Advertisment

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ୱାୟନାଡରେ ପ୍ରଚାର କରିବେ ମମତା ବାନାର୍ଜୀ!

ପ୍ରଚାର ପାଇଁ କଂଗ୍ରେସ ପକ୍ଷରୁ ମମତାଙ୍କୁ ଅନୁରୋଧ କରାଯାଇଥିଲା। ସେ ସବୁ କିଛି ବିବାଦକୁ ଭୁଲି କଂଗ୍ରେସ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ପ୍ରଚାର କରିବାକୁ ରାଜି ହୋଇଥିବା ଜଣାପଡ଼ିଛି।

author-image
Hemant Lenka
Congress

Congress

କେରଳର ୱାୟନାଡରୁ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏଠାରେ ହେବାକୁ ଥିବା ଉପ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ପ୍ରଚାର କରିପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Advertisment

ପ୍ରଚାର ପାଇଁ କଂଗ୍ରେସ ପକ୍ଷରୁ ମମତାଙ୍କୁ ଅନୁରୋଧ କରାଯାଇଥିଲା। ସେ ସବୁ କିଛି ବିବାଦକୁ ଭୁଲି କଂଗ୍ରେସ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ପ୍ରଚାର କରିବାକୁ ରାଜି ହୋଇଥିବା ଜଣାପଡ଼ିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଧାରଣ ନିର୍ବାଚନରେ ପ୍ରିୟଙ୍କା ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହୁଅନ୍ତୁ ବୋଲି ପ୍ରଥମେ ମମତା ହିଁ ପ୍ରସ୍ତାବ ଦେଇଥିଲେ। ନିକଟରେ ରାହୁଲ ଗାନ୍ଧି ମଧ୍ୟ ପ୍ରିୟଙ୍କା ବାରାଣସୀରୁ ଲଢ଼ିଥିଲେ ଭଲ ହୋଇଥାଆନ୍ତା ବୋଲି ମତ ରଖିଥିଲେ।

Advertisment

ବେଙ୍ଗଲରେ କଂଗ୍ରେସ ଓ ଟିଏମସି ପୃଥକ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ମମତା ବିରୋଧୀ ମେଣ୍ଟ ଇଣ୍ଡିଆକୁ ରାଜ୍ୟ ବାହାରେ ସମର୍ଥନ କରିଥିଲେ। ଏହି ମେଣ୍ଟରେ କଂଗ୍ରେସ ମଧ୍ୟ ରହିଛି।

ଗତକାଲି ବରିଷ୍ଠ କଂଗ୍ରେସ ନେତା ପି ଚଦାମ୍ବରମ ବେଙ୍ଗଲ ଯାଇ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ୩୫ ମିନିଟ ଧରି ଆଲୋଚନା ହୋଇଥିଲା। ସମ୍ଭବତଃ ଏହି ସମୟରେ ଚିଦାମ୍ବରମ ୱାୟନାଡରେ ପ୍ରଚାର କରିବାକୁ ମମତାଙ୍କୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ସେ ରକ୍ଷା କରିଥିବା ଆଜି ଖବର ମିଳିଛି।

ସାଧାରଣ ନିର୍ବାଚନ ସମୟରେ ୱାୟନାଡରୁ ରାହୁଲ ଗାନ୍ଧି ବିଜୟୀ ହୋଇଥିଲେ। ଏଥିସହ ସେ ରାଏବରେଲୀରୁ ମଧ୍ୟ ଜିତିଥିଲେ। ଦୁଇଟି ଆସନରେ ସେ ଜିତିଥିବାରୁ ବାଧ୍ୟ ହୋଇ ୱାୟନାଡ ତାଙ୍କୁ ଛାଡ଼ିବାକୁ ପଡ଼ିଛି।

ରାହୁଲ ଆସନ ଛାଡ଼ିଥିବାରୁ ଏଠାରେ ଉପ ନିର୍ବାଚନ ହେବ। ରାହୁଲଙ୍କ ସ୍ଥାନରେ ପ୍ରିୟଙ୍କା ୱାୟନାଡରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି। ପ୍ରିୟଙ୍କା ପ୍ରଥମଥର ପାଇଁ କୌଣସି ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।

Priyanka Gandhi Vadra Wayanad Poll Wayanad Election Wayanad Lok Sabha Seat