Advertisment

କୋଲକାତା ହରରକୁ ନେଇ ‘ରାଜନୀତି’: ବର୍ଷିଲେ, ବାଂଲାଦେଶ କଥା କହିଲେ ମମତା

ଆସନ୍ତା ୧୬ ତାରିଖରେ ଦୋଷୀକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ମମତା ଗୋଟିଏ ଶୋଭାଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି।

author-image
Hemant Lenka
Mamata

Mamata

କୋଲକାତାର ସରକାରୀ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଭୟଙ୍କର ଢଙ୍ଗରେ ହତ୍ୟା ଘଟଣାକୁ ନେଇ ରାଜନୀତିକ ତୀବ୍ର ହେବାରେ ଲାଗିଛି। ଏହାକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ସେ ବାଂଲାଦେଶ ଭଲି ସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି।

Advertisment

ଏହାବାଦ ଆସନ୍ତା ୧୬ ତାରିଖରେ ଦୋଷୀକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ମମତା ଗୋଟିଏ ଶୋଭାଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି। ଏଥିସହ ସିବିଆଇ ଆସନ୍ତା ରବିବାର ସୁଦ୍ଧା ନ୍ୟାୟ ପ୍ରଦାନ କରିବ ବୋଲି ଆଶା ରଖିଛନ୍ତି।

ମମତା କହିଛନ୍ତି, “ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଛିଡ଼ା ହେବା ପରିବର୍ତ୍ତେ ସିପିଆଇ(ଏମ) ଓ ବିଜେପି ଶସ୍ତା ରାଜନୀତିରେ ମାତିଛନ୍ତି। ଏଠାରେ ସେମାନେ ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି କରିବେ ବୋଲି ଭାବିଛନ୍ତି। କିନ୍ତୁ ସେମାନଙ୍କୁ ମୁଁ ଗୋଟିଏ କଥା କହି ଦେବାକୁ ଚାହେଁ, ମୁଁ କ୍ଷମତା ଲୋଭୀ ନୁହେଁ।”

Advertisment

ସରକାର ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଠିକ ଭାବେ ପରିଚାଳନା କରି ପାରୁ ନାହାନ୍ତି ବୋଲି କହୁଥିବା ଆଲୋଚକଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ମମତାଙ୍କ କହିବା କଥା ସେ ନିଜେ ରାତି ତମତା ଘଟଣାର ମନିଟରିଂ କରିଥିଲେ। ଅପରାଧ ସମ୍ପର୍କରେ ଜାଣିବା ମାତ୍ରେ ମମତା ପୁଲିସ୍‌ କମିଶନର ଓ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। କ’ଣ ସବୁ ପଦକ୍ଷେପ ନିଆଯାଇ ନଥିଲା ବୋଲି ମମତା ସମାଲୋଚନାକାରୀଙ୍କୁ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ଆମେ କ’ଣ ସବୁ କରିନାହୁଁ? ଯେତେବେଳେ ଘଟଣା ସମ୍ପର୍କରେ ଖବର ପାଇଲି ମୁଁ ତୁରନ୍ତ ପୁଲିସ୍‌ କମିଶନର ଓ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲି। ଦୁଷ୍କର୍ମକାରୀଙ୍କୁ ଫାଶୀ ମିଳିବ ବୋଲି ମୁଁ ପୀଡ଼ିତାଙ୍କ ବାପା ମା’ଙ୍କୁ କହିଥିଲି। ଏବେ ବି ମୁଁ ମୋ ଶବ୍ଦରେ କାଏମ ରହିଛି।

ରାତି ତମାମ ମୁଁ ଘଟଣା ଉପରେ ନଜର ରଖିଥିଲି। ଅନ୍ତିମ ସଂସ୍କାର ଶେଷ ହେବା ଯାଏ ମୁଁ ପୁଲିସ୍‌ର ଯୋଗାଯୋଗରେ ଥିଲି। ପୁଲିସ୍‌ ପକ୍ଷରୁ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଘଟଣାର ୧୨ ଘଣ୍ଟା ମଧ୍ୟ ହତ୍ୟାକାରୀକୁ ଧରାଯାଇଛି।”

ମମତା ବାନାର୍ଜୀ କୋଲକାତା ପୁଲିସ୍‌ର କାର୍ଯ୍ୟକୁ ପ୍ରଶଂସା କରି ତଦନ୍ତ ତୁରନ୍ତ ଆରମ୍ଭ ହୋଇଥିଲା ଓ ୧୨ ଘଣ୍ଟା ମଧ୍ୟରେ ଗିରଫଦାରୀ ହୋଇଥିଲା ବୋଲି ଦୋହରାଇଛନ୍ତି।

ମଙ୍ଗଳବାର କଲିକତା ହାଇକୋର୍ଟ ଘଟଣାର ତଦନ୍ତ ସିବିଆଇକୁ ହସନ୍ତାନ୍ତର କରିଥିଲେ। ଏହାପରେ ମମତା କହିଛନ୍ତି, “ଯେକୌଣସି ତଦନ୍ତ ପାଇଁ ସମୟ ଆବଶ୍ୟକ। ମୁଁ ରବିବାର ଯାଏ ସମୟ ଦେଇଥିଲି। ଉପଯୁକ୍ତ ତଦନ୍ତ ବିନା ଆପଣ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ମୁଁ ସମସ୍ତ ସିନିୟର ଓ ଜୁନିୟର ଡାକ୍ତରଙ୍କ ସମ୍ମାନ କରୁଛି। ମୁଁ ବିନା ତଦନ୍ତରେ କାହାକୁ ବି ଗିରଫ କରିପାରିବି ନାହିଁ।

ଆମେ ହାଇକୋର୍ଟ ଗାଇଡଲାଇନକୁ ଅନୁସରଣ କରିବୁ ଓ ସିବିଆଇ ସହିତ ସହଯୋଗ କରିବୁ। ୩୪ ଜଣଙ୍କୁ ପୁଲିସ୍‌ ସମନ କରିଥିବା ବେଳେ କିଛି ଲୋକ ଲାଇନରେ ଥିଲେ। କିନ୍ତୁ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କଲେ ଓ ଘଟଣାକୁ ସିବିଆଇକୁ ହସନ୍ତାନ୍ତର କରିଦେଲେ।”

Mamata Banerjee Kolkata Doctor Rape And Murder Case