Advertisment

ଦୁଷ୍କର୍ମ ବିରୋଧରେ କଠୋର ଆଇନ ଆଣିବାକୁ ମୋଦିଙ୍କୁ ଚିଠି ଲେଖିଲେ ଦିଦି

ଦେଶରେ ଦୈନିକ ୯୦ଟି ଦୁଷ୍କର୍ମ ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଏପରି ଘଟଣା ସମାଜ ଓ ଦେଶର ଭରସା ଓ ଅନ୍ତର ଆତ୍ମାକୁ ଦୋହଲାଇ ଦେଉଛି।

author-image
Hemant Lenka
Mamata

Mamata

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(ଦିଦି) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେ ଦୁଷ୍କର୍ମ ବିରୋଧରେ କଠୋର ଆଇନ ବ୍ୟବସ୍ଥା କରିବାକୁ ମୋଦିଙ୍କୁ ଚିଠିରେ କହିଛନ୍ତି।

Advertisment

ଚିଠିରେ ମମତା ଲେଖିଛନ୍ତି ଯେ ବର୍ତ୍ତମାନ ଦେଶରେ ନିୟମିତ ଭାବେ ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି। ତଥ୍ୟ ଅନୁସାରେ କିଛି ଦୁଷ୍କର୍ମ ଘଟଣାରେ ହତ୍ୟା ମଧ୍ୟ କରାଯାଉଛି। ଦେଶରେ ଦୈନିକ ୯୦ଟି ଦୁଷ୍କର୍ମ ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଏପରି ଘଟଣା ସମାଜ ଓ ଦେଶର ଭରସା ଓ ଅନ୍ତର ଆତ୍ମାକୁ ଦୋହଲାଇ ଦେଉଛି। ଆମର କର୍ତ୍ତବ୍ୟ ଓ ଦାୟିତ୍ୱ ହେଲା ଏହାକୁ ବନ୍ଦ କରିବା।

ମହିଳାମାନଙ୍କୁ ସୁରକ୍ଷି ପରିବେଶ ଯୋଗାଇ ଦେବା। ଏପରି ଗୁରୁତର ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ବ୍ୟାପକ ଢଙ୍ଗରେ ମୁକାବିଲା କରିବା ଉଚିତ। ଏଥିପାଇଁ କେନ୍ଦ୍ରୀୟ ଆଇନରେ ଜଘନ୍ୟକାଣ୍ତ ଘଟାଇଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ତବିଧାନର ବ୍ୟବସ୍ଥା କରାଯାଉ। ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଦ୍ୱାରା ମାମଲାର ବିଚାର କରାଯାଇ ତ୍ୱରିତ ନ୍ୟାୟ ପାଇଁ ଆଇନରେ ବ୍ୟବସ୍ଥା ରହୁ। ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟକାଣ୍ଡର ଶୁଣାଣି ୧୫ ଦିନ ମଧ୍ୟରେ ଶେଷ କରିବାକୁ ମମତା ଚିଠିରେ ଦାବି କରିଛନ୍ତି।

Advertisment

ଅଗଷ୍ଟ ୯ରେ କୋଲକାତାର ଆରଜି କର ମେଡିକାଲ କଲେଜର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଏହାକୁ ନେଇ କୋଲକାତାରୁ ଦିଲ୍ଲୀ ଯାଏ ଆନ୍ଦୋଳନ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ସରକାର ମଧ୍ୟ ଘଟଣାକୁ ନେଇ ତୀବ୍ର ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି।

PM Modi Mamata Banerjee Kolkata Doctor Rape And Murder Case