Advertisment

ବିଶ୍ୱକପ୍‌ ହାରିଲା ଭାରତ, ବିଜେପିକୁ ଟାର୍ଗେଟ୍‌ କଲେ ମମତା

ଅହମ୍ମଦାବାଦ ବଦଳରେ କୋଲକାତା କିମ୍ବା ମୁମ୍ବାଇରେ ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିଲେ ଟିମ୍‌ ଇଣ୍ଡିଆ ନିଶ୍ଚିତ ଜିତି ଥାନ୍ତା ବୋଲି କହିଛନ୍ତି ମମତା।

author-image
Madhupriya Mistry
ଅଦ୍ୟତନ ହୋଇଛି
Mamta and Modi

Mamta and Modi

ଆଇସିସି ବିଶ୍ୱକପ୍‌ରେ ଭାରତ ହାରିବା ସମସ୍ତଙ୍କୁ ନିରାଶ କରିଛି। ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବାକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗୋଟିଏ ପଟେ ଏହାକୁ ନେଇ କ୍ରିକେଟ୍‌ ପ୍ରେମୀ ଦୁଃଖରେ ଥିବାବେଳେ ଅନ୍ୟପଟେ ଏହାକୁ ନେଇ ଜାରି ରହିଛି ରାଜନୀତି। ଭାରତ ହାରିବା ନେଇ ବିଜେପିକୁ ଦାୟୀ କରୁଛନ୍ତି ବିରୋଧୀ। ଏହି କ୍ରମରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଡି ହୋଇଛନ୍ତି।

Advertisment

ଆଇସିସି ବିଶ୍ୱକପ୍‌ରେ ଭାରତ ହାରିବା ପରେ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି। ସେ ପରୋକ୍ଷରେ ଭାରତ ହାରିବା ପଛରେ ବିଜେପୀ ଦାୟୀ ବୋଲି କହିଛନ୍ତି। କୋଲକାତାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ ବିଜେପି ଉପରେ ବର୍ଷିଛନ୍ତି।

ଅହମ୍ମଦାବାଦ ବଦଳରେ କୋଲକାତା କିମ୍ବା ମୁମ୍ବାଇରେ ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିଲେ ଟିମ୍‌ ଇଣ୍ଡିଆ ନିଶ୍ଚିତ ଜିତି ଥାନ୍ତା। ପ୍ରଥମେ ଭାରତୀୟ ଟିମ୍‌କୁ ଗେରୁଆ ଜର୍ସି ପିନ୍ଧାଇ ମୈଦାନକୁ ଓହ୍ଲାଇବାକୁ ଯୋଜନା ହୋଇଥିଲା। କିନ୍ତୁ ୨ ଜଣ ଖେଳାଳି ଏହାକୁ ବିରୋଧ କରିଥିଲେ ବୋଲି କହିଛନ୍ତି ପଶ୍ଚିମ ମୁଖ୍ୟମନ୍ତ୍ରୀ। ଗେରୁଆ ରଙ୍ଗ ହେଉଛି ତ୍ୟାଗୀଙ୍କର କିନ୍ତୁ ଆପଣମାନେ(ବିଜେପି) ଭୋଗୀ ବୋଲି କହିଛନ୍ତି ମମତା।

Advertisment

ପୂର୍ବରୁ ମଧ୍ୟ ଟିମ୍‌ ଇଣ୍ଡିଆର ପ୍ରାକ୍ଟିସ ଜର୍ସିକୁ ନେଇ ପ୍ରଶ୍ନ ଉଠାଇଥିଲେ ମମତା। ସବୁ କିଛି ଗେରୁଆ ରଙ୍ଗରେ ରଙ୍ଗେଇ ଦିଆଯିବାକୁ ଚେଷ୍ଟା ଚାଲିଥିବା ସେ ଅଭିଯୋଗ ଆଣିଥିଲେ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ସବୁଠାରୁ ଲୋକପ୍ରିୟ ଖେଳକୁ ଗେରୁଆ ରଙ୍ଗରେ ରଙ୍ଗେଇବାକୁ ଚେଷ୍ଟା କରୁଥିବା ମମତା ଅଭିଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ମଧ୍ୟ ବିଶ୍ୱ କପ୍‌ରେ ଭାରତ ହାରିବା ପଛରେ ପରୋକ୍ଷରେ ବିଜେପିକୁ ଦାୟୀ କରିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସେ ମୋଦିଙ୍କ ନାଁ ନ ନେଇ ତାଙ୍କୁ 'ପନୌତି' ବୋଲି କହିଥିଲେ।  

Bjp Mamata Banerjee ICC World Cup 2023