Advertisment

ଦେଉ ନାହାନ୍ତି କେନ୍ଦ୍ର ସରକାର, ୨୧ ଲକ୍ଷ ମନରେଗା ଶ୍ରମିକଙ୍କୁ ଟଙ୍କା ଦେବେ ଦିଦି

ଫେବୃଆରୀ ୨୧ ସୁଦ୍ଧା ଶ୍ରମିକମାନେ ସେମାନଙ୍କ ବକେୟା ଟଙ୍କା ପାଇବେ। ଏହି ଟଙ୍କା ସିଧାସଳଖ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ବୋଲି ଆଜି ଦିଦି ଘୋଷଣା କରିଛନ୍ତି।

Mamata

Mamata

Advertisment

ବାରମ୍ବାର କେନ୍ଦ୍ର ଉପରେ ରହିଥିବା ବକେୟା ଟଙ୍କା ମାଗି ନିରାଶ ହେବା ପରେ ଆଜି ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ସରକାର ରାଜ୍ୟର ୨୧ ଲକ୍ଷ ମନରେଗା ଶ୍ରମିକଙ୍କୁ ନିଜ ପାଣ୍ଠିରୁ ପାରିଶ୍ରମିକ ପ୍ରଦାନ କରିବେ।

Advertisment

ଫେବୃଆରୀ ୨୧ ସୁଦ୍ଧା ଶ୍ରମିକମାନେ ସେମାନଙ୍କ ବକେୟା ଟଙ୍କା ପାଇବେ। ଏହି ଟଙ୍କା ସିଧାସଳଖ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ବୋଲି ଆଜି ଦିଦି ଘୋଷଣା କରିଛନ୍ତି।

ମମତା କହିଛନ୍ତି, “ରାଜ୍ୟ ସରକାର ୨୧ ଲକ୍ଷ ମନରେଗା ଶ୍ରମିକଙ୍କ ପାରିଶ୍ରମିକ ଦେବେ। ୨ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ପାଖରେ ବାକି ରହିଥିବା ଶ୍ରମିକଙ୍କ ପାଉଣା ରାଜ୍ୟ ସରକାର ନିଜ ପାଣ୍ଠିରୁ ଦେବେ। ଫେବୃଆରୀ ୨୧ ସୁଦ୍ଧା ସବୁ ଟଙ୍କା ଶ୍ରମିକଙ୍କ ଆକାଉଣ୍ଟରେ ପହଞ୍ଚି ଯିବ।”

Advertisment

ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ବାବଦରେ କେନ୍ଦ୍ର ଠାରୁ ପାଇବାକୁ ଥିବା ପାଣ୍ଠି ପଶ୍ଚିମବଙ୍ଗକୁ ମିଳୁ ନାହିଁ ବୋଲି ଅଭିଯୋଗ କରି ମମତା ଶୁକ୍ରବାର ଠାରୁ ଦୁଇ ଦିନିଆ ଆନ୍ଦୋଳନ ଆରମ୍ଭ କରିଥିଲେ। ଆଜି ଆନ୍ଦୋଳନର ଦ୍ୱିତୀୟ ଦିନରେ ମମତା ଏପରି ଘୋଷଣା କରିଛନ୍ତି।

ବିନିଯୋଗ ପ୍ରମାଣପତ୍ର ଦେବାରେ ପଶ୍ଚିମବଙ୍ଗ ସରକାର ବିଳମ୍ବ କରିଥିବା ନେଇ ସିଏଜି ଦେଇଥିବା ରିପୋର୍ଟ ସମ୍ପର୍କରେ ମଧ୍ୟ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ସେ ତାଙ୍କ ଚିଠିରେ କହିଛନ୍ତି ଯେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଭୁଲ ଚିତ୍ର ବା ଧାରଣା ସୃଷ୍ଟି କରିପାରେ। ଭୁଲ ରିପୋର୍ଟକୁ ବ୍ୟବହାର କରି କିଛି ଲୋକ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି।

୨୦୨୦-୨୧ ସିଏଜିର ରାଜ୍ୟ ଆର୍ଥିକ ଅଡିଟ ରିପୋର୍ଟରେ କୁହାଯାଇଛି ଯେ ୨୦୦୨-୦୩ରୁ ୨୦୨୦-୨୧ ମଧ୍ୟରେ ଖର୍ଚ୍ଚ ହୋଇଥିବା ୨,୨୯,୦୯୯ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେବାରେ ବିଳମ୍ବ ହୋଇଛି। କିନ୍ତୁ ପଶ୍ଚିମବଙ୍ଗ ସରକାର ବିନିଯୋଗ ପ୍ରମାଣପତ୍ର ଠିକ ସମୟରେ ଉପଯୁକ୍ତ ମନ୍ତ୍ରଣାଳୟଗୁଡ଼ିକ ନିକଟରେ ଦାଖଲ କରି ସାରିଥିବା ମମତା କହିଛନ୍ତି।

West Bengal Mamata Banerjee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe