Advertisment

ଢୁଢୁ ବର୍ଷାରେ କାହିଁକି ରାଲି କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ?

ଭୋଟର ତାଲିକାରେ ନାଁ ନଥିବା ଲୋକଙ୍କୁ ଜେଲରେ ଭର୍ତ୍ତି କରି ଦିଆଯାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।

TMC

TMC

Advertisment

ବିହାର ଭଳି ପଶ୍ଚିମବଙ୍ଗରେ ମଧ୍ୟ ନିର୍ବାଚନ କମିଶନ ଭୋଟର ତାଲିକାର ସ୍ୱତନ୍ତ୍ର ଇଣ୍ଟେନସିଭ ରିଭିଜନ ବା ସଂଶୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ନିର୍ବାଚନ କମିଶନ ସର୍ଭେ କରିବା ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କ ଭିତରେ ଏନେଇ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି।

Advertisment

ଭୋଟର ତାଲିକାରେ ନାଁ ନଥିବା ଲୋକଙ୍କୁ ଜେଲରେ ଭର୍ତ୍ତି କରି ଦିଆଯାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି। ଏଥିସହ ଭୋଟର ତାଲିକାରେ ନିଜ ନାଁକୁ ସାମିଲ କରିବା ପାଇଁ ଯଦି କାମଧନ୍ଦା ଛାଡ଼ିବାକୁ ପଡ଼େ, ତା’କୁ ମଧ୍ୟ କରିବାକୁ ମମତା ଲୋକଙ୍କୁ କହିଛନ୍ତି।

ମମତା ବାନାର୍ଜୀ ଆଜି ଦଳର ଶହଶହ ନେତା ଓ କର୍ମୀଙ୍କ ସହ ଢୁଢୁ ବର୍ଷାରେ ରାଲି କରିଛନ୍ତି। ଏହି ସମୟରେ ନିର୍ବାଚନ କମିଶନ ବିଜେପି ଇସାରାରେ କାମ କରୁଛନ୍ତି ଓ ଭୋଟର ତାଲିକା ସଂଶୋଧନ କ’ଣ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ ବା ଏନଆରସି ଲାଗୁ କରିବାର ଗୋଟିଏ ଗଳା ବାଟ ବୋଲି ପ୍ରଶ୍ନ କରିଛନ୍ତି।

Advertisment

ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଭୋଟର ତାଲିକା ସଂଶୋଧନ ବା ରିଭିଜନ କରିବାକୁ ନିର୍ବାଚନ କମିଶନ ଚାହୁଁଛନ୍ତି। ଏବେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସମାନ ରିଭିଜନ କାମ ଚାଲିଛି। ତେବେ ରିଭିଜନ ପ୍ରକ୍ରିୟାକୁ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବୈଧ ଭୋଟରଙ୍କ ନାଁକୁ ହଟାଇବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ବିଶେଷ କରି ପ୍ରବାସୀ ଓ ବଞ୍ଚିତ ବର୍ଗର ଭୋଟରଙ୍କୁ ତାଲିକାରୁ ବାଦ ଦେବାକୁ ଯୋଜନା ଚାଲିଥିବା ସେ କହିଛନ୍ତି।

ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବେଙ୍ଗଲୀ କହୁଥିବା ଲୋକଙ୍କୁ ନିର୍ଯାତନା ମିଳୁଥିବା ଘଟଣା ବିରୋଧରେ ମମତା ଆଜି କୋଲକାତାରେ ବିଶାଳ ଶୋଭାଯାତ୍ରା କରିଛନ୍ତି। କୋଲକାତାରେ ବର୍ଷା ହେଉଥିଲେ ହେଁ ଏହାକୁ ଖାତିର ନ କରି ମମତା ଓ ଟିଏମସି ନେତାମାନେ ଶୋଭାଯାତ୍ରା କରିଥିଲେ। ବିଜେପି ଶାସିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଗୁଡ଼ିକୁ ଟାର୍ଗେଟ କରି ମମତା କହିଛନ୍ତି ଯେ “ବେଙ୍ଗଲ ଭାରତର ସ୍ୱାଧୀନତା ପାଇଁ ଲଢ଼େଇ କରିଥିଲା। ବିଜେପି କ’ଣ ଭାବୁଛି? ସେମାନେ ବେଙ୍ଗଲୀମାନଙ୍କୁ କ୍ଷତି ପହଞ୍ଚାଇବେ? ସେମାନେ ବେଙ୍ଗଲୀଙ୍କୁ ରୋହିଙ୍ଗ୍ୟା କହୁଛନ୍ତି। ରୋହିଙ୍ଗ୍ୟା ମିଆଁମାରରେ ଅଛନ୍ତି, ଏଠି ନାହାନ୍ତି।

୨୨ ଲକ୍ଷ ଗରିବ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରାଯାଉଛି। ମୁଁ ସେମାନଙ୍କୁ ଆମ ରାଜ୍ୟକୁ ଫେରିବା ଆସିବାକୁ ଆହ୍ୱାନ ଦେଉଛି। ସେମାନେ ଏଠାରେ ସୁରକ୍ଷିତ ଅନୁଭବ କରିବେ। ବିଜେପି ବେଙ୍ଗଲୀ କହୁଥିବା ଲୋକଙ୍କୁ ଅଟକ କେନ୍ଦ୍ରକୁ ପଠାଇବାରେ ଲାଗିଛି। କ’ଣ ପଶ୍ଚିମବଙ୍ଗ ଭାରତରେ ନୁହେଁ? କ’ଣ ବିଜେପି ବେଙ୍ଗଲୀମାନଙ୍କ ବଳିଦାନ ଓ ବେଙ୍ଗଲୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ଭୁଲି ଗଲାଣି?”

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ମମତା ସରକାର ସମର୍ଥନ କରୁଥିବା ବିଜେପି ଅଭିଯୋଗ କରି ଆସୁଛି। ଏହାକୁ କାଉଣ୍ଟର କରି ସେ କହିଛନ୍ତି, “ସୀମା ସୁରକ୍ଷା ଦାୟିତ୍ୱ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ। କ’ଣ ସେମାନେ ଅନୁପ୍ରବେଶକୁ ରୋକି ପାରୁ ନାହାନ୍ତି? ସେମାନେ କହୁଛନ୍ତି ୨୦୦୨ ମସିହା ଭୋଟର ତାଲିକା ଚେକ କରିବେ। ତେଣୁ ଏହି ସମୟସୀମା ଭିତରେ ଅନେକ ଲୋକ ପ୍ରାଣ ହରାଇ ସାରିଛନ୍ତି।

ଅନେକ ପିଲା ଜନ୍ମ ହୋଇଛନ୍ତି। ଯେତେବେଳେ ଭୋଟର ଲିଷ୍ଟ ରିଭିଜନ ଆରମ୍ଭ ହେବ, ଦରକାର ପଡ଼ିଲେ ନିଜର କାମ ଛାଡ଼ି ତାଲିକାର ନିଜ ନାଁ ସାମିଲ କରିବେ। ଯେଉଁମାନଙ୍କ ନାଁ ତାଲିକାରେ ନଥିବ, ସେମାନଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିପାରେ।”

Mamata Banerjee TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe