Advertisment

ସାପକୁ ବିଶ୍ୱାସ କରାଯାଇ ପାରେ, କିନ୍ତୁ ବିଜେପିକୁ ନୁହେଁ: ବେଙ୍ଗଲ ରାଲିରେ ଗର୍ଜିଲେ ମମତା

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ବିଏସ୍‌ଏଫ ଓ ସିଆଇଏସଏଫ ବିଜେପି ଇସାରାରେ କାମ କରୁଛନ୍ତି। ଏହା ବିରୋଧରେ ଟିଏମସି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ତଦନ୍ତ ଦାବି କରିବ ବୋଲି ସେ କହିଛନ୍ତି।

ଅଦ୍ୟତନ ହୋଇଛି
Mamata

Mamata

Advertisment

ଲୋକସଭା ନିର୍ବାଚନ ପୂର୍ବରୁ କୁଚ୍ଚ ବିହାରରେ ଆୟୋଜିତ ରାଲିକୁ ସମ୍ବୋଧନ କରି ବିଜେପି ଉପରେ ଜୋରଦାର ହମଲା କରିଛନ୍ତି ବେଙ୍ଗଲର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଜଣେ ଗୋଟିଏ ବିଷ ଧର ସାପକୁ ବିଶ୍ୱାସ କରିପାରିବ। କିନ୍ତୁ ବିଜେପିକୁ ଆଦୌ ବିଶ୍ୱାସ କରାଯାଇ ପାରିବ ନାହିଁ। ଦଳ କେବଳ ଗଣତନ୍ତ୍ରକୁ ଧ୍ୱଂସ କରିବା ଜାଣିଛି ବୋଲି ମମତା କହିଛନ୍ତି।

Advertisment

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ବିଏସ୍‌ଏଫ ଓ ସିଆଇଏସଏଫ ବିଜେପି ଇସାରାରେ କାମ କରୁଛନ୍ତି। ଏହା ବିରୋଧରେ ଟିଏମସି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ତଦନ୍ତ ଦାବି କରିବ। ନିର୍ବାଚନ ବେଳେ ସବୁ ଦଳଗୁଡ଼ିକୁ ସମାନ ଅଧିକାର ମିଳିବା ସପକ୍ଷରେ ମଧ୍ୟ ମମତା କହିଛନ୍ତି।

ଦିଦି ଘୋଷଣା କରିଛନ୍ତି ଯେ ତାଙ୍କ ଦଳ କେବେ ହେଲେ କେନ୍ଦ୍ରୀୟ ଏଜେନ୍ସିର ଧମକରେ ଡରି ଯିବ ନାହିଁ। ଯଦି ନିର୍ବାଚନ ପୂର୍ବରୁ ବିଏସଏଫ ହଇରାଣ କରୁଥିବ, ତା’ହେଲେ ସ୍ଥାନୀୟ ଲୋକମାନେ ଏନେଇ ପୁଲିସ୍‌ରେ ଅଭିଯୋଗ କରିବାକୁ ମମତା ପରାମର୍ଶ ଦେଇଛନ୍ତି।

Advertisment

ମମତା କହିଛନ୍ତି ଯେ “କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଯଥା ଏନଆଇଏ, ଆୟକର ବିଭାଗ, ବିଏସ୍‌ଏଫ ଓ ସିଆଇଏସଏଫ ବିଜେପି ପାଇଁ କାମ କରୁଛନ୍ତି। ଆମେ ନିର୍ବାଚନ କମିଶନଙ୍କୁ ଏହା ଉପରେ ଦୃଷ୍ଟି ଦେବାକୁ ବିନମ୍ରତାର ସହ ଅନୁରୋଧ କରୁଛୁ। ସମସ୍ତଙ୍କୁ ଏଠାରେ ସମାନ ସୁଯୋଗ ମିଳୁ।”

ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି, “ଜଣେ ସାପକୁ ବିଶ୍ୱାସ କରିପାରିବ। କିନ୍ତୁ ବିଜେପିକୁ ନୁହେଁ। ଆପଣ ଗୋଟିଏ ବିଷଧର ସାପାକୁ ବିଶ୍ୱାସ କରିପାରିବେ। ଏପରି କି ତା’କୁ ପୋଷି ପାରିବେ। କିନ୍ତୁ ଆପଣମାନେ କେବେ ହେଲେ ବିଜେପିକୁ ବିଶ୍ୱାସ କରିପାରିବେ ନାହିଁ। ବିଜେପି କେବଳ ଦେଶକୁ ଧ୍ୱଂସ କରି ଚାଲିଛି।”

ବିଜେପି ଗୋଟିଏ ଦେଶ, ଗୋଟିଏ ପାର୍ଟି ନୀତି ଆପଣାଉଥିବା ମଧ୍ୟ ଦିଦି ଅଭିଯୋଗ କରିଛନ୍ତି।

Bjp Mamata Banerjee TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe