Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖା କରିବାକୁ ସମୟ ମାଗିଲେ ମମତା ବାନାର୍ଜୀ

ମମତା କହିଛନ୍ତି ଯେ ସେ ୧୮ରୁ ୨୦ ତାରିଖ ଯାଏ ଦିଲ୍ଲୀ ଗସ୍ତରେ ଯିବେ।

Mamata

Mamata

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ସେ ତାଙ୍କ ଠାରୁ ସମୟ ମାଗିଛନ୍ତି। ପଶ୍ଚିମବଙ୍ଗକୁ କେନ୍ଦ୍ର ଦେବାକୁ ଥିବା ବକେୟା ରାଶି ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମମତା ବୈଠକ କରିବାକୁ ଚାହୁଁଛନ୍ତି।

Advertisment

ଉତ୍ତର ବେଙ୍ଗଲର ସିଲିଗୁଡ଼ିର ବାଗଡୋଗ୍ରା ଏୟାରପୋର୍ଟରେ ସାମ୍ବାଦିକମାନଙ୍କୁ ମମତା କହିଛନ୍ତି ଯେ ସେ ୧୮ରୁ ୨୦ ତାରିଖ ଯାଏ ଦିଲ୍ଲୀ ଗସ୍ତରେ ଯିବେ। ଏହି ୩ ଦିନ ମଧ୍ୟରୁ ଯେକୌଣସି ଗୋଟିଏ ଦିନ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେଠାରେ ସାକ୍ଷାତ କରିବାକୁ ଚାହୁଁଛନ୍ତି।

ମମତା କହିଛନ୍ତି, “ମୁଁ କିଛି ସାଂସଦଙ୍କୁ ସହ ଦିଲ୍ଲୀ ଯିବି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଛି। କେନ୍ଦ୍ରର ବକେୟା ସମ୍ପର୍କରେ ମୁଁ ତାଙ୍କ ସହ ଆଲୋଚନା କରିବାକୁ ଚାହେଁ। ୧୮,୧୯ କିମ୍ବା ୨୦ ତାରିଖ ମଧ୍ୟରୁ ଗୋଟିଏ ଦିନ ପ୍ରଧାନମନ୍ତ୍ରୀ ଭେଟିବାକୁ ସମୟ ଦିଅନ୍ତୁ ବୋଲି ମୁଁ ପିଏମଓକୁ ଜଣାଇଛି।”

Advertisment

ମମତା ବାନାର୍ଜୀ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟରୁ ଜିଏସ୍‌ଟି ସଂଗ୍ରହ କରୁଛନ୍ତି। କିନ୍ତୁ ଏହାକୁ ରାଜ୍ୟକୁ ଦେଉ ନାହାନ୍ତି। ଏହାବାଦ ଏମଜିନରେଗା ବାବଦ ଟଙ୍କା ମଧ୍ୟ ଦେଇ ନାହାନ୍ତି।

ରାଜ୍ୟକୁ କୌଣସି ପ୍ରକାରର କେନ୍ଦ୍ରୀୟ ସହାୟତା ମିଳୁନାହିଁ। କେନ୍ଦ୍ର ସରକାର ଟଙ୍କା ଦେବା ବନ୍ଦ କରି ଦେଇଥିଲେ ମଧ୍ୟ ରାଜ୍ୟ ନିଜ ସମ୍ବଳରୁ ସବୁ ପ୍ରକାରର ଖର୍ଚ୍ଚ କରୁଥିବା ମମତା କହିଛନ୍ତି।

Mamata Banerjee PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe