Advertisment

ନାମାଙ୍କନ ଦାଖଲ କଲେ ମମତା ମହାନ୍ତ

ଆଜି ପୂର୍ବାହ୍ନରେ ବିଧାନସଭାରେ ପହଞ୍ଚି ଦଳ ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ ଦାଖଲ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
mamata-mahanth

mamata-mahanth

କୁଡୁମୀ ସମ୍ପ୍ରଦାୟର ବରିଷ୍ଠ ନେତ୍ରୀ ମମତା ମହାନ୍ତ ଆଜି ବିଜେପି ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ମମତା ମହାନ୍ତଙ୍କୁ ଗତକାଲି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେପି।

Advertisment

ଆଜି ପୂର୍ବାହ୍ନରେ ବିଧାନସଭାରେ ପହଞ୍ଚି ଦଳ ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟ ସିଂ ତୋମାରଙ୍କ ପରି ବରିଷ୍ଠ ନେତା ଉପସ୍ଥିତ ଥିଲେ।

ମମତା ମହାନ୍ତ ମୟୁରଭଞ୍ଜ କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ । ମମତା ୨୦୨୦ ମସିହା ଏପ୍ରିଲ ୩ ତାରିଖରେ ବିଜେଡି ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ ମସିହା ଏପ୍ରିଲ ୨ ତାରିଖରେ ତାଙ୍କ କାର୍ଯ୍ୟକାଳ ସରିଥାନ୍ତା । ମାତ୍ର ୨୧ ମାସ ପୂର୍ବରୁ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ।

Advertisment

ବିଜେଡିରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ସେ ଗତ  ଜୁଲାଇ ୩୧ ତାରିଖରେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ତା’ପର ଦିନ ସେ ବିଜେପିରେ ମିଶିଥିଲେ। ଏବେ ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି।

ନାମାଙ୍କନ ଦାଖଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମମତା ମହାନ୍ତ ବିଜେପି ତରଫରୁ ରାଜ୍ୟସଭା ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ସେ ବିଜୟୀ ହେବେ ଓ ଓଡ଼ିଶା ପାଇଁ ବିଜେପି ତରଫରୁ ପ୍ରତିନିଧିତ୍ୱ କରିବେ।

ମମତା ମହାନ୍ତ କହିଛନ୍ତି ରାଜ୍ୟବାସୀ ଓ ଜିଲ୍ଲାବାସୀଙ୍କ ପାଇଁ ଯାହା ଉନ୍ନତି କରିବା କଥା ତାହା ମୁଁ କରିବି। ନିଶ୍ଚିତ ଭାବେ ଓଡ଼ିଶାର ସ୍ୱର ହୋଇ ରାଜ୍ୟସଭାରେ ଉଠାଇବି ଓ ସମାଜର କଲ୍ୟାଣରେ ନିଜକୁ ନିୟୋଜିତ କରିବି। ଓଡ଼ିଶାବାସୀଙ୍କ ସ୍ୱର ହୋଇ ରାଜ୍ୟସଭାରେ ଉତ୍‌ଥାପନ କରିବି।

କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ । ରାଜ୍ୟସଭା ଯିବା ପୂର୍ବରୁ ସେ ବିଜେଡିର ଜିଲ୍ଲା ପରିଷଦ ସଦସ୍ୟ ଥିଲେ । ୨୦୧୧ରେ ରାଜନୀତିକୁ ଆସିଥିବା ମମତା ୨୦୧୨ରେ ବିଶୋଇ ବ୍ଲକ ୩୪ ନମ୍ବର ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। 

Bjp Rajya Sabha Election