Advertisment

ମମତାଙ୍କୁ କାହିଁକି ଫେରାଇ ଆଣିଲା ବିଜେଡି ? ବଢ଼ିଲା ଚର୍ଚ୍ଚା

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଆଜି ଅପରାହ୍ନରେ ଗୃହକୁ ସୂଚନା ଦେଇ କହିଥିଲେ ଯେ ଓଡ଼ିଶାରୁ ସାଂସଦ ମମତା ମହାନ୍ତଙ୍କ ଇସ୍ତଫାପତ୍ର ତାଙ୍କୁ ମିଳିଛି।

ଅଦ୍ୟତନ ହୋଇଛି
Mamata Mahant

Mamata Mahant

Advertisment

ବିଜେଡି ସାଂସଦ ମମତା ମହାନ୍ତ ଆଜି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଆଜି ଅପରାହ୍ନରେ ଗୃହକୁ ଏହି ସୂଚନା ଦେବା ପରେ ବିଜେଡି କାହିଁକି ଏଭଳି ନିଷ୍ପତ୍ତି ନେଲା ତାକୁ ନେଇ ପ୍ରଶ୍ନ ଉଠିଛି । ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡି ଦୁଇ ମହିଳା ସାଂସଦ ମମତା ମହାନ୍ତ ଓ ସୁଲତା ଦେଓଙ୍କୁ ଫେରାଇ ଆଣିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହା ଆଜି ସତ ପ୍ରମାଣିତ ହୋଇଛି । 

Advertisment

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଆଜି ଅପରାହ୍ନରେ ଗୃହକୁ ସୂଚନା ଦେଇ କହିଥିଲେ ଯେ ଓଡ଼ିଶାରୁ ସାଂସଦ ମମତା ମହାନ୍ତଙ୍କ ଇସ୍ତଫାପତ୍ର ତାଙ୍କୁ ମିଳିଛି। ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ଧନକରଙ୍କ ଏହି ଘୋଷଣା ପରେ ମମତାଙ୍କୁ କାହିଁକି ବିଜେଡି ଫେରାଇ ଆଣିଲା ଓ ତାଙ୍କୁ ଫେରାଇ ଆଣିବାରେ ଦଳର କେଉଁ ରଣନୀତି ରହିଛି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି। ଏପଟେ ମମତା ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଚଳିତ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ଚାହିଁଲେ ବି ନିଜର ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇବା ସମ୍ଭବପର ନୁହେଁ । କାରଣ ଚଳିତ ବିଧାନସଭାରେ ବିଜେପି ଓ ସମର୍ଥିତ ସଦସ୍ୟଙ୍କ ସଂଖ୍ୟା ୮୧ ଥିବାବେଳେ ବିଜେଡିର ମାତ୍ର ୫୧ଜଣ ସଦସ୍ୟ ଓ କଂଗ୍ରେସର ୧୪ଜଣ ସଦସ୍ୟ ଅଛନ୍ତି। ତେଣୁ ରାଜ୍ୟସଭା ପାଇଁ ଯିଏ ବି ପ୍ରାର୍ଥୀ ହେବ ସେ ବିଜେପିର ପ୍ରଥମ ପସନ୍ଦ ଭୋଟରେ ବିଜୟୀ ହେବା ନିଶ୍ଚିତ। ମମତାଙ୍କ ଇସ୍ତଫାରେ ବିଜେଡିର ସେଭଳି କିଛି ଲାଭ ହେବ ନାହିଁ। ତେବେ ପୂର୍ବରୁ ଅଶ୍ୱିନୀ ବୈଷ୍ଣବଙ୍କୁ ଯେଉଁ ଆଧାରରେ ବିଜେଡି ସମର୍ଥନ କରିଥିଲା ଏବେ ହୁଏତ ଦଳ ମମତା ମହାନ୍ତଙ୍କ ସ୍ଥାନରେ ନିଜର ଜଣେ ପ୍ରାର୍ଥୀଙ୍କୁ ସେହି ଫର୍ମୂଲାରେ ରାଜ୍ୟସଭାକୁ ପଠାଇବାକୁ ଉପରସ୍ତରରେ ସହମତି ଆଣିଥିବାର ସମ୍ଭାବନା ଅଧିକ ରହିଛି। ଆଉ ସେଭଳି ହେଲେ ବିଜେଡି ନିଜର ପ୍ରାର୍ଥୀ ଭାବେ ପ୍ରଣବପ୍ରକାଶ ଦାସ କିମ୍ବା ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟସଭାକୁ ପଠାଇବା ସହଜ ହୋଇପାରିବ ବୋଲି ଜଣାପଡ଼ିଛି।

Advertisment

ମମତା ଆଜି ନିଜର ସୋସିଆଲ ମିଡିଆରେ ଇସ୍ତଫା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ଦଠାଇ ଦେଇଛନ୍ତି। ଦଳରେ ତାଙ୍କର ସେବାର ଆବଶ୍ୟକତା ଥିବା ଦଳ ଅନୁଭବ କରୁନାହିଁ। ଯେହେତୁ ଲୋକଙ୍କ ନେତା ଓ ସେମାନଙ୍କ ସେବା ହିଁ ମୁଖ୍ୟ ଧ୍ୟେୟ, ତେଣୁ ସେଥିପାଇଁ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ ଓ ବିଜେଡି ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲି।

ଅବଶ୍ୟ ମମତା ଏଭଳି ସଫେଇ ଦେଇଥିଲେ ମଧ୍ୟ ବିଜେଡି ସୁଚିନ୍ତିତ ରଣନୀତି ଆଧାରରେ ମମତାଙ୍କୁ ଉଭୟ ରାଜ୍ୟସଭା ସଦସ୍ୟ ପଦବୀ ଓ ଦଳର ପ୍ରାଥମିକ ସଦସ୍ୟ ପଦ ଛାଡ଼ିବା ପାଇଁ ପ୍ରଭାବିତ କରିପାରିଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ମୟୂରଭଞ୍ଜର କୁଡ଼ୁମୀ ସମ୍ପ୍ରଦାୟର ନେତ୍ରୀ ମମତା ମହାନ୍ତଙ୍କୁ ବିଜେଡି ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟସଭାକୁ ପଠାଇଥିଲା। ତାଙ୍କର କାର୍ଯ୍ୟକାଳ ୨୦୨୬ ମସିହା ପର୍ଯ୍ୟନ୍ତ ରହିଛି। ବିଜେଡି ମମତାଙ୍କ ଉପରେ ଚାପ ପକାଇ ରାଜ୍ୟସଭାରୁ ଫେରାଇ ଆଣିବାକୁ ସାଧାରଣରେ ନାପସନ୍ଦ କରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe