ସମ୍ପର୍କ ସହ ଜଡିତ ପ୍ରସଙ୍ଗ ହେଉଛି କେନ୍ଦ୍ର ସରକାରଙ୍କ ଅଧିକାର। ଏ ଉପରେ ହସ୍ତକ୍ଷେପ କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ରହିଛି। ଏଥିପାଇଁ ଆମ ସମ୍ବିଧାନର ସପ୍ତମ କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି। ଏହାକୁ ନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। 

Mamata Banarjee Bangladesh Refugees Row External Affairs Ministry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe