Advertisment

ବେଙ୍ଗଲରେ ବହୁ ପଛରେ ବିଜେପି, ଆଗେଇ ଚାଲିଛନ୍ତି ଦିଦି

ରାଜ୍ୟର ୪୨ଟି ଲୋକସଭା ଆସନରୁ ଦିନ ୧ଟା ସୁଦ୍ଧା ଟିଏମସି ୩୨ଟି ସିଟରେ ଲିଡ କରୁଛି। ବିଜେପି କେବଳ ୧୦ଟି ଆସନରେ ଆଗରେ ରହିଛି।

TMC

TMC

Advertisment

ପଶ୍ଚିମବଙ୍ଗରେ ସର୍ବବୃହତ୍ତ ଦଳ ହେବାକୁ ବିଜେପି ଦେଖିଥିବା ସ୍ୱପ୍ନ ଅଧା ରହିଗଲା ଭଳି ଟ୍ରେଣ୍ଡରୁ ଜଣାପଡ଼ୁଛି। ପ୍ରାରମ୍ଭିକ ଗଣତିରେ ବିଜେପି ବେଙ୍ଗଲରୁ କ୍ଷମତାସୀନ ଟିଏମସିକୁ ଡରାଇଥିଲା। ଏପରି କି ବିଜେପି ୪୨ ଲୋକସଭା ଆସନରୁ ପ୍ରାୟ ୨୬ଟି ଲିଡ କରିଥିଲା।

Advertisment

ଏହାକୁ ଦେଖି ବିଜେପି କର୍ମୀ ଓ ନେତା ବେଶ ଉତ୍ସାହିତ ହୋଇ ପଡ଼ିଥିଲା। କିନ୍ତୁ ସମୟ ବଦଳିବା ସହ ଟ୍ରେଣ୍ଡରେ ପରିବର୍ତ୍ତନ ହୋଇଛି। ପଛରେ ପଡ଼ିଥିବା ଟିଏମସି ଏବେ ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି। ବିଜେପି ବହୁ ପଛରେ ପଡ଼ିଛି।

ରାଜ୍ୟର ୪୨ଟି ଲୋକସଭା ଆସନରୁ ଦିନ ୧ଟା ସୁଦ୍ଧା ଟିଏମସି ୩୨ଟି ସିଟରେ ଲିଡ କରୁଛି। ବିଜେପି କେବଳ ୧୦ଟି ଆସନରେ ଆଗରେ ରହିଛି।

Advertisment

ସେହିପରି କଂଗ୍ରେସ ବହରମପୁର ସମେତ କିଛି ସ୍ଥାନରେ ଲିଡ କରୁଛି। ଏଠାରେ କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ ଆଗରେ ରହିଛନ୍ତି। ଟିଏମସିର ୟୁସୁଫ ପଠାନ ପଛରେ ପଡ଼ିଛନ୍ତି। ହେଲେ ଦୁଇ ଜଣଙ୍କ ମଧ୍ୟରେ ବ୍ୟବଧାନ ଯଥେଷ୍ଟ କମ।

ଡାଇମଣ୍ଡ ହାର୍ବର ସିଟ୍‌ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ, କୋଲକାତା ଦକ୍ଷିଣରେ ମଳୟ ରାୟ ଓ କୋଲକାତା ଉତ୍ତରରେ ସୁଦୀପ ବନ୍ଦୋପାଧ୍ୟାୟ ଆଗରେ ରହିଛନ୍ତି।

ମେଦିନପୁର ଆସନରେ ବିଜେପିର ଅଗ୍ନିମିତ୍ର ପଲ ଲିଡ କରୁଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ବିଚାରପତି ପଦ ଛାଡ଼ି ବିଜେପିରେ ମିଶିଥିବା ଅଭିଜିତ ଗାଙ୍ଗୁଲି ପଛରେ ରହିଛନ୍ତି। ସେ ତାମଲୁକ ଆସନରୁ ଲଢ଼ୁଥିଲେ ହେଁ ଏଠାରେ ଟିଏମସିର ଦେବାଂଶୁ ଭଟ୍ଟାଚାର୍ଯ୍ୟ ଆଗରେ ରହିଛନ୍ତି।

ତେବେ ମହୁଆ ମୈତ୍ରା କୃଷ୍ଣନଗର ଆସରେ ପଛରେ ପଡ଼ି ଯାଇଛନ୍ତି। ବିଜେପିର ଅମରିତା ରାୟ ଏଠାରେ ଲିଡ କରୁଛନ୍ତି।

Election Election Results LokSabhaElectionResults2024 LokSabha Election Results 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe