Advertisment

କଂଗ୍ରେସ ଉପରେ ବର୍ଷିଲେ ମମତା: କହିଲେ ଗୋଟିଏ ବି ସିଟ୍‌ ଦେବୁ ନାହିଁ

ଟିଏମସି ସହ ମେଣ୍ଟ କରିବାକୁ ହେଲେ କଂଗ୍ରେସକୁ ପ୍ରଥମେ ସିପିଏମ ସହ ସବୁ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିବାକୁ ପଡ଼ିବ ବୋଲି ମମତା କହିଛନ୍ତି।

author-image
Hemant Lenka
TMC

TMC

ଇଣ୍ଡିଆ ମେଣ୍ଟରେ ଥିବା ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାରେ ଲାଗିଛି। ବେଙ୍ଗଲରେ ସିଟ୍‌ ଶେୟାରିଂକୁ ନେଇ ଟିଏମସି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ବିବାଦ ଆଜି ଆହୁରି ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଆଜି ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

Advertisment

ଟିଏମସି ସହ ମେଣ୍ଟ କରିବାକୁ ହେଲେ କଂଗ୍ରେସକୁ ପ୍ରଥମେ ସିପିଏମ ସହ ସବୁ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିବାକୁ ପଡ଼ିବ ବୋଲି ମମତା କହିଛନ୍ତି। ସିଟ ଶେୟାରିଂ ବେଳେ ଟିଏମସି ବେଙ୍ଗଲରେ କଂଗ୍ରେସକୁ ୨ଟି ସିଟ ଦେବାକୁ ପ୍ରସ୍ତାବ ଦେଇଥିଲା। ହେଲେ ଏହାକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଥିଲା। ଏବେ ମମତା ଗୋଟିଏ ବି ସିଟ୍‌ ଦିଆଯିବ ନାହିଁ ବୋଲି କହିଛନ୍ତି।

ମାଲଦାରେ ମମତା କହିଛନ୍ତି, “ସିପିଏମ ଅନେକ ଥର ମୋତେ ଶାରୀରିକ ଭାବେ ଆକ୍ରମଣ କରିଛି। ମୋତେ ଭୟଙ୍କର ଢଙ୍ଗରେ ମାଡ଼ ମରାଯାଇଥିଲା। । ମୁଁ କେବଳ ମୋର ଶୁଭେଚ୍ଛୁଙ୍କ ଆଶୀର୍ବାଦ ଯୋଗୁ ଆଜି ବଞ୍ଚିଛି। ମୁଁ ବାମପନ୍ଥୀଙ୍କୁ କେବେ ହେଲେ କ୍ଷମା କରିବି ନାହିଁ।

Advertisment

ମୁଁ କେବେ ହେଲେ ସିପିଏମକୁ କ୍ଷମା ଦେବି ନାହିଁ। ତେଣୁ ଯେଉଁମାନେ ଆଜି ସିପିଏମ ସହ ଅଛନ୍ତି, ସେମାନେ ମଧ୍ୟ ବିଜେପି ସହ ରହିବେ। ମୁଁ ସେମାନଙ୍କୁ କେବେ ହେଲେ କ୍ଷମା କରିବି ନାହିଁ।”

ଆଜି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ବେଙ୍ଗଲରେ ପ୍ରବେଶ କରିଥିବା ବେଳେ ମମତା ଏପରି ବୟାନ ଦେଇଛନ୍ତି। ସେ ଆହୁରି କହିଛନ୍ତି, “ମୁଁ କଂଗ୍ରେସକୁ କହିଥିଲି ଯେ ତୁମର ଜଣେ ହେଲେ ବି ବିଧାୟକ ବିଧାନସଭାରେ ନାହାନ୍ତି। ଆମେ ତୁମକୁ ଦୁଇଟି ଲୋକସଭା ସିଟ ଦେବୁ। ଏଥିସହ ତୁମ ପ୍ରାର୍ଥୀ ଜିତିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବୁ। କିନ୍ତୁ ସେମାନେ ଅଧିକ ଆସନ ଚାହୁଁଛନ୍ତି। ଏଥିପାଇଁ ବାମପନ୍ଥୀ କମ୍ପାନୀ ନ ଛାଡ଼ିବା ଯାଏ ସେମାନଙ୍କୁ ଗୋଟିଏ ହେଲେ ବି ସିଟ ମିଳିବ ନାହିଁ ବୋଲି ମୁଁ କହିଛି।”

ପୂର୍ବରୁ ଟିଏମସି ସହ କୌଣସି ପ୍ରକାରର ମେଣ୍ଟ ହେବନାହିଁ ବୋଲି ସିପିଏମ ସ୍ପଷ୍ଟ କରି ସାରିଛି। ଜୁନ ମାସରେ ସିପିଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଥିଲେ ଯେ “ମମତା ବାନାର୍ଜୀ ଓ ସିପିଏମ କେବେ ହେଲେ ଏକାଠି ହୋଇପାରିବେ ନାହିଁ। ଲେଫ୍ଟ ସହ ଧର୍ମନିରପେକ୍ଷ ଦଳ ରହିଛନ୍ତି। ବେଙ୍ଗଲରେ କଂଗ୍ରେସ ଉଭୟ ବିଜେପି ଓ ଟିଏମସି ସହ ଲଢ଼େଇ କରିବ।”

Congress Mamata Banerjee West Bengal Mamata Didi