Advertisment

ମମତାଙ୍କ ଚାଞ୍ଚଲ୍ୟକର ବୟାନ୍‌; ବବି କହିଥିଲେ- ୪ରେ ତୁମ ହିସାବ କରାଯିବ

ବିଜେଡି କରିଥିବା ଧୋକା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମମତା ମହାନ୍ତ। ସେ କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଧୋକା କାହାକୁ ଦେଲି? ମୁଁ ଯେତେବେଳେ ଅଣଦେଖା ହେଉଥିଲି, ସେତେବେଳେ କେହି ଜଣେ ହେଲେ ନେତା ବାହାରିଲେନି।

undefined

Mamata

Advertisment

କୁଡୁମୀ ସମ୍ପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତଙ୍କୁ ମିଳିଥିଲା ଅଲ୍‌ଟିମେଟ୍‌ମ। ଆଉ ସେହି ଅଲ୍‌ଟିମେଟ୍‌ମ ଦେଇଥିଲେ ବିଜେଡିର ପାୱାରଫୁଲ୍‌ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି। ଅଗଷ୍ଟ ୪ ତାରିଖରେ ତୁମର ହିସାବ କରାଯିବ ବୋଲି ବବି କହିଥିବା ମମତା ମହାନ୍ତ ଆଜି କହିଛନ୍ତି।

Advertisment

ବିଜେପିରେ ଯୋଗଦେବା ପରେ ପ୍ରଥମର ଥର ପାଇଁ ଆଜି ମମତା ମହାନ୍ତି ଦିଲ୍ଲୀରୁ ଓଡ଼ିଶା ଆସିଛନ୍ତି। ଆଜି ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ଭବ୍ୟ ସ୍ୱାଗତ କରାଯାଇଥିଲା। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀମତୀ ମହାନ୍ତ କହିଛନ୍ତି, ନିର୍ବାଚନ ପୂର୍ବରୁ ମୋତେ ଡକା ଯାଇଥିଲେ। କୁଡୁମୀ ସମ୍ପ୍ରଦାୟର ଲୋକମାନେ ଭୋଟ୍‌ ଦେବେନି ବବି ବୋଲି କହିଥିଲେ। ତେଣୁ ତୁମ ହିସାବ ୪ ତାରିଖରେ କରାଯିବ। ରାଜ୍ୟସଭାରୁ ତୁମକୁ ବାହାର କରାଯିବ ବୋଲି ବବି କହିଥିବା ମମତା କହିଛନ୍ତି।

ମମତା କହିଛନ୍ତି, ୨୦୨୦ ମସିହାରେ ରାଜ୍ୟସଭାକୁ ମନୋନୀତ ହୋଇଥିଲି। ତା’ପରଠାରୁ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଲୋକଙ୍କ ପାଇଁ ସେବା କରୁଥିଲି। ପଞ୍ଚାୟତ ନିର୍ବାଚନ ପରେ ଅଣଦେଖା ହେଲା ପରି ମୁଁ ଅନୁଭବ କରିଥିଲି। ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଅଣଦେଖା ହେଲି। ମୋ’ ଘର ପାର୍ଶ୍ୱରେ ଲକ୍ଷ୍ମୀ ବସ୍‌ ଲୋକାର୍ପଣ ହେଲା। ହେଲେ ମୋତେ ନିମନ୍ତ୍ରଣ କରାଗଲା ନାହିଁ। ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଆସିଲେ। ହେଲେ ଡାଇସ୍‌ରେ ମୋ ନାଁ ରହିଲା ନାହିଁ। ଏହାଛଡ଼ା କୌଣସି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଗଲାନି। ତେଣୁ ମୋତେ ଭଲ ପାଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିଲା। ନିଜ ସମର୍ଥକଙ୍କ ଅସନ୍ତୋଷ ଦେଖି ରାଜ୍ୟସଭା ଛାଡ଼ିଦେବା ପାଇଁ ନିଷ୍ପତ୍ତି ନେଉଥିଲି। ଯେଉଁଠି ସମ୍ମାନ ନାହିଁ, କାମ କରିବା ପାଇଁ ସୁଯୋଗ ନାହିଁ, ତେଣୁ ରାଜ୍ୟସଭାରୁ ଇସ୍ତଫା ଦେଇ ଘରେ ରହିଲେ ଭଲ ବୋଲି ମମତା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଭାରୀ ବବିଙ୍କଠାରୁ ସବୁ ପ୍ରକାର ସମ୍ମାନ ମିଳୁଥିଲା। ତା’ପରେ ଦୁଇ ନମ୍ୱର ବାଲାକୁ ଏକ ନମ୍ୱର ବାଲା ସେଠାକୁ ପଠାଇଥିଲେ। ସେତେବେଳେ ମୁଁ ଅଣଦେଖା ହେଲି। ରଜ୍ୟସଭାକୁ ଯାଇଥିବାରୁ ସଙ୍ଗଠନ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ ବୋଲି ଭାବିଥିଲି। ତେଣୁ ଦଳ ଯେଉଁଠି ମୋ ହାତ ଟଙ୍କା(ସାଂସଦ ପାଣ୍ଠି) ଖର୍ଚ୍ଚ କରିବାକୁ ଚାହୁଁଥିଲେ, ସେଇଠି ଖର୍ଚ୍ଚ ହେଉଥିଲା। ଦଳର ନିଷ୍ପତ୍ତି ଅନୁସାରେ ସାଂସଦ ହାତ ପାଣ୍ଠି ଟଙ୍କା ଖର୍ଚ୍ଚ କରାଯାଉଥିଲା ବୋଲି ମମତା କହିଛନ୍ତି।

ବିଜେଡି କରିଥିବା ଧୋକା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମମତା ମହାନ୍ତ। ସେ କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଧୋକା କାହାକୁ ଦେଲି? ମୁଁ ଯେତେବେଳେ ଅଣଦେଖା ହେଉଥିଲି, ସେତେବେଳେ କେହି ଜଣେ ହେଲେ ନେତା ବାହାରିଲେନି। ଅଣଦେଖା କରାଯାଉଥିବା ନେଇ ସବୁ ନେତାଙ୍କୁ ଜଣାଇଥିଲି। ଏପରିକି ରାଜ୍ୟସଭାରେ ଥିବା ସବୁ ନେତାଙ୍କୁ କହିଥିଲି। ମୁଁ ଯେତେଥର ଅଭିଯୋଗ କରିଛି, ଅବହେଳା ସେତେ ବଢ଼ିଥିଲା। ଏପରିକି କୁହାଯାଇଥିଲା, ୪ ତାରିଖରେ ରାଜ୍ୟସଭାରୁ କାଢ଼ି ଦିଆଯିବ। ୪ ତାରିଖରେ ତୋର ହିସାବ କରାଯିବ ବୋଲି ପ୍ରଣବ ପ୍ରକାଶ କହିଥିଲେ। ତା’ ପୂର୍ବରୁ ମୁଁ ଇସ୍ତଫା ଦେଇଦେଲି ବୋଲି ମମତା କହିଛନ୍ତି।

କୁଡୁମୀ ସମ୍ପ୍ରଦାୟକୁ ଧୋକା ନେଇ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକଙ୍କ ଅଭିଯୋଗ ନେଇ ମମତା କହିଛନ୍ତି, କୁଡୁମୀ ସମ୍ପ୍ରଦାୟ ମୋ’ ସହିତ ଅଛନ୍ତି। କୁଡୁମୀ ସମ୍ପ୍ରଦାୟ ପାଇଁ ମୁଁ ରହିଛି। ମମତା ମହାନ୍ତ ଧୋକା ଦେଲା ବୋଲି ଆଜି ପର୍ଯ୍ୟନ୍ତ କୁଡୁମୀ ସମ୍ପ୍ରଦାୟରୁ କେହି କହିଛନ୍ତି କି? ଏଇଟା ହେଉଛି ବିଜେଡିର ଚକ୍ରାନ୍ତ। କୁଡୁମୀ ସମାଜ ସବୁବେଳେ କହିଛି, ଆମ ଝିଅ ଯେଉଁ ପଟେ, ଆମେ ସେହି ପଟେ। ଝିଅର ସମ୍ମାନ ଆମର ସମ୍ମାନ ବୋଲି କୁଡୁମୀ ସମାଜ କହିଛି। ତେଣୁ ସମାଜ ମୋ ସହିତ ଅଛି। ଆଉ ସମାଜର ଉନ୍ନତି ପାଇଁ ମୁଁ ସବୁବେଳେ ଚିନ୍ତା କରୁଛି ବୋଲି ମମତା କହିଛନ୍ତି।

BjD Bjp Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe